Posted inଖେଳ

କୋହଲି ନ ଖେଳିବା ନେଇ ଆଣ୍ଡରସନ କାହିଁକି କହିଲେ ‘It’s a Shame’

ନୂଆଦିଲ୍ଲୀ,୨।୩: ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁ ନାହାନ୍ତି। ବ୍ୟକ୍ତିଗତ କାରଣରୁ କୋହଲି ସିରିଜ ପୂର୍ବରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ଫଳରେ ପ୍ରଶଂସକମାନେ କୋହଲି ଏବଂ ଇଂଲଣ୍ଡର ମହାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାକୁ ଦେଖିବାରୁ ବଞ୍ଚିତ ହୋଇଥିଲେ। ଏଥିଲାଗି କେବଳ ପ୍ରଶଂସକ ନିରାଶ ତାହା ନୁହେଁ ବରଂ ଆଣ୍ଡରସନ ମଧ୍ୟ ଅନୁତାପ କରୁଛନ୍ତି। ଏହି ସିରିଜରେ ସେ କୋହଲିଙ୍କୁ ବୋଲିଂ କରିପାରି ନ ଥିବାରୁ ‘ଏହା ତାଙ୍କ ପାଇଁ ଲଜ୍ଜାଜନକ’ ବୋଲି କହିଛନ୍ତି। ତେବେ ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ କୋହଲି ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ଫେବୃଆରୀ ୧୫ ରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

ଜିଓ ସିନେମା ସହ ସାକ୍ଷାତକାର ବେଳେ ଆଣ୍ଡରସନ କହିଛନ୍ତି, କୋହଲି ଖେଳି ନ ଥିବାରୁ ଇଂଲଣ୍ଡ ଦଳର ପ୍ରଶଂସକମାନେ ଅଧିକ ଖୁସି ହେବେ କାରଣ କୋହଲି ଜଣେ ଉତ୍ତମ ଖେଳାଳି ଏବଂ ଯଦି ସେ ସେଠାରେ ଥାଆନ୍ତେ ତେବେ ସେ ଭଲ ଖେଳିଥାନ୍ତେ। ଏହା ପରେ ଆଣ୍ଡରସନ କହିଛନ୍ତି ଯେ ତାଙ୍କ ଦୃଷ୍ଟିକୋଣରୁ ଏହା ଭଲ ନୁହେଁ କାରଣ ସେ ଶ୍ରେଷ୍ଠ ଖେଳାଳିଙ୍କ ସାମ୍ନାରେ ନିଜକୁ ପରୀକ୍ଷା କରିବାକୁ ସେ ଚାହିଁଥାନ୍ତି। ଅନେକ ବର୍ଷ ଧରି ସେ କୋହଲିଙ୍କୁ ବୋଲିଂ କରିବା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ବୋଲି ଅନୁଭବ କରିଛନ୍ତି॥ ଯଦି ସେ ଖେଳନ୍ତି ନାହିଁ ତେବେ ଇଂଲଣ୍ଡ ଦଳ ଏବଂ ଆଣ୍ଡରସନ୍‌ଙ୍କ ପାଇଁ ଏହା ଲଜ୍ଜାଜନକ ବିଷୟ।

କହିରଖୁଛୁ, ୨୦୧୪ରେ ଭାରତ ଇଂଲଣ୍ଡ ଗସ୍ତ କରିଥିଲା। ସେତେବେଳେ ଆଣ୍ଡରସନ କୋହଲିଙ୍କୁ ବହୁତ ଅଡ଼ୁଆରେ ପକାଇଥିଲେ। ହେଲେ ୪ ବର୍ଷ ପରେ ଯେତେବେଳେ ଭାରତ ପୁଣିଥରେ ଇଂଲଣ୍ଡ ଗସ୍ତ କରିଥିଲା କୋହଲି ଚମତ୍କାର ପ୍ରଦର୍ଶନ କରିଥିଲେ। ସେତେବେଳେ ସେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ସବୁଠାରୁ ଅଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ ପାଲଟିଥିଲେ। ସେ ୫୯୩ ରନ୍‌ କରିଥିଲେ। ତେବେ ଏହି ଦୁଇଜଣ ଯେତେବେଳେ ମୁହାଁମୁହିଁ ହୋଇଥାନ୍ତି ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର,୧୪।୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...

ହତ୍ୟା ନା ଆତ୍ମହତ୍ୟା:ଭବାନୀପାଟଣା ସ୍ଥାନାନ୍ତର କରାଗଲା ମୃତଦେହ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୱାର୍ଡ ନମ୍ବର ୭ର ଜଣେ ୧୬ ବର୍ଷୀୟ ଯୁବକ ବାଳକୃଷ୍ଣ ଶିଖା ବେକର ଶାଢି ଲଗାଇ ଆତ୍ମହତ୍ୟା...

ରେଳବିଭାଗରେ ଚାକିରି କରାଇବା ନାଁରେ ୮୬ ଲକ୍ଷ ଟଙ୍କା ଠକେଇ: ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ରେଳବିଭାଗରେ ଚାକିରି କରାଇବା ନାଁରେ ୭ ଜଣ ଯୁବକଙ୍କୁ ଠାରୁ ୮୬ ଲକ୍ଷ ୫୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ...

ଧରିତ୍ରୀ ୱେବ ପ୍ରଭାବ: ଯୋଡ଼ା ଲଘୁଚାପଜନିତ କ୍ଷୟକ୍ଷତି ଆକଳନ କଲା ରାଜସ୍ବ ବିଭାଗ

କୁଆଁରମୁଣ୍ଡା,୧୪।୦୭(ମହେନ୍ଦ୍ର କୁମାର ସାହୁ): ଯୋଡ଼ା ଲଘୁଚାପ ଯୋଗୁ ସୁନ୍ଦରଗଡ଼ରେ ବାଦଲ ଫଟା ବର୍ଷା ହୋଇଛି। ଜାତୀୟ ରାଜପଥରେ ଆଣ୍ଠୁଏ ପାଣି ଶୀର୍ଷକ ଏକ ଖବର ଧରିତ୍ରୀ...

FM ପୀଡ଼ିତା ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି: ପଚାରି ବୁଝିଲେ ସ୍ବାସ୍ଥ୍ୟାବସ୍ଥା

ଭୁବନେଶ୍ୱର,୧୪।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟବର୍ଷରେ ଅଧ୍ୟୟନରତା ଜଣେ ଛାତ୍ରୀ ଆତ୍ମାହୁତି ଦେଇଛନ୍ତି। ଏହି ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ...

ସାର୍‌ ନିଆଁ ଲଗାଇ ଦେଇଛନ୍ତି… ବାଲେଶ୍ୱର ଘଟଣାରେ ପୀଡ଼ିତା ଛାତ୍ରୀଙ୍କ ମା’ଙ୍କ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୧୪।୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ସୋମବାର ପୀଡ଼ିତା ଛାତ୍ରୀଙ୍କ ମା’...

ରାଜ୍ୟ ସ୍ତରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତା: ଚମକିଲେ ଗଞ୍ଜାମ ଝିଅ,ପୁଅ ପାୟଲଙ୍କୁ ସ୍ବର୍ଣ୍ଣ କଳ୍ପଜିତଙ୍କୁ

ଗଞ୍ଜାମ,୧୪।୭(ବିଦ୍ୟାଧର ସାହୁ ): ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଗଞ୍ଜାମର ଓଡ଼ିଆ ଝିଅ ପାୟଲ ନାହାକ (୯ )ସ୍ବର୍ଣ୍ଣ ପଦକ ଏବଂ କଳ୍ପଜିତ...

ମହାକାଶରୁ ଫେରିବା ପରେ ଏସବୁ ଜିନିଷ ଭୁଲିଯିବେ ଶୁଭାଂଶୁ ଶୁକ୍ଲା: ଖାଇବାଠାରୁ ଚାଲିବା ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧୪।୭: ଭାରତର ମହାକାଶ ଅଭିଯାନରେ ଆଉ ଏକ ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri