Posted inଖେଳ

ଟିମ୍‌ ଇଣ୍ଡିଆରେ ଫାଟ! ମୁହଁ ଖୋଲିଲେ ଗୌତମ ଗମ୍ଭୀର

ସିଡନୀ,୨।୧: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ପରାଜୟ ଭାରତୀୟ କ୍ରିକେଟ ଦଳରେ ମତଭେଦ ସୃଷ୍ଟି କରିଛି। ଏହି ପରାଜୟ ପରେ ଡ୍ରେସିଂ ରୁମରେ ମତଭେଦର ଖବର ସାମ୍ନାକୁ ଆସିଛି। ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏହି ସମୟରେ ସିଡନୀରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ପୂର୍ବରୁ ଗମ୍ଭୀର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।
ଗୌତମ ଗମ୍ଭୀର କହିଛନ୍ତି, ଡ୍ରେସିଂ ରୁମ ‘ବିତର୍କ’ ସାର୍ବଜନୀନ କରାଯିବା ଉଚିତ୍‌ ନୁହେଁ। ସେ ଟେଷ୍ଟ ମ୍ୟାଚ ଜିତିବାର ରଣନୀତି ବ୍ୟତୀତ ବରିଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସହ କଥାବାର୍ତ୍ତା କରିନାହାଁନ୍ତି। ପ୍ରତ୍ୟେକ ଖେଳାଳି ଜାଣନ୍ତି କେଉଁଠାରେ ତାଙ୍କୁ ଉନ୍ନତି କରିବାକୁ ପଡିବ। ଆମେ ତାଙ୍କୁ କେବଳ ସିଡନୀ ଟେଷ୍ଟ ମ୍ୟାଚ ଜିତିବା କଥା କହିଛୁ।
ଗମ୍ଭୀର ଆହୁରି ମଧ୍ୟ ନିଶ୍ଚିତ କରିଛନ୍ତି, ଦ୍ରୁତ ବୋଲର ଆକାଶଦୀପ ପିଠି ଯନ୍ତ୍ରଣା କାରଣରୁ ଶେଷ ଟେଷ୍ଟ ଖେଳିବେ ନାହିଁ। ତେବେ ତାଙ୍କ ସ୍ଥାନରେ କିଏ ସୁଯୋଗ ପାଇବ ବୋଲି ଗମ୍ଭୀର କହିଛନ୍ତି ନାହିଁ। ପ୍ଲେଇଙ୍ଗ-୧୧ ବିଷୟରେ ଗମ୍ଭୀର କହିଛନ୍ତି ଯେ ୱିକେଟ ଦେଖିବା ପରେ ନିଷ୍ପତ୍ତି ନିଆଯିବ।

ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମାଙ୍କ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା କି ସେ ସିଡନୀ ଟେଷ୍ଟ ଖେଳିବେ କି ନାହିଁ। ଏଥିପାଇଁ କୋଚ ଗମ୍ଭୀର ଏକ ଉତ୍ତେଜନାମୂଳକ ଢଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ କହିସାରିଛି ଯେ ଆସନ୍ତାକାଲି ପିଚ ପରୀକ୍ଷା କରିବୁ ଏବଂ କେବଳ ସେତେବେଳେ ଆମେ ପ୍ଲେଇଙ୍ଗ-୧୧ ଉପରେ ନିଷ୍ପତ୍ତି ନେବୁ।

ଭାରତୀୟ ଦଳ ମଧ୍ୟରେ ମତଭେଦକୁ ନେଇ କୋଚ ଗମ୍ଭୀର କହିଛନ୍ତି, ଏଗୁଡ଼ିକ କେବଳ ଗୁଜବ, ସେଥିରେ କୌଣସି ସତ୍ୟତା ନାହିଁ ଏବଂ ମୋର ଏପରି ଗୁଜବକୁ ଜବାବ ଦେବାର ଆବଶ୍ୟକତା ନାହିଁ। ଆମେ ମିଳିତ ଭାବେ ସଫଳତାର ନୂତନ ଉଚ୍ଚତାରେ ପହଞ୍ଚିବାକୁ ଚାହୁଁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri