Posted inଖେଳ

IPL Mega Auction 2025 Live: ଶ୍ରେୟାସଙ୍କୁ ଟପିଗଲେ ପନ୍ତ, ଚହଲ-ଶାମି-ସିରାଜଙ୍କୁ କିଣିଲା…

ଦୁବାଇ,୨୪।୧୧: ଅପେକ୍ଷାର ଅନ୍ତ ଘଟିଛି। ବହୁ ପ୍ରତିକ୍ଷିତ ଆଇପିଏଲ୍‌ ୨୦୨୫ ଲାଗି ନିଲାମ ରବିବାର ଅନୁଷ୍ଠିତ ହେଉଛି। ଏଥିରେ ୫୭୭ ଖେଳାଳି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଅକ୍ସନରେ ମୋଟ ୧୦ ଟିମ୍‌ ଭାଗ ନେଉଥିବା ବେଳେ ଖର୍ଚ୍ଚ କରିବାକୁ ୬୪୧ କୋଟି ଟଙ୍କା ରହିଛି।

ଆଇପିଏଲ୍‌ ୨୦୨୫ ମେଗା ଅକ୍ସନ ନଭେମ୍ବର ୨୪ରୁ ନଭେମ୍ବର ୨୫ ଯାଏ ଚାଲିବ। ଭାରତୀୟ ସମୟାନୁସାରେ ଅପରାହ୍ନ ୩.୩୦ ରୁ ରାତି ସାଢ଼େ ୧୦ ଟା ଯାଏ ଏହା ଚାଲିବ।

ଜାଣନ୍ତୁ ଲାଇଭ୍‌ ଅପ୍‌ଡେଟ୍‌:

-5.25PM- କେ ଏଲ୍‌ ରାହୁଲଙ୍କ ଉପରେ ଜୋରଦାର ନିଲାମ ଡକାଯାଇଛି। ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୧୪ କୋଟିରେ କିଣିଛି।

-5.17PM-ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଲିୟମ ଲିଭିଂଷ୍ଟନଙ୍କୁ ନୂଆ ଟିମ୍‌ ମିଳିଛି। ଆର୍‌ସିବି ତାଙ୍କୁ ୮.୭୫ କୋଟି ଟଙ୍କାରେ କିଣିଛି।

-5.11PM- ମହମ୍ମଦ ସିରାଜଙ୍କୁ ନୂଆ ଟିମ୍‌ ମିଳିଛି। ୧୨.୨୫ କୋଟି ଟଙ୍କା ଦେଇ ଗୁଜରାଟ ଟାଇଟନ୍ସ ତାଙ୍କୁ କିଣିଛି।

-5.08PM- ଟିମ୍‌ ଇଣ୍ଡିଆର ଅନୁଭବୀ ସ୍ପିନର ଯୁଜବେନ୍ଦ୍ର ଚହଲ ପଞ୍ଜାବ କିଙ୍ଗ୍ସରେ ସାମିଲ ହୋଇଛନ୍ତି। ୧୮ କୋଟି ଦେଇ ଦଳ ତାଙ୍କୁ ସାମିଲ କରିଛି।

-4.57PM-ଦକ୍ଷିଣ ଆଫ୍ରିକାର ଭେଟେରାନ କ୍ରିକେଟର ଡେଭିଡ୍‌ ମିଲର୍‌ଙ୍କୁ ନୂଆ ଟିମ୍‌ ମିଳିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ୭.୫୦ କୋଟି ଟଙ୍କାରେ କିଣିଛି।

-4.53PM- ଷ୍ଟାର ବୋଲର ମହମ୍ମଦ ଶାମିଙ୍କୁ ସନରାଇଜର୍ସ ହାଇଦ୍ରାବାଦ କିଣିଛି। ୧୦ କୋଟି ଦାମ୍‌ ଦେଇ ଶାମିଙ୍କୁ ଦଳ ନିଜ ଟିମ୍‌ରେ ସାମିଲ କରିଛି।

-4.38 PM-ଋଷଭ ପନ୍ତ ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଛି। ଏଭଳି ଭାବେ ସେ ଶ୍ରେୟାସଙ୍କ ରେକର୍ଡ ଭାଙ୍ଗିଛନ୍ତି। କିଛି ସମୟ ପୂର୍ବରୁ ପଞ୍ଜାବ ତାଙ୍କୁ ୨୬.୭୫ କୋଟିରେ କିଣିଥିଲା।

ଅଷ୍ଟ୍ରେଲିଆର ମାଇକେଲ ଷ୍ଟାର୍କଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୧.୭୫ କୋଟି ଟଙ୍କାରେ କିଣିଛି।

ଇଂଲଣ୍ଡର ଟି୨୦ ଦିନିକିଆ ଅଧିନାୟକ ଜୋସ ବଟଲରଙ୍କୁ ଗୁଜରାଟ ଟାଇଟନ୍ସ ୧୫.୭୫ କୋଟି ଟଙ୍କାରେ କିଣିଛି।

୨ କୋଟି ବେସ୍‌ ପ୍ରାଇସ୍‌ ଥିବା ଶ୍ରେୟାସ ଆୟର ଅକ୍ସନ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି। ପଞ୍ଜାବ କିଙ୍ଗ୍ସ ତାଙ୍କୁ ୨୬.୭୫ କୋଟି ଟଙ୍କାରେ କିଣିଛି। ସେ ମାଇକେଲ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି। ଗତ ଅକ୍ସନରେ ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟି ଟଙ୍କାରେ କିଣିଥିଲା।

ଦକ୍ଷିଣ ଆଫ୍ରିକାର ବୋଲର୍‌ କାଗିସୋ ରବାଡ଼ାଙ୍କୁ ଗୁଜରାଟ ଟାଇଟନ୍ସ କିଣିଛି। ଏଥିପାଇଁ ସେ ୧୦.୭୫ କୋଟି ଟଙ୍କାର ନିଲାମ ଡାକିଛି।

ପ୍ରଥମେ ଅର୍ଶଦୀପଙ୍କ ଉପରେ ନିଲାମ ଡକା ଯାଇଛି। ୧୮ କୋଟି ଟଙ୍କାରେ ପଞ୍ଜାବ କିଙ୍ଗ୍ସ ଏହି ଖେଳାଳିଙ୍କୁ କିଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri