Categories: ବାଣିଜ୍ୟ

ଦକ୍ଷତା ବଳରେ ନିଜସ୍ବ ପରିଚୟ ସୃଷ୍ଟିକର

ଭୁବନେଶ୍ୱର,୧।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ସମୂହର ଅଗ୍ରଣୀ ପ୍ରତିଷ୍ଠାନ ‘ଡ୍ରିମ୍‌ସ ସ୍ବୟଂଶାସିତ ବୈଷୟିକ ମହାବିଦ୍ୟାଳୟ’ର ନବାଗତ ବିଟେକ୍‌ ଛାତ୍ରୀଛାତ୍ରଙ୍କ ମାର୍ଗଦର୍ଶନ ଓ ସ୍ବାଗତ ସମ୍ବର୍ଦ୍ଧନା ଉସତ୍ବ ‘ଆରମ୍ଭ-୨୦୨୩’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜୟଶ୍ରୀ ଅଡିଟୋରିୟମଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଡ୍ରିମ୍‌ସ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ ସ୍ବାଗତ ଅଭିଭାଷଣ ସହ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ୍‌ ଓ ପିତାମାତା ଏବଂ ଗୁରୁଜନଙ୍କ ଆଶୀର୍ବାଦ ରହିଲେ ସମସ୍ତ ବାଧାବନ୍ଧନ ଅତିକ୍ରମକରି ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବ ବୋଲି ଉଲ୍ଲେଖ କରିଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସବିତା ଆଚାର୍ଯ୍ୟ କହିଥିଲେ, ବିଫଳତାରେ କେବେ ବି ନିରୁସତ୍ାହିତ ନ ହୋଇ ବାରମ୍ବାର ପ୍ରଚେଷ୍ଟା କରିବା ଦରକାର। କାରଣ ବିଫଳତାରୁ ମିଳିଥିବା ଶିକ୍ଷା ଓ ଅଭଜ୍ଞତା ହିଁ ସଫଳତାର ବାଟ ଦେଖାଇଥାଏ। ସକାରାମତ୍କ ଭାବନା ସହ ଜ୍ଞାନ ଓ ଦକ୍ଷତାର ଉପଯୋଗକରି ନିଜସ୍ବ ପରିଚୟ ସୃଷ୍ଟି କରିବାକୁ ଆଚାର୍ଯ୍ୟ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ସେହିଭଳି ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଲେଖିକା ପ୍ରଫେସର ଡ.ସୁଲୋଚନା ଦାସ କହିଥିଲେ, ପ୍ରତ୍ୟେକ ମଣିଷ ଭିତରେ ଈଶ୍ୱରୀୟ ସତ୍ତା ନିହିତ ରହିଛି। ଏହାର ଉପଲବ୍ଧ ଦ୍ୱାରା ହିଁ ବିବେକକୁ ଜାଗ୍ରତ କରାଏ। ଜୀବନ ପାଇଁ ସ୍ବପ୍ନ ଦେଖିବା ଆବଶ୍ୟକ, କିନ୍ତୁ ସ୍ବପ୍ନ ସାକାର ଲାଗି ଗଭୀର ଆମତ୍ବିଶ୍ୱାସ ଓ ନିଷ୍ଠାପର ସାଧନା ଜରୁରୀ ବୋଲି ସେ ମତପ୍ରକାଶ କରିଥିଲେ। ସମ୍ମାନିତ ବକ୍ତା ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ନିର୍ଦ୍ଦେଶିକା ଡା. ଚିନ୍ମୟୀ ରଥ ବିଦ୍ୟାର୍ଥୀ ଜୀବନ ଭଳି ମୂଲ୍ୟବାନ୍‌ ସମୟର ସୁବିନିଯୋଗକରି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ନବାଗତ ଛାତ୍ରୀଛାତ୍ରୀଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ। ପରିଶେଷରେ ଅଧ୍ୟକ୍ଷ ଡ. ନୟନ ରଞ୍ଜନ ସାମଲ ପ୍ରାରମ୍ଭିକ ସୂଚନାରେ ଶିକ୍ଷାନୁଷ୍ଠାନର ଅଗ୍ରଗତି ଓ ସଫଳତାର ବିବରଣୀ ପ୍ରଦାନ କରିଥିଲେ। ପ୍ରାଧ୍ୟାପିକା ଡ. ଅନୁରେଖା ନାୟକ ଉକ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ପ୍ରାଧ୍ୟାପିକା ନିଭା ତ୍ରିପାଠୀ ଧନ୍ୟବାଦ ଅଭିଭାଷଣ ଦେଇଥିଲେ। ଏହି ଅବସରରେ ନିମନ୍ତ୍ରିତ ଅତିଥିମାନଙ୍କୁ ‘ଡ୍ରିମ୍‌ସ ପରିବାର’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡିନ୍‌ (ଛାତ୍ର କଲ୍ୟାଣ) ପ୍ରାଧ୍ୟାପିକା ଡ. ଲୀନା ପଟ୍ଟନାୟକ, ଡ. ଆଲୋକ ରଂଜନ ବିଶ୍ୱାଳ, ଡ. ଜୀବନାନନ୍ଦ ମେହେନା, ପ୍ରାଧ୍ୟାପକ ରଶ୍ମିରଞ୍ଜନ ବିଶ୍ୱାଳଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share