୭୬ତମ କୁର୍ଶୁଲା ମକରମେଳା ଉଦଯାପିତ; ଚଣ୍ଡୀଙ୍କ ପୀଠରେ ପଡିଲା ବଳି, ୨କୋଟିରୁ…

କର୍ଲାମୁଣ୍ଡା,୧୮ା୧ (ପ୍ରଦୀପ କୁମାର ସାହୁ):  କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲା ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରରେ ଚାଲୁଥିବା ୭୬ତମ ମକରମେଳା ରବିବାର ଉଦଯାପିତ ହୋଇଯାଇଛି । ଗତ ୧୨ ତାରିଖ ଦିନ ନେଉଳ ପ୍ରବେଶ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୪ ତାରିଖ ମକରସଂକ୍ରାନ୍ତି ଦିନ ହରଗୌରୀ ରଥ ପରିକ୍ରମା କରିଥିଲା । ରବିବାର ଶେଷ ଦିବସରରେ ମାଁ ଚଣ୍ଡିଙ୍କ ଠାରେ ପାଟବୁକା ବଳି ଦିଆଯାଇଥିଲା । ତାପରେ ମନସ୍କାମନା ପୂର୍ଣ୍ଣ ହୋଇଥିବା ଭକ୍ତମାନେ ଆଣିଥିବା ବୁକା, ଗରରା, କୁକୁଡା ଆଦି ବଳି ଦିଆଯାଇଥିଲା ।

ଏଥର ମୀନାବଜାର କଂସ ଦରବାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମହୁଥିଲା । ଆଖପାଖ ୪୪ ଖଣ୍ଡ ଗ୍ରାମକୁ ନେଇ ଗଠିତ ମକର ମେଳା କମିଟିର ସଭାପତି ଜଗତରାମ ଭୋଇ, ସଂପାଦକ ସୁଶାନ୍ତ ଜାନୀ, ଉପସଭାପତି ହିରାମଣି ସାହୁ, ଯୁଗ୍ମସଂପାଦକ ଦୟା ବାଗ, କୋଷାଧ୍ୟକ୍ଷ ଲକ୍ଷ୍ମୀପ୍ରସାଦ ସାହୁଙ୍କ ସମେତ କମିଟି ସଦସ୍ୟ ମାନେ ପ୍ରତ୍ୟେକ୍ଷ ସହଯୋଗ କରିଥିଲେ । ମୁଖ୍ୟପୂଜକ ନେତ୍ରାନନ୍ଦ ବଡମାଳି ଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହୋଇଥିଲା ।

ବିଶେଷକରି ବର୍ତ୍ତମାନ ବିବାହ ଋତୁ ଆରମ୍ଭ ହେଉଥିବାରୁ ବିଭିନ୍ନ ଆସବା ପତ୍ର, ବାସନ କୁସନ, ଫେନ୍ସି ସାମଗ୍ରୀ କିଣିବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକେ ଆସି କ୍ରୟ, ବିକ୍ରୟ କରୁଥିବା ଦେଖାଯାଇଥିଲା । ତେବେ ଚଳିତ ବର୍ଷର ଏହି ମକର ମେଳାରେ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ଅନୁମାନ କରି ଜଣେ ବ୍ୟବସାୟୀ ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କୁ ବଡ଼ ଝଟ୍‌କା, ଜୁନ ମାସ ଶେଷକୁ ବଢ଼ିକି ଆସିବ ବିଜୁଳି ବିଲ୍‌!

ନୂଆଦିଲ୍‌ଲୀ,୧୩।୬: ଗ୍ରାହକମାନଙ୍କୁ ଖୁବଶୀଘ୍ର ମହଙ୍ଗା ବିଜୁଳିର ଝଟକା ଲାଗିପାରେ। କାରଣ ପଶ୍ଚିମ ଏସିଆରେ ଜାରି ରହିଥିବା ଭୂ-ରାଜନୈତିକ ସଙ୍କଟ ଏବଂ ଯୁଦ୍ଧର ସିଧାସଳଖ ପ୍ରଭାବ ବିଦ୍ୟୁତ ଉତ୍ପାଦନ…

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ନେତାନ୍ୟାହୁଙ୍କୁ ଫୋନ କରି ବଡ଼ କଥା କହିଲେ ଟ୍ରମ୍ପ, ଇରାନ ସହିତ ଚୁକ୍ତି ଉପରେ କହିଲେ…

ଓ୍ବାଶିଂଟନ,୧୩।୬: ଏକ ଆକ୍ସିଓସ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଏକ କଥାବାର୍ତ୍ତା ସମୟରେ କହିଥିଲେ ଯେ…

ଟ୍ରମ୍ପ କହୁଛନ୍ତି ଇରାନ ଯୁଦ୍ଧ ଶେଷ , ଶୀଘ୍ର ହେବ ଚୁକ୍ତିନାମା; ତେହରାନ କହୁଛି ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନାହିଁ

ତେହରାନ,୧୩।୬: ଗତ ତିନି ମାସ ଧରି ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦାବି କରିଛନ୍ତି ଯେ ଦୁଇ…

ଫିଟିଲା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ଗୁମର: ମୃତ୍ୟୁ ପୂର୍ବରୁ ବୟଫ୍ରେଣ୍ଡ୍‌ଙ୍କୁ …

ଭୁବନେଶ୍ୱର,୧୩।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍‌ଙ୍କ ମୃତ୍ୟୁ ଘଟଣାରେ ପର୍ଦ୍ଦାଫାଶ ହୋଇଛି। ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ତଥ୍ୟ ମିଳିଛି ବୋଲି…

ମମତା ବାନାର୍ଜୀଙ୍କ ଠାରୁ ଅଲଗା ହେବେ କି ବାବୁଲ ସୁପ୍ରିୟୋ? TMC ଏମପି ନିଜେ ଏକ ବିବୃତ୍ତି ଜାରି କରି କହିଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପା ବିପକ୍ଷରେ ଦମନମୂଳକ ପରାଜୟ ପରେ, ଟିଏମସି କ୍ରମାଗତ ଭାବରେ ଭାଙ୍ଗିପଡ଼ିଛି। ମମତା ବାନାର୍ଜୀଙ୍କ ନିକଟତମ ସହଯୋଗୀମାନେ ଗୋଟିଏ ପରେ ଗୋଟିଏ ତାଙ୍କ…

ଚାମେଲିଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ସମାବେଶ:ଥାନା ସମ୍ମୁଖରେ ପୋଲିସ ପଇଁତରା

ମହାକାଳପଡ଼ା,୧୩।୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡ଼ିଓ ଚାମ୍ବରରେ ତିଖିରୀ ସରପଞ୍ଚ ଚାମେଲୀ ଓଝା ଭିଡ଼ିଓ ରେକର୍ଡକୁ ନେଇ ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ ଥାନାରେ…

୭ ମାସର ଗର୍ଭବତୀ ପରେ ପ୍ରେମିକାଙ୍କୁ ପ୍ରତାରଣା; ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ …

ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଦୀର୍ଘଦିନ ଧରି ଭଲ ପାଉଥିଲେ ପଡୋଶୀ ଗଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri