Posted inଖେଳ

ରୋହିତ-ଗମ୍ଭୀରଙ୍କ ମଧ୍ୟରେ ଫାଟ, ଅଧିନାୟକ-କୋଚ୍‌ଙ୍କ ମଧ୍ୟରେ ଜୋରଦାର କଥା କଟାକଟି!

ନୂଆଦିଲ୍ଲୀ,୩୦।୧୦: ଟି୨୦ ବିଶ୍ୱକପ୍‌ ୨୦୨୪ ବିଜୟ ପରେ ସେଲିବ୍ରେଶନ୍‌ ମୁଡ୍‌ରେ ଥିବା ଭାରତୀୟ ଟିମ୍‌ର ଖୁସିରେ ଲାଗିଛି ବ୍ରେକ୍‌। ଟି୨୦ ଫର୍ମାଟରେ ଦଳ ଜବରଦସ୍ତ ପ୍ରଦର୍ଶନ କରୁଥିଲେ ହେଁ ଟେଷ୍ଟ ଫର୍ମାଟରେ ଖେଳାଳି ଫିକା ପଡ଼ୁଛନ୍ତି। ଯାହାର ସଦ୍ୟ ଉଦାହରଣ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟରେ ଦେଖିବାକୁ ମିଳୁଛି। ଲଗାତାର ୨ ମ୍ୟାଚ୍‌ ଜିତି ଗୋଟିଏ ପଟେ ନ୍ୟୁଜିଲାଣ୍ଡ ସିରିଜ ହାତେଇ ଇତିହାସ ରଚିଥିବା ବେଳେ ଦଳକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।

ମୁମ୍ବାଇରେ ଉଭୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟର ୨ ଦିନ ପୂର୍ବରୁ ବଡ଼ ଦାବି କରାଯାଉଛି। ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ମତଭେଦ ଉପୁଜିଛି। କେବଳ ଏତିକି ନୁହେଁ ଉଭୟଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିବା ରିପୋର୍ଟରେ କୁହାଯାଉଛି।

ଉଭୟଙ୍କ ମଧ୍ୟରେ ବିବାଦର ଅସଲ କାରଣ ହେଉଛି ଉଭୟ ନିଜ ନିଜ ହିସାବରେ ଦଳକୁ ଚଳାଇବାକୁ ଚାହାନ୍ତି। ଗମ୍ଭୀର କୋଚ୍‌ ହେବା ପରେ ରୋହିତ ଶର୍ମାଙ୍କ ପତିଆରା ଦଳରେ କମିଛି। କାରଣ ଗମ୍ଭୀର ନିଜ ନିଷ୍ପତ୍ତିରୁ ଓହରିବାକୁ ପ୍ରସ୍ତୁତ ନୁହନ୍ତି। ଫଳରେ ରେହିତ ମନଇଚ୍ଛା ନିଷ୍ପତ୍ତି ନେଇପାରୁ ନାହାନ୍ତି।

ଅପରପକ୍ଷେ ଟିମ୍‌ଇଣ୍ଡିଆର ପ୍ରଦର୍ଶନକୁ ନେଇ ଆଲୋଚନା ବଢ଼ୁଛି। ବିଶେଷକରି ଦିନିକିଆ ଏବଂ ଟେଷ୍ଟ ଦଳର ପ୍ରଦର୍ଶନ ପ୍ରଶ୍ନ ଘେରରେ ରହିଛି। ଏହି ୨ ଟିମ୍‌ର ଅଧିନାୟକ ରୋହିତ ଅଛନ୍ତି। ଦଳ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ପରାଜିତ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ମଧ୍ୟ ସମାନ ସ୍ଥିତି କରିଛି। ଏସବୁରେ ବରିଷ୍ଠ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଗମ୍ଭୀର ଖୁସି ନାହାନ୍ତି। ବରିଷ୍ଠ ଖେଳାଳି ଠିକ୍‌ ପ୍ରଦର୍ଶନ କରନ୍ତୁ ନଚେତ ଦଳରୁ ବାଦ୍‌ ପଡ଼ନ୍ତୁ ବୋଲି ଗମ୍ଭୀର ଚାହାନ୍ତି।

ବିବାଦକୁ ନେଇ କିଛି ବରିଷ୍ଠ ଖେଳାଳି ରୋହିତଙ୍କ ପକ୍ଷରେ ବାହାରିଛନ୍ତି। ଏମିତିରେ ଦଳ ଏବେ ୩ ଭାଗ ହୋଇଛି। ଗୋଟିଏ ଭାଗରେ ରୋହିତଙ୍କ ସହ କିଛି ବରିଷ୍ଠ ଖେଳାଳି ଥିବା ବେଳେ ଦ୍ୱିତୀୟରେ ଗମ୍ଭୀରଙ୍କ ସହ କିଛି ଅଛନ୍ତି। ଏହାଛଡ଼ା ଖୁବ୍‌ କମ୍‌ ବିବାଦରେ ଫସିବାକୁ ଚାହୁଁନାହାନ୍ତି। ଏବେ ଏସବୁ ଦାବି କେତେ ସତ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri