Posted inଖେଳ

ବଡ଼ ଅଡୁଆରେ ଫସିଛନ୍ତି ଯଶସ୍ବୀ, ଏବେ ଟି୨୦ ବିଶ୍ୱକପ୍‌ରେ କ’ଣ ହେବ?

ନୂଆଦିଲ୍ଲୀ,୮।୫: ଯଶସ୍ବୀ ଜୟସ୍ବାଲ ଗତ ଏକ ବର୍ଷ ମଧ୍ୟରେ ସମସ୍ତ ଫର୍ମାଟରେ ଜବରଦସ୍ତ ବ୍ୟାଟିଂ କରି ଚର୍ଚ୍ଚାରେ ରହିଛନ୍ତି। ହେଲେ ଆଇପିଏଲ୍‌ରେ ସେ ସେତେଟା ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଏସବୁ ପଛରେ କି କାରଣ ରହିଛି ସେନେଇ ପୂର୍ବତନ କ୍ରିକେଟର ତଥା ଲୋକପ୍ରିୟ କମେଣ୍ଟେଟର୍‌ ଆକାଶ ଚୋପ୍ରା ପ୍ରତିକ୍ରିୟା ରଖିଛନ୍ତି।
ଯଶସ୍ବୀ ଏହି ସିଜନରେ ଅନେକ ଥର ବାମହାତୀ ପେସରଙ୍କ ବଲ୍‌ରେ ଆଉଟ୍‌ ହେଉଛନ୍ତି। ବିଶେଷକରି ଶର୍ଟ ବଲ୍‌ରେ ସେ ନିଜର ଉଇକେଟ ହରାଉଛନ୍ତି। ଆକାଶ ଏନେଇ କହିଛନ୍ତି, ଯେତେବେଳେ ଟାର୍ଗେଟକୁ ପିଛା କରିବା ସମୟ ଆସେ ସେ ବାମହାତୀ ପେସରଙ୍କ ବଲ୍‌କୁ ଖେଳି ନ ପାରି ଉଇକେଟ ହରାଉଛନ୍ତି। ଅନେକ ଥର ବାଉନ୍ସରରେ ସେ ଆଉଟ୍‌ ହେଉଛନ୍ତି।

ଚଳିତ ଆଇପିଏଲ୍‌ରେ ଯଶସ୍ବୀ ଶତକ ମାରିଛନ୍ତି। ହେଲେ ଲଗାତର ଭାବେ ରନ୍‌ କରିପାରୁନାହାନ୍ତି। ଏହାର ଅର୍ଥ ନୁହେଁ ଯେ ସେ ଖରାପ ଫର୍ମରେ ଅଛନ୍ତି। ହେଲେ ସେ ଯଦି ଏଭଳି ନିଜର ଉଇକେଟ ହରାନ୍ତି ତେବେ ଫର୍ମ ଖରାପ ହେବାକୁ ସମୟ ଲାଗିବ ନାହିଁ। ଏପରିକି ଟି୨୦ ବିଶ୍ୱକପ୍‌ରେ ତାଙ୍କର ଏହି ଦୁର୍ବଳତାର ବିରୋଧି ଟିମ୍‌ ଫାଇଦା ମଧ୍ୟ ଉଠାଇପାରନ୍ତି।

କହିବାକୁ ଗଲେ ଯଶସ୍ବୀଙ୍କ ପାଖରେ ଅଧିକ ସମୟ ନାହିଁ। ଆଇପିଏଲ୍‌ରେ ବାକି ଥିବା ମୁକାବିଲାରେ ସେ ବଡ଼ ଇନିଂସ ଖେଳିବା ଆବଶ୍ୟକ। ଫଳରେ ସେ ରାଜସ୍ଥାନକୁ ପୁଣିଥରେ ଚାମ୍ପିୟନ କରିପାରିବେ। ଏଥିସହ ଟି୨୦ ବିଶ୍ୱକପ୍‌ରେ ତାଙ୍କୁ ପ୍ଲେଇଂ ଇଲେଭେନ୍‌ ଭାବେ ଓପନିଂରେ ଓହ୍ଲାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri