Categories: ବାଣିଜ୍ୟ

କ୍ରିଏଟିଭ ହୋମ୍ସ ଉଦ୍‌ଘାଟିତ

ଜଟଣୀ,୨୯ା୧୦(ଡି.ଏନ୍‌.ଏ.): ଭୁବନେଶ୍ୱର ଜୟଦେବ ବିହାରଠାରେ ଶୁକ୍ରବାର କ୍ରିଏଟିଭ ହୋମ୍ସ ନାମକ ଏକ ଅତ୍ୟାଧୁନିକ ସାନିଟାରୀ ଶୋରୁମ ଉଦ୍‌ଘାଟିତ ହୋଇଯାଇଛି। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଭୁବେନେଶ୍ୱର ଓ୍ବାର୍ଡ ନମ୍ବର ୨୭ର ଅନିଲ ଦାସ, ଲେଖକ ସୀତାକାନ୍ତ ଶତପଥୀ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଏହି ଶୋରୁମରେ ଆମେରିକାନ ଷ୍ଟାଣ୍ଡାଡ୍‌ ଗ୍ରୋହେ କମ୍ପାନୀର ସାନିଟାରୀ ଫିଟିଙ୍ଗସ, ଅଭେନ ଗୋଲ୍ଡ ବାଥ ଫିଟିଙ୍ଗସ ଏବଂ ଉଡେନ ଫ୍ଲୋରିଙ୍ଗ ଆଦି ସାନିଟାରୀ ଉପକରଣ ସୁଲଭ ଏବଂ ସୁବିଧାରେ ସବୁ ବର୍ଗର ଗ୍ରାହକଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଯୋଗାଇ ଦିଆଯିବ ବୋଲି କ୍ରିଏଟିଭି ହୋମ୍ସର ନିର୍ଦ୍ଦେଶକ ଲିଟୁ ଶତପଥୀ ଏବଂ ସୁଶାନ୍ତ କୁମାର ସାହୁ କହିଛନ୍ତି।

Share