Posted inଖେଳ

ଆଇପିଏଲ୍‌ ଖେଳିବେ କି ନାହିଁ ପନ୍ତ, ମାର୍ଚ୍ଚ ୫ରେ ଆସିପାରେ ବଡ଼ ଅପ୍‌ଡେଟ୍‌…

ନୂଆଦିଲ୍ଲୀ,୨।୩: ଋଷଭ ପନ୍ତ ଏକ ବର୍ଷରୁ ଅଧିକ ସମୟ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଏମିତିରେ ସମସ୍ତେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି। ସୁସ୍ଥ ହେବା ପରେ ପ୍ରତ୍ୟାବର୍ତ୍ତନ ପାଇଁ ପନ୍ତ ମଧ୍ୟ କଠିନ ପରିଶ୍ରମ କରୁଛନ୍ତି। ତେବେ ସେ ଏଥର ଆଇପିଏଲ୍‌୨୦୨୪ରେ ଖେଳିବେ ବୋଲି ଆଶା କରାଯାଉଛି। ଏନେଇ ମାର୍ଚ୍ଚ ୫ ତାରିଖରେ ସ୍ଥିତି ସ୍ପଷ୍ଟ ହୋଇଯିବ।

ପନ୍ତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳନ୍ତି। ଦିଲ୍ଲୀ ଫ୍ରାଞ୍ଚାଇଜ୍‌ର କ୍ରିକେଟ ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲି ପନ୍ତଙ୍କ ବିଷୟରେ ଏକ ବଡ ଅପ୍‌ଡେଟ୍‌ ଦେଇଛନ୍ତି। ଗାଙ୍ଗୁଲି କହିଛନ୍ତି ଯେ ମାର୍ଚ୍ଚ ୫ରେ ଜାତୀୟ କ୍ରିକେଟ ଏକାଡେମୀରେ ପନ୍ତଙ୍କ ଫିଟନେସ ପରୀକ୍ଷା ହେବ ଯେଉଁଥିରେ ତାଙ୍କୁ ଫିଟ୍‌ ଘୋଷଣା କରାଯିବ। ଏହା ପରେ ମଧ୍ୟ ଆମେ ଅଧିନାୟକତ୍ୱ ପାଇଁ ବିକଳ୍ପଗୁଡ଼ିକ ବିଷୟରେ ବିଚାର କରିବୁ । କାରଣ ଫ୍ରାଞ୍ଚାଇଜ ତାଙ୍କୁ ନେଇ ବହୁତ ଯତ୍ନଶୀଳ ପଦକ୍ଷେପ ନେଉଛି କାରଣ ତାଙ୍କ କ୍ୟାରିଅର୍‌ ବହୁତ ଲମ୍ବା ଅଟେ। ଆମେ ତାଙ୍କୁ ଉତ୍ସାହକୁ ରୋକିବାକୁ ଚାହୁଁନାହୁଁ। ହେଲେ ସେ କିପରି ପ୍ରତିକ୍ରିୟା କରନ୍ତି ତାହା ଉପରେ ଅନେକ କିଛି ନିର୍ଭର କରେ। ତେବେ ପନ୍ତ ଏନସିଏରୁ କ୍ଲିୟରାନ୍ସ ପାଇବା ପରେ ଫ୍ରାଞ୍ଚାଇଜ କ୍ୟାମ୍ପରେ ଯୋଡି ହେବେ ବୋଲି ଗାଙ୍ଗୁଲି କହିଛନ୍ତି।

ଭାରତର ଯୁବ ଉଇକେଟ କିପର-ବ୍ୟାଟ୍ସମ୍ୟାନ ପନ୍ତ ୩୦ ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କର ଏକ ଲିଗାମେଣ୍ଟ ଆଘାତ ଲାଗିଥିଲା ଯେଉଁଥିପାଇଁ ସେ ଅସ୍ତ୍ରୋପଚାର କରିଥିଲେ। ପନ୍ତ ବର୍ତ୍ତମାନ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଏବଂ ମାର୍ଚ୍ଚ ୫ ରେ, ସେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି କି ନାହିଁ ତାଙ୍କ ବିଷୟରେ ଖବର ଆସିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ...

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ...

ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬।୭: ଭେଟେରାନ ବ୍ୟାଡମିଣ୍ଟନ ଖେଳାଳି ତଥା ଟପ ସଟଲର ପି.ଭି ସିନ୍ଧୁଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି କୋଚ ପ୍ରକାଶ ପାଦୁକୋନ। ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri