ମିଳିତ ମହାମଞ୍ଚ ପକ୍ଷରୁ ବ୍ରାହ୍ମଣୀଗାଁରେ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ, ପ୍ରଥମ ଦିନରେ ବାଜିମାରିଲା ଏମ୍‌.ଖାତିଗୁଡ଼ା ଦଳ

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ )- କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ମିଳିତ ମହାମଞ୍ଚ ପକ୍ଷରୁ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ ହୋଇଯାଇଛି। ସୋମବାର ମୁଖ୍ୟ ଅତିଥିଭାବେ ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଶାନ୍ତି, ମୈତ୍ରୀ ଓ ଭାଇଚାରାକୁ ବଜାୟ ରଖିବା ପାଇଁ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଛି। ଏହା ଅଞ୍ଚଳର ସାମଗ୍ରିକ ବିକାଶରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଦାରିଙ୍ଗବାଡି ବିଡିଓ ନିଜ ବକ୍ତବ୍ୟରେ କହିଛନ୍ତି। ଏହି ଅବସରରେ ସେ ବ୍ରାହ୍ମଣୀଗାଁ ଖେଳ ପଡିଆର ଉନ୍ନତିକରଣ କରାଯିବା ସହ ଲୋକଙ୍କ ଦାବି ମୁତାବକ ଯାତ୍ରୀ ବିଶ୍ରାମାଗାର ଓ ନଳକୂପ ଖନନ କାର୍ଯ୍ୟକୁ ଖୁବଶୀଘ୍ର କରିବେ ବୋଲି ଘୋଷଣା କରିଛନ୍ତି।

ବିଡିଓ ଟୁର୍ନାମେଣ୍ଟକୁ ଉଦ୍‌ଘାଟନ କରିବା ସହ ଟସ ପକାଇ ଓ ବ୍ୟାଟିଂ କରି ଖେଳାଳି ଓ ମିଳିତ ମଞ୍ଚକୁ ଉତ୍ସାହିତ କରିଥିଲେ। ଏଥିସହ ସେ ଖେଳାଳିମାନଙ୍କୁ ଖେଳର ଉଦ୍ଦେଶ୍ୟ ଓ ବନ୍ଧୁତ୍ୱକୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେବାସହ ସମସ୍ତ ଖେଳାଳିଙ୍କ ସହ କରମର୍ଦ୍ଦନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ମଲ୍ଲିକ, ସ୍ବେଚ୍ଛାସେବୀ ନମିତା ପରିଡ଼ା, ମିଳିତ ମହାମଞ୍ଚ ସଭାପତି ଚିତ୍ରସେନ ପାତ୍ର, ଉପସଭାପତି ରମାକାନ୍ତ ବଳିଆର ସିଂ, ସମ୍ପାଦକ ପ୍ରଶାନ୍ତ ନାୟକ, ଉପସଭାପତି ଗଣେଷ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶ ଯେ, ପ୍ରଥମ ଦିବସ ଉଦଘାଟନୀ ମ୍ୟାଚରେ ଗଜପତି ଜିଲାର ଏମ୍‌. ଖାରିଗୁଡ଼ା ସହ ଦାରିଙ୍ଗବାଡି ବ୍ଲକ ଗାହାକିଆ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ଟସ ଜିତି ଖାରିଗୁଡା ଟିମ ବୋଲିଂ ନିଷ୍ପତ୍ତି ନେଇଥିଲା। ଗାହାକିଆ ଟିମ ପ୍ରଥମେ ବ୍ୟାଟିଂ କରି ୧୨ ଓଭର ଖେଳ ମଧ୍ୟରୁ ୧୧ ଓଭରରେ ସର୍ବାଧିକ ୫୮ରନ କରି ଅଲ୍‌ଆଉଟ ହୋଇଥିଲେ। ଜବାବରେ ଏମ୍‌. ଖାରିଗୁଡା ମାତ୍ର ୨ ଉଇକେଟ ହରାଇ ୪.୪ ଓଭରରେ ଟାର୍ଗେଟ ହାସଲ କରିନେଇଥିଲା। ଖାରିଗୁଡ଼ା ଟିମର ରାଜା ନାୟକ ନିଜର ଜବରଦସ୍ତ ବ୍ୟାଟିଂ ଯୋଗୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। ମିଳିତ ମହାମଞ୍ଚର କୋଷାଧ୍ୟକ୍ଷ ଥମାସ ନାୟକ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri