କ୍ରେଡିଟ୍‌ କାର୍ଡରୁ ସିମ୍‌ କାର୍ଡ ଯାଏ… ଜୁଲାଇ ପହିଲାରୁ ବଦଳିଯିବ ଏସବୁ ନିୟମ, ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୩୦।୬: ଶେଷ ହେବାକୁ ଯାଉଛି ଜୁନ୍‌। ସୋମବାରଠାରୁ ଆରମ୍ଭ ହେବ ଜୁଲାଇ। ଏହି ମାସରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ସିଧା ପ୍ରଭାବ ପକେଟ ଉପରେ ପଡ଼ିବ। ଇ-ଓ୍ବାଲେଟ୍‌ଠାରୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ ଏବଂ ଇନ୍‌କମ୍‌ ଟ୍ୟାକ୍ସ ରିଟର୍ନ ଦାଖଲ ଆଦି ଯାଏ, ଅନେକ ଆର୍ଥିକ ନିୟମରେ ପରିବର୍ତ୍ତନ ହେବ। ଏହାଛଡ଼ା ରନ୍ଧନ ଗ୍ୟାସ ଦର ବଦଳିବା ସହ ସିମ କାର୍ଡ ସହ ଜଡ଼ିତ ନିୟମ ଲାଗୁ ହେବ। ଆସନ୍ତୁ ସବିଶେଷ ସୂଚନା ଜାଣିବା:-

କ୍ରେଡିଟ୍‌ କାର୍ଡ ବିଲିଂ:
ଜୁଲାଇ ପହିଲାରୁ କ୍ରେଡିଟ୍‌ କାର୍ଡ ବିଲ୍‌ ପେମେଣ୍ଟ ସହ ଜଡ଼ିତ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଏହି କାରଣରୁ କିଛି ପେମେଣ୍ଟ ଆପ୍‌ ଜରିଆରେ ୟୁଟିଲିଟି ଅର୍ଥାତ୍‌ ବିଜୁଳି ଏବଂ ପାଣି ବିଲ୍‌ ଭଳି ଅନ୍ୟ ବିଲ୍‌ ପୈଠକ କରିବା ସମୟରେ ଅସୁବିଧା ଉପୁଜିପାରେ। କାରଣ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଜୁଲାଇରୁ କ୍ରେଡିଟ୍‌ କାର୍ଡ ବିଲ୍‌ ପେମେଣ୍ଟ ସିଷ୍ଟମ୍‌(ବିବିପିଏସ୍‌) ଜରିଆରେ ପୈଠ କରିବାକୁ କହିଛନ୍ତି। ଅର୍ଥାତ ଜୁଲାଇ ପହିଲାରୁ ସମସ୍ତ ବ୍ୟାଙ୍କକୁ ଭାରତ ବିଲ୍‌ ପେମେଣ୍ଟ ସିଷ୍ଟମ ଜରିଆରେ ବିଲ୍‌ ପ୍ରୋସେସ କରିବାକୁ ହେବ।

ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ଚାର୍ଜ:
ଆଇସିଆଇସିଆଇ ବ୍ୟାଙ୍କ ଜୁଲାଇ ପହିଲାରୁ ଅନେକ କ୍ରେଡିଟ୍‌ କାର୍ଡ ସେବାଗୁଡ଼ିକରେ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି। ଏମରାଲ୍ଡ ପ୍ରାଇଭେଟ୍‌ ମେଟାଲ କ୍ରେଡିଟ୍‌ କାର୍ଡକୁ ଛାଡ଼ି ବାକି ସମସ୍ତ କାର୍ଡ ଉପରେ ରିପ୍ଲେସମେଣ୍ଟ ଚାର୍ଜକୁ ୧୦୦ଟଙ୍କାରୁ ବଢ଼ାଇ ୨୦୦ ଟଙ୍କା କରାଯାଇପାରେ। ଏହାଛଡ଼ା ବ୍ୟାଙ୍କ ଅନେକ ଚାର୍ଜ ବି ସମାପ୍ତ କରିବାକୁ ଯାଉଛନ୍ତି। ଏଥିରେ ଚେକ୍‌ କିମ୍ବା କ୍ୟାସ୍‌ ପିକ୍‌ ଅପ୍‌ ଚାର୍ଜ, ଚାର୍ଜ ସ୍ଲିପ୍‌ ରିକ୍ୱେଷ୍ଟ ଉପରେ ଲାଗିଥିବା ଚାର୍ଜ, ଡାଏଲ-ଏ-ଡ୍ରାଫ୍ଟ(ଟ୍ରାନ୍ଜାକ୍ସନ ଫିସ୍‌), ଆଉଟ୍‌ଷ୍ଟେଶନ ଚେକ୍‌ ପ୍ରୋସେସିଂ ଫିସ୍‌ ଏବଂ ଡୁପ୍ଲିକେଟ୍‌ ଷ୍ଟେଟ୍‌ମେଣ୍ଟ ରିକୁଏଷ୍ଟ(୩ ମାସରୁ ଅଧିକ) ସାମିଲ ଅଛି।

ଏସ୍‌ବିଆଇ ରିଓ୍ବାର୍ଡ ପଏଣ୍ଟ:
ଏସ୍‌ବିଆଇ କାର୍ଡ ପକ୍ଷରୁ ଘୋଷଣା କରିଛି ଯେ, ଜୁଲାଇ ପହିଲାରୁ କିଛି କ୍ରେଡିଟ୍‌ କାର୍ଡ ଲାଗି ସରକାରୀ ନେଣଦେଣ ଉପରେ ରିଓ୍ବାର୍ଡ ପଏଣ୍ଟ ମିଳିବା ବନ୍ଦ ହୋଇଯିବ। ଏହି କାର୍ଡରେ ଏୟାର ଇଣ୍ଡିଆ ଏସ୍‌ବିଆଇ ପ୍ଲାଟିନମ୍‌ କାର୍ଡ, ଏୟାର ଇଣ୍ଡିଆ ଏସ୍‌ବିଆଇ ସିଗ୍ନେଚର କାର୍ଡ, ସେଣ୍ଟ୍ରାଲ ଏସ୍‌ବିଆଇ ସିଲେକ୍ଟ ପ୍ଲସ କାର୍ଡ, ଚେନ୍ନାଇ ମେଟ୍ରୋ ଏସ୍‌ବିଆଇ କାର୍ଡ, କ୍ଲବ୍‌ ବିସ୍ତାରା ଏସ୍‌ବିଆଇ କାର୍ଡ, କ୍ଲବ ବିସ୍ତାରା ଏସ୍‌ବିଆଇ କାର୍ଡ ପ୍ରାଇମ୍‌ ଏବଂ ଦିଲ୍ଲୀ ମେଟ୍ରୋ ଏସ୍‌ବିଆଇ କାର୍ଡ ସାମିଲ ଅଛି।

ମୋବାଇଲ ନମ୍ବର ପୋର୍ଟେବିଲିଟି ଏବଂ ମହଙ୍ଗା ଚାର୍ଜ:
ଜୁଲାଇ ପହିଲାରୁ ମୋବାଇଲ ନମ୍ବର ପୋର୍ଟେବିଲିଟି ନିୟମରେ ପରିବର୍ତ୍ତନ ହେବ। ଯଦି ସିମ୍‌ କାର୍ଡ ଚୋରି ନଚେତ ଖରାପ ହୋଇଯିବ, ତେବେ ତୁରନ୍ତ ଆପଣ ନୂଆ ସିମ୍‌ ନେଇପାରିବେ ନାହିଁ। ଏଥିପାଇଁ ସମୟସୀମା ୭ ଦିନର ରହିବ। ଏହାଛଡ଼ା ଟେଲିକମ୍‌ ସର୍ଭିସ ପ୍ରୋଭାଇଡର କମ୍ପାନୀ ଜିଓ, ଏୟାରଟେଲ, ବିଆଇ ନିଜର ପ୍ଲାନ୍‌ ମହଙ୍ଗା କରିଦେଇଛନ୍ତି। ଆସନ୍ତା ମାସରୁ ମୋବାଇଲ ରିଚାର୍ଜ ମହଙ୍ଗା ହୋଇଯିବ।

ସିଲିଣ୍ଡର ଦାମ: ପ୍ରତି ମାସର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ନୂଆ ଦାମ ଜାରି ହୋଇଥାଏ। ଏହା ବଢ଼ିପାରେ ନଚେତ କମିପାରେ।

ପେଟିଏମ୍‌ ଓ୍ବାଲେଟ୍‌: ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଘୋଷଣା କରିଛି ଯେ ଜୁଲାଇ ୨୦ରେ ଜିରୋ ବାଲାନ୍ସ ଏବଂ ଗତ ବର୍ଷ ନଚେତ ଅଧିକ ସମୟରୁ ନେଣଦେଣ କରିନଥିବା ଇନାକ୍ଟିଭ୍‌ ଓ୍ବାଲେଟ୍‌ ବନ୍ଦ କରି ଦିଆଯିବ। ଏମିତିରେ ସମସ୍ତ ପ୍ରଭାବିତ ବ୍ୟବହାରକାରୀଙ୍କୁ ମେସେଜ୍‌ ପଠାଯିବ। ସେମାନଙ୍କୁ ନିଜର ଓ୍ବାଲେଟ୍‌ ବନ୍ଦ କରିବା ପୂର୍ବରୁ ୩୦ ଦିନର ନୋଟିସ୍‌ ପିରିୟଡ ଦିଆଯିବ।

ଆଇଟିଆର୍‌ ଡେଡ୍‌ଲାଇନ୍‌: ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଆଇଟିଆର୍‌ ଫାଇଲ୍‌ କରିବା ସମୟସୀମାକୁ ଜୁଲାଇ ୩୧, ୨୦୨୪ ରହିଛି। ଯଦି ଏହି ସମୟସୀମା ଯାଏ ଜମା କରିବାରେ ବିଫଳ ହୋଇଯାଆନ୍ତି ତେବେ ଆପଣ ଡିସେମ୍ବର ୩୧ ଯାଏ ଲେଟ୍‌ ରିଟର୍ନ ଫାଇଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri