ସିରିଆଲ-ଫିଲ୍ମରେ ଶିଶୁଙ୍କ ନିୟୋଜନ ନେଇ କଟକଣା

ଭୁବନେଶ୍ୱର,୮ା୮(ଶର୍ମିଷ୍ଠା ପାଣିଗ୍ରାହୀ): ମନୋରଞ୍ଜନ ଶିଳ୍ପ ଓ ବ୍ୟବସାୟିକ ମନୋରଞ୍ଜନ କାର୍ଯ୍ୟକ୍ରମରେ ଶିଶୁ ଏବଂ କିଶୋରଙ୍କୁ ନିୟୋଜନ ନେଇ କେତେକ କଟକଣା ଲଗାଯାଇଛି। ଏନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌) ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି। ପୋକ୍‌ସୋ ଆକ୍ଟ, ଜୁଭେନାଇଲ ଦେୟମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ଆକ୍ଟକୁ ଶିଶୁଙ୍କ କ୍ଷେତ୍ରରେ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଡଭାଇଜରି ଅନୁସାରେ, ଯଦି କୌଣସି ଟେଲିଭିଜନ ବା ସିନେମା ପ୍ରଯୋଜକ ତାଙ୍କ କାର୍ଯ୍ୟ ପାଇଁ ଶିଶୁମାନଙ୍କୁ ଅନ୍ତର୍ଭୁକ୍ତ କରାଉଛନ୍ତି ତା’ହେଲେ ପ୍ରଥମେ ତାଙ୍କୁ ଜିଲାପାଳଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଅଣ୍ଡରଟେକିଂ ଲେଖିବା ସହ ସବିଶେଷ ସୂଚନା ପ୍ରଦାନ କରିବାକୁ ପଡ଼ିବ। ସେହିପରି ଲାଇଭ ଶୋ’ ବେଳେ ପିଲାଟିକୁ ଯେଭଳି ଅବହେଳା କି ନିର୍ଯାତନା ଦିଆଯିବ ନାହିଁ ସେ ନେଇ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଇ ଆଗୁଆ ସୁନିଶ୍ଚିତ କରିବାକୁ ହେବ। ପିଲାଙ୍କୁ ନେଇ ହେଉଥିବା ଚଳଚ୍ଚିତ୍ର, ଟେଲିଭିଜନ ଧାରାବାହିକ, ରିୟାଲିଟି ଶୋ’, ସୋସିଆଲ ମିଡିଆ କଣ୍ଟେଣ୍ଟ ପ୍ରସାରଣ ଆଗରୁ ଡିସ୍‌କ୍ଲେମାର ଡିସ୍‌ପ୍ଲେରେ ପ୍ରଦର୍ଶନ କରିବାକୁ ହେବ। ସେହିପରି ବୟସ, ପରିପକ୍ୱତା, ମାନସିକ ତଥା ଶାରୀରିକ ବିକାଶକୁ ଦେଖି କିଶୋର ତଥା ଶିଶୁଙ୍କୁ କାଷ୍ଟ କରିବାକୁ ଦିଆଯିବ। ନିଶାଦ୍ରବ୍ୟ, ନଗ୍ନତା, ସେକ୍ସୁଆଲ ଆକ୍ଟିଂ ଆଦିରେ ସେମାନଙ୍କୁ ସାମିଲ କରାଯିବନାହିଁ। ଅତି ଅବଶ୍ୟକ ପଡିଲେ ବିଷୟବସ୍ତୁକୁ ନଜରରେ ରଖି ଉପଯୁକ୍ତ ଯତ୍ନର ସହକାରେ ଏହା କରାଯିବ। ସେମାନଙ୍କ ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ ବାଧ୍ୟତାମୂଳକ ଭାବେ କରାଯାଇପାରିବ ନାହିଁ। କେବଳ ସ୍ତନ୍ୟପାନ କିମ୍ବା ଟିକାକରଣକୁ ଛାଡ଼ି ଦେଲେ ୩ମାସ ପୂର୍ବର ଶିଶୁଙ୍କୁ କୌଣସି କାର୍ଯ୍ୟରେ ନିଆଯିବ ନାହିଁ। ୬ବର୍ଷରୁ କମ୍‌ ପିଲାଙ୍କ ପାଖରେ ପରିବାରର କେହି ସଦସ୍ୟ ଉପସ୍ଥିତ ରହିବା ନିହାତି ଆବଶ୍ୟକ। ଏଥିସହ ଯାତ୍ରା କରିବା ସମୟରେ ସେମାନଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ କରାଯିବା ସହ ସେମାନଙ୍କ ସହ ଅଭିଭାବକ ମଧ୍ୟ ରହିବେ। ପୋଷଣଯୁକ୍ତ ଖାଦ୍ୟ, ମେଡିକାଲ ସୁବିଧା ଓ ଶୁଟିଂ ସେଟ୍‌ରେ ସେମାନଙ୍କ ପୋଷାକ ପରିବର୍ତ୍ତନ କଲାବେଳେ ଭିନ୍ନ କୋଠରିର ବ୍ୟବସ୍ଥା ରହିବ। ବିପରୀତ ଲିଙ୍ଗର ଯେଭଳି କେହି ଉପସ୍ଥିତ ନ ରୁହନ୍ତି ସେ ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ଦିନରେ ୫ଘଣ୍ଟାରୁ ଅଧିକ କାମ ନ କରାଇବା ଓ ସମସ୍ତ ଆବଶ୍ୟକ ସୁବିଧା ପ୍ରଦାନକୁ ଆଡ୍‌ଭାଇଜରିରେ ଗୁରୁତ୍ୱ ଦିଆଯାଇଛି। ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଓଏସ୍‌ସିପିସିଆର୍‌ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri