Posted inଖେଳ

ଲମ୍ବା କେଶ, ପୂର୍ବରୁ ଅଧିକ ଫିଟ୍‌; ପୁଣିଥରେ ଟାଇଟଲ ଜିତିବା ଲକ୍ଷ୍ୟରେ ଚେନ୍ନାଇ ହିରୋ ଏମ୍‌ଏସ୍‌ ଧୋନୀ !

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୩ରେ ଚାମ୍ପିଅନ୍‌ ହୋଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)। ଟୁର୍ନାମେଣ୍ଟରେ ମହେନ୍ଦ୍ର ସିଂହ ଧୋନୀ ପୁଣି ଥରେ ନିଜର କ୍ଷମତା ଦେଖାଇଥିଲେ। ଏହି ସିଜନ ପରେ ଧୋନୀ ଆଉ ଖେଳିବେ କି ନାହିଁ ସେନେଇ ପ୍ରଶ୍ନ ଉଠିଥିଲା। ପ୍ରଶଂସକଙ୍କ ଲାଗି ଏଥର ମଧ୍ୟ ସେ ମଇଦାନକୁ ଓହ୍ଲାଇ ଟାଇଟଲ ଜିତିବାକୁ ସ୍ଥିର କରିଛନ୍ତି। ଚଳିତ ସିଜନ ଲାଗି ତାଙ୍କର ଲୁକ୍‌ ବଦଳିଛି। ମନୋବଳ ବଢ଼ିଛି। ଲମ୍ବା କେଶରେ ସେ ପୂର୍ବଭଳି ଯୁବକ ଦେଖାଯାଉଛନ୍ତି। କହିବାକୁ ଗଲେ ସେ ପୁରୁଣା ଦିନକୁ ମନେ ପକାଉଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ ବିଷୟରେ କହିଲେ ଆଗାମୀ ଆଇପିଏଲ୍‌ ୨୦୨୪ରେ ଶୀର୍ଷ କ୍ରମରେ ଡିଭନ୍‌ କନୱେଙ୍କୁ ଅନୁପସ୍ଥିତି ବାରିହେବ। ତେବେ ମେଗା ନିଲାମରେ କିଣିଥିବା ରାଚିନ ରବିନ୍ଦ୍ର ଏବଂ ଡ୍ୟାରିଲ ମିଚେଲଙ୍କ ପରି ଖେଳାଳିମାନେ ଏହାର ବ୍ୟାଟିଂ ଲାଇନ୍‌କୁ ମଜଭୂତ କରିବେ। ଏହି ଦଳରେ ଶୀର୍ଷ କ୍ରମରେ ଋତୁରାଜ ଗାୟକୱାଡ ରହିଛନ୍ତି। ଶେଷ ଓଭରରେ ସ୍କୋର ବୋର୍ଡରେ ରନ ଯୋଡିବାକୁ କିମ୍ବା ମ୍ୟାଚ ଶେଷ କରିବାକୁ ଅଧିନାୟକ ଧୋନୀଙ୍କ ପରି ଜଣେ ଫିନିସର୍‌ ମଧ୍ୟ ଅଛନ୍ତି।

ସିଏସ୍‌କେର ଏକ ବଡ ଶକ୍ତି ହେଉଛି ଏହାର ଅଲରାଉଣ୍ଡର, ଯେଉଁମାନେ ଆଇପିଏଲ୍‌ର ଅନ୍ୟ ଦଳ ଅପେକ୍ଷା ଭଲ ପ୍ରଦର୍ଶନ କରିଥାନ୍ତି। ସିଏସ୍‌କେରେ ଶିବମ୍‌ ଦୁବେ, ମୋଇନ ଅଲି, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର ଏବଂ ରାଜ୍ୟବର୍ଦ୍ଧନ ସିଂ ହାଙ୍ଗରଗେକର ଅଲରାଉଣ୍ଡର ଭାବରେ ରହିଛନ୍ତି। ଚେନ୍ନାଇର ବୋଲିଂରେ ମହୀଶ ତେକ୍ଷାନା, ମାଥିଶ ପାଥିରାନା, ନିଶାନ୍ତ ସିନ୍ଧୁ ଏବଂ ମୁଷ୍ଟିଫିଜୁର ରହମାନ ଭଳିଦମ୍‌ଦାର ପେସର୍‌ ଅଛନ୍ତି। ଆଇପିଏଲ ୨୦୨୪ ନିଲାମରେ ମୁସ୍ତାଫିଜୁର ରହମାନଙ୍କୁ କିଣି ଦଳ ନିଜର ଶକ୍ତି ବୃଦ୍ଧି କରିଛି।

ମୋଟ ଉପରେ ଦେଖିଲେ ହଳଦିଆ ଜର୍ସିରେ ଏକ ଦମ୍‌ଦାର ଟିମ୍‌ ହେଉଛି ସିଏସ୍‌କେ। ଏହାର ଲଗାମ ଏଭଳି ଜଣେ ଅଧିନାୟକଙ୍କ ହାତରେ ରହିଛି ଯିଏ ଖେଳାଳିଙ୍କଠାରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ବାହାର କରିବାରେ ସିଦ୍ଧହସ୍ତ।

ଆଇପିଏଲ ୨୦୨୪ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଦଳ:
ଏମ୍‌ଏସ୍‌ ଧୋନି (ଅଧିନାୟକ), ଡିଭୋନ କନୱେ, ଋତୁରାଜ ଗାୟକୱାଡ, ଅଜିଙ୍କ୍ୟ ରାହାନେ, ଶେଖ ରସିଦ, ରବିନ୍ଦ୍ର ଜାଡେଜା, ମିଚେଲ ସାଣ୍ଟନର୍‌, ମୋଇନ ଅଲି, ଶିବମ ଦୁବେ, ନିଶାନ୍ତ ସିନ୍ଧୁ, ଅଜୟ ମଣ୍ଡଳ, ରାଜ୍ୟବର୍ଦ୍ଧନ ହଙ୍ଗେରଗାର୍‌, ଦୀପକ ଚହର, ମହିଷ ତେଖଲାନା


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri