ପାଟପୁରରେ କ୍ରିକେଟ ମ୍ୟାଚ୍, ବ୍ଲୁ ୱାରିୟର ଟିମ୍ ବିଜୟୀ

ଦିଗପହଣ୍ଡି/ପାଟପୁର,୧୮|୧(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ମିନି ଷ୍ଟାଡିୟମରେ  ସ୍ଥାନୀୟ ଫ୍ରେଣ୍ଡସ୍ସ କ୍ରିକେଟ କ୍ଲବ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ରବିବାର କ୍ଲବର ଖେଳାଳି ଓ ପୂର୍ବତନ ଖେଳାଳି ମାନଙ୍କ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ  ଅରେଞ୍ଜ ଏମ୍ପରର ଏକାଦଶ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତ୍ତି ନେଇଥିବା ବେଳେ ବ୍ଲ୍ୟୁ ୱାରିୟର ଏକାଦଶ ଫିଲ୍ଡିଂ  କରିଥିଲା। ପ୍ରଥମେ ବ୍ୟାଟିଂ କରି ଅରେଞ୍ଜ ଏମ୍ପରର ଏକାଦଶ  ୧୮ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୨୮ ରନ ହାସଲ କରିଥିଲା। ଜବାବରେ ବ୍ଲ୍ୟୁ ୱାରିୟର ଏକାଦଶ ୧୮.୧ ଓଭରରେ ୪  ଓ୍ବିକେଟ ହରାଇ ୧୨୯ ରନ ସଂଗ୍ରହ କରି ୬ ଓ୍ବିକେଟରେ ବିଜୟୀ ହୋଇଥିଲା।

ଅମ୍ପାୟର ଭାବେ ହିମାଂଶୁ ମହାପାତ୍ର ଓ ସୁଜିତ କୁମାର ପଣ୍ଡା ମ୍ୟାଚ ପରିଚାଳନା କରିଥିଲେ । ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଚନ୍ଦନ ସାହୁ ଓ ବୋଲର ଅରୁଣ ଖୁଣ୍ଟିଆଙ୍କୁ ପୁରସ୍କୃତ କରାଯାଇଥିଲା। କ୍ରିକେଟ କ୍ଲବ ମ୍ୟାନେଜର ଅଶୋକ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଓ ପୁରସ୍କାର ବିତରଣ ସଭାରେ ଜିଲା ପରିଷଦ ପ୍ରତିନିଧି ଶଙ୍କର୍ଷଣ ସ୍ୱାଇଁ, ପାଟପୁର ପଞ୍ଚାୟତ ସରପଞ୍ଚ ଡି. ରାକେଶ ପାତ୍ର, ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ଼, ପୂର୍ବତନ ସମିତି ସଭ୍ୟ ଦୁର୍ଗା ପ୍ରସାଦ ପାଢ଼ୀ, କନିଷ୍ଠଯନ୍ତ୍ରୀ ଇଂ. ମନୋଜ ବେହେରା, ଏପିଓ ଅରୁଣ ସ୍ୱାଇଁ, ପୂର୍ବତନ ସରପଞ୍ଚ ଟି. ବାବୁ ସୁବୁଦ୍ଧି, ବରୁଣ ପ୍ରଧାନ, କୈଳାଶ ଖୁଣ୍ଟିଆ, କେ. ନାନବାବୁ ଦୋରା, ଅନିଲ ପାଳ, ସରୋଜ ପାତ୍ର, ମାଧବ ଖୁଣ୍ଟିଆ, ଭଜହରୀ ମହାରଣା, ମିନୁ ରେଡ୍ଡୀ, ନୀଳାଞ୍ଚଳ ସାହୁ, ପ୍ରମୋଦ ପଣ୍ଡା, ରଘୁନାଥ ଖୁଣ୍ଟିଆଙ୍କ ସମେତ କ୍ଲବର ସମସ୍ତ ପୁରାତନ ସଭ୍ୟ ଓ ଦୁଇଟି ଟିମର ଖେଳାଳି ବୃନ୍ଦ ଉପସ୍ଥିତ ଥିଲେ। ବିଜେତା ଓ ଉପବିଜେତା ଟିମକୁ ଅତିଥି ବୃନ୍ଦ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । କ୍ଳବର ବରିଷ୍ଠ ସଦସ୍ୟ ବିନାୟକ ଦାଶ ଧନ୍ୟବାଦ ଅର୍ପଣ  କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩ୟ ବିଶ୍ୱଯୁଦ୍ଧ ଆରମ୍ଭ! ଇରାନ ବିରୋଧରେ ଯୁଦ୍ଧକୁ ଡେଇଁଲା ଭାରତର ଏହି ବନ୍ଧୁରାଷ୍ଟ୍ର…

ନୂଆଦିଲ୍ଲୀ,୫।୩: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ଆଗାମୀ ଦିନରେ ଇରାନ କ୍ଷେପଣାସ୍ତ୍ର ଘାଟି ବିରୋଧରେ ଆମେରିକାର ଆକ୍ରମଣରେ ବ୍ରିଟେନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ପ୍ରାରମ୍ଭିକ ଦ୍ୱିଧା…

ଅଧରାତିରେ କୂଅରେ ପଡ଼ିଗଲା ଦନ୍ତା ହାତୀ: ଆଉ ତା’ପରେ…

କେନ୍ଦୁଝର,୫।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ବନାଯୋଡ଼ି ଗାଁରେ ଜଣେ ବ୍ୟକ୍ତିଙ୍କ ପୁରୁଣା ପଥର କୂଅରେ ଗତ କାଲି ରାତିରେ ଏକ ବୟସ୍କ…

ଆଜି ରାଜ୍ୟ ସଭା ପାଇଁ ନାମାଙ୍କନ: ୫ ପ୍ରାର୍ଥୀ କରିବେ ଦାଖଲ

ଭୁବନେଶ୍ୱର,୫।୩: ଓଡ଼ିଶାରେ ଖାଲି ପଡ଼ିଥିବା ରାଜ୍ୟ ସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ। ଓଡ଼ିଶାରୁ ଏଥର ୪ ପ୍ରାର୍ଥୀ ରାଜ୍ୟ ସଭାକୁ…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ମିଳିଲା ଖୁସି ଖବର: ମିଳିଗଲା…

ଓ୍ବାଶିଂଟନ୍‌,୫।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଞ୍ଚ ଦିନରୁ ଅଧିକ ସମୟ ଧରି ଚାଲିଛି। ଏହା ସତ୍ତ୍ୱେ ଆକ୍ରମଣ ହ୍ରାସ ପାଇବା ପରିବର୍ତ୍ତେ…

ଟି୨୦ ବିଶ୍ୱକପରେ ଇତିହାସ ରଚିଲେ ଫିନ ଆଲେନ: ଭାଙ୍ଗିଲେ ୫ ବଡ଼ ରେକର୍ଡ

କୋଲକାତା,୫।୩: ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଫିନ ଆଲେନ ୨୦୨୬ ଟି୨୦ ବିଶ୍ୱକପ ର ପ୍ରଥମ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୩ ବଲ୍‌ରେ ଶତକ ହାସଲ କରି…

ଆଜି ଭାରତ-ଇଂଲଣ୍ଡ ସେମିଫାଇନାଲ୍‌: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ମୁମ୍ବାଇ,୫।୩: ସେମିଫାଇନାଲ ଯାତ୍ରାରେ ପଛରେ ପଡ଼ିଯାଇଥିବା ଭାରତୀୟ ଦଳ ଏବେ ଇଂଲଣ୍ଡର ସ୍ପିନ ବୋଲିଂର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଗୁରୁବାର ୱାଙ୍ଖେଡେ ଷ୍ଟାଡିୟମରେ ଟି-୨୦ ବିଶ୍ୱକପ ସେମିଫାଇନାଲ…

ଫିନ ଆଲେନଙ୍କ ବିସ୍ଫୋରକ ଶତକ: ଟି୨୦ ବିଶ୍ୱକପ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ

କୋଲକାତା,୪।୩: ନ୍ୟୁଜିଲାଣ୍ଡ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟ୍‌ରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ଟି୨୦ ବିଶ୍ୱକପର ଫାଇନାଲରେ…

ସେକ୍ଟର-୬ ଆନନ୍ଦ ମାର୍ଗ ବସ୍ତିରେ ଗୋଷ୍ଠୀ ସଂଘର୍ଷ: ୭ ଆହତ, ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ରାଉରକେଲା, ୪।୩(ସଂଗୀତା ଜେନା): ଆନନ୍ଦ ମାର୍ଗ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ସାମାନ୍ୟ ବିବାଦ ପରେ ବୁଧବାର ରାଉରକେଲାର ସେକ୍ଟର-୬ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri