ଖୋଲା ବୋଟରେ କେଟି ପେରି ଜଷ୍ଟିନ୍ ଟ୍ରୁଡୋଙ୍କ କିସିଙ୍ଗ୍ ଫଟୋ ଭାଇରାଲ୍! ସତ ହେଲା ଡେଟିଂ ଗୁଜବ

ନୂଆଦିଲ୍ଲୀ,୧୨।୧୦: ପପ୍ ଗାୟିକା କେଟି ପେରି ଓ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଡେଟିଂ ଗୁଜବ ଚାଲୁଥିବା ବେଳେ କାର୍ଲିଫର୍ଣ୍ଣିଆର ସାନ୍ତା ବାର୍ବାରା ତଟରେ ଦୁହେଁ କିସ୍ କରୁଥିବା ଫଟୋ ଭାଇରାଲ୍ ହୋଇଯାଇଛି। ଏହା ସହିତ ସେମାନଙ୍କର ସମ୍ପର୍କ ନିଶ୍ଚିତ ହୋଇଯାଇଛି।

କେଟିଙ୍କ ବୋଟରେ ସେ କଳା ସ୍ୱିମ୍ସୁଇଟ୍ ପିନ୍ଧି ରହିଥିଲେ। ଜଷ୍ଟିନ୍ ଶାର୍ଟଲେସ୍ ହୋଇ ଜିନ୍ସ୍ ପିନ୍ଧିଥିଲେ। ଫଟୋରେ ସେମାନେ କିସ୍ କରୁଥିବା, ଆଳିଙ୍ଗନ କରୁଥିବା ଦେଖାଯାଉଛି।

ଜୁଲାଇରେ ମଣ୍ଟ୍ରିୟଲ୍‌ରେ ସେମାନେ ପ୍ରଥମ ଡିନର୍ ଡେଟ୍‌ରେ ଦେଖାଯାଇଥିଲେ। ଜଷ୍ଟିନ୍ କେଟିଙ୍କ କନ୍ସର୍ଟରେ ମଧ୍ୟ ଯୋଗ ଦେଇଥିଲେ। ପରେ ଗୁଜବ ହୋଇଥିଲା ଯେ ମିଡିଆ ଧ୍ୟାନରୁ ଜଷ୍ଟିନ୍ ଅସୁବିଧାରେ ପଡ଼ିଛନ୍ତି। କିନ୍ତୁ ଏହି ଫଟୋରୁ ବୁଝାଯାଉଛି ସେମାନେ ସମ୍ପୂର୍ଣ୍ଣ ଏକାଠି ରହିଛନ୍ତି।

୨୦୨୫ ଜୁନ୍ ମାସରେ କେଟି ଅଭିନେତା ଅରଲାଣ୍ଡୋ ବ୍ଲୁମ୍‌ଙ୍କ ସହ ବିବାହ ଭାଙ୍ଗି ୭ ବର୍ଷର ସମ୍ପର୍କ ଶେଷ କରିଥିଲେ। ସେମାନେ ୬ ବର୍ଷ ବିବାହରେ ରହିଥିଲେ। ୨୦୧୬ରୁ ଡେଟିଂ କରୁଥିବା ସେମାନେ ୨୦୨୦ରେ ଝିଅ ଡେଜି ଡୋଭ୍‌କୁ ଜନ୍ମ ଦେଇଥିଲେ।

୨୦୨୩ ଅଗଷ୍ଟରେ ପତ୍ନୀ ସୋଫି ଗ୍ରେଗୋୱାର୍‌ ସହ ୧୮ ବର୍ଷର ବିବାହ ଭାଙ୍ଗିଥିଲେ ଜଷ୍ଟିନ୍ ଟ୍ରୁଡୋ। ସେମାନଙ୍କ ୩ ସନ୍ତାନ: ଜାଭିୟର (୧୭), ଏଲା-ଗ୍ରେସ୍ (୧୬) ଓ ହାଡ୍ରିୟନ୍ (୧୧) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ପୁଟିନଙ୍କୁ ରିଟର୍ନ ଉପହାର ଦେଲେ ମୋଦି: ରୁଷିଆ ନାଗରିକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ସାକ୍ଷାତ ହୋଇଛି। ବୈଠକ ସମୟରେ ଏକ ପ୍ରମୁଖ ଭୂରାଜନୈତିକ...

ପ୍ରଶଂସକଙ୍କ ପାଇଁ ଖୁସିଖବର: ଦକ୍ଷିଣ ଆଫ୍ରିକା ODI ସିରିଜ ପରେ ଟି-୨୦କୁ ଫେରିବେ ରୋହିତ!

ନୂଆଦିଲ୍ଲୀ,୫।୧୨: ରୋହିତ ଶର୍ମା ଭାରତୀୟ ଘରୋଇ କ୍ରିକେଟ ପ୍ରତି ଏତେ ପ୍ରତିବଦ୍ଧତା ଦେଖାଉଛନ୍ତି ଯେ ସେ କେବଳ ଲିଷ୍ଟ ଏ କ୍ରିକେଟ ନୁହେଁ ବରଂ ଟି-୨୦...

ପ୍ରଶ୍ନପତ୍ର ଲିକ୍‌: ବାତିଲ ହେଲା ଏଏନ୍‌ଏମ୍‌ ପରୀକ୍ଷା, ନିରାଶରେ ଫେରିଲେ ପରୀକ୍ଷାର୍ଥୀ

ଗଜପତି,୫।୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍‌ଏମ୍‌ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ...

ମହୁଲି ଭାଟି ଉପରେ ପୋଲିସର ଚଢ଼ାଉ, ମଦ ରନ୍ଧା ସାମଗ୍ରୀରେ ଲଗାଇଦେଲା ନିଆଁ

ପାଟଣା,୫ା୧୨(ବୀରକିଶୋର ଦାଶ): ବେଆଇନଦେଶୀ ମହୁଲି ଭାଟି ଉପରେ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମହୁଲି ମଦ ସହ ପୋଚ ନଷ୍ଟ କରିଛି। କେନ୍ଦୁଝର ଜିଲାତୁରୁମୁଙ୍ଗା...

ଓ୍ବାସିମ ଆକ୍ରମଙ୍କୁ ଟପିଲେ ଷ୍ଟାର୍କ

ବ୍ରିସବେନ,୫ା୧୨: ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଆଶେସ ଟେଷ୍ଟ ଆରମ୍ଭ ହୋଇଯାଇଛି। ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ସବୁଠୁ ସଫଳ ବାମହାତୀ...

ସାମ୍ନାକୁ ଆସିଲା ବିରାଟ-ରୋହିତଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, ଟିମଙ୍କ ସହ ବୁଲିଲେ ଅପରାଧି!

ରାୟପୁର,୫।୧୨: ରାୟପୁରରେ ଖେଳାଯାଇଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ସମୟରେ ଖେଳାଳିଙ୍କ ସୁରକ୍ଷାରେ ବଡ଼ ଅବହେଳାର ପର୍ଦ୍ଦାଫାସ ହୋଇଛି। ଏହି...

ୟୁକ୍ରେନ ସହିତ ଶେଷ ହେବ ଯୁଦ୍ଧ: ମୋଦିଙ୍କ ସହ ବୈଠକରେ ବଡ଼ ସଙ୍କେତ ଦେଲେ ପୁଟିନ, କହିଲେ…

ନୂଆଦିଲ୍ଲୀ,୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ସାକ୍ଷାତ ହୋଇଛି। ବୈଠକ ସମୟରେ ଏକ ପ୍ରମୁଖ ଭୂରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri