Posted inଖେଳ

ଟିମ୍‌ ଇଣ୍ଡିଆରେ ଫାଟ! ମୁହଁ ଖୋଲିଲେ ଗୌତମ ଗମ୍ଭୀର

ସିଡନୀ,୨।୧: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ପରାଜୟ ଭାରତୀୟ କ୍ରିକେଟ ଦଳରେ ମତଭେଦ ସୃଷ୍ଟି କରିଛି। ଏହି ପରାଜୟ ପରେ ଡ୍ରେସିଂ ରୁମରେ ମତଭେଦର ଖବର ସାମ୍ନାକୁ ଆସିଛି। ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏହି ସମୟରେ ସିଡନୀରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ପୂର୍ବରୁ ଗମ୍ଭୀର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।
ଗୌତମ ଗମ୍ଭୀର କହିଛନ୍ତି, ଡ୍ରେସିଂ ରୁମ ‘ବିତର୍କ’ ସାର୍ବଜନୀନ କରାଯିବା ଉଚିତ୍‌ ନୁହେଁ। ସେ ଟେଷ୍ଟ ମ୍ୟାଚ ଜିତିବାର ରଣନୀତି ବ୍ୟତୀତ ବରିଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସହ କଥାବାର୍ତ୍ତା କରିନାହାଁନ୍ତି। ପ୍ରତ୍ୟେକ ଖେଳାଳି ଜାଣନ୍ତି କେଉଁଠାରେ ତାଙ୍କୁ ଉନ୍ନତି କରିବାକୁ ପଡିବ। ଆମେ ତାଙ୍କୁ କେବଳ ସିଡନୀ ଟେଷ୍ଟ ମ୍ୟାଚ ଜିତିବା କଥା କହିଛୁ।
ଗମ୍ଭୀର ଆହୁରି ମଧ୍ୟ ନିଶ୍ଚିତ କରିଛନ୍ତି, ଦ୍ରୁତ ବୋଲର ଆକାଶଦୀପ ପିଠି ଯନ୍ତ୍ରଣା କାରଣରୁ ଶେଷ ଟେଷ୍ଟ ଖେଳିବେ ନାହିଁ। ତେବେ ତାଙ୍କ ସ୍ଥାନରେ କିଏ ସୁଯୋଗ ପାଇବ ବୋଲି ଗମ୍ଭୀର କହିଛନ୍ତି ନାହିଁ। ପ୍ଲେଇଙ୍ଗ-୧୧ ବିଷୟରେ ଗମ୍ଭୀର କହିଛନ୍ତି ଯେ ୱିକେଟ ଦେଖିବା ପରେ ନିଷ୍ପତ୍ତି ନିଆଯିବ।

ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମାଙ୍କ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା କି ସେ ସିଡନୀ ଟେଷ୍ଟ ଖେଳିବେ କି ନାହିଁ। ଏଥିପାଇଁ କୋଚ ଗମ୍ଭୀର ଏକ ଉତ୍ତେଜନାମୂଳକ ଢଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ କହିସାରିଛି ଯେ ଆସନ୍ତାକାଲି ପିଚ ପରୀକ୍ଷା କରିବୁ ଏବଂ କେବଳ ସେତେବେଳେ ଆମେ ପ୍ଲେଇଙ୍ଗ-୧୧ ଉପରେ ନିଷ୍ପତ୍ତି ନେବୁ।

ଭାରତୀୟ ଦଳ ମଧ୍ୟରେ ମତଭେଦକୁ ନେଇ କୋଚ ଗମ୍ଭୀର କହିଛନ୍ତି, ଏଗୁଡ଼ିକ କେବଳ ଗୁଜବ, ସେଥିରେ କୌଣସି ସତ୍ୟତା ନାହିଁ ଏବଂ ମୋର ଏପରି ଗୁଜବକୁ ଜବାବ ଦେବାର ଆବଶ୍ୟକତା ନାହିଁ। ଆମେ ମିଳିତ ଭାବେ ସଫଳତାର ନୂତନ ଉଚ୍ଚତାରେ ପହଞ୍ଚିବାକୁ ଚାହୁଁଛୁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri