Posted inଜାତୀୟ

ଏନଡିଏରେ ଫାଟ! ହିମନ୍ତ ଶର୍ମାଙ୍କୁ କଡ଼ା ଟାର୍ଗେଟ କଲେ ଜେଡିୟୁ-ଏଲଜେପି

ନୂଆଦିଲ୍ଲୀ,୧।୯: ଆସାମ ବିଧାନସଭାରେ ମୁସଲିମ ବିଧାୟକ ନମାଜ ପଢିବା ବନ୍ଦ କରିବା ଘଟଣାରେ ଜାତୀୟ ରାଜନୀତି ସରଗରମ ରହିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏପରି ନିଷ୍ପତ୍ତିରେ ରାଜନୀତି ଜୋର ଧରିଛି। ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଏହାକୁ ନେଇ ବିରୋଧ କରୁଥିବାବେଳେ ଏନଡିଏ ୨ ମୁଖ୍ୟ ସହଯୋଗୀ ଦଳ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏନଡିଏର ପ୍ରମୁଖ ସହଯୋଗୀ ଜେଡିୟୁ ଏବଂ ଏଲଜେପି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କୁ କଡ଼ା ଟାର୍ଗେଟ କରିଛି। ମୁସଲିମ ବିଧାୟକଙ୍କ ପାଇଁ ଦୁଇ ଘଣ୍ଟା ନମାଜ ବିରତିକୁ ବନ୍ଦ କରିବାକୁ ୨ଦଳ ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ସଫେଇ ଦେବା ଉଦ୍ଦେଶ୍ୟରେ କହିଛନ୍ତି ଯେ, ଏହି ନିଷ୍ପତ୍ତି ହିନ୍ଦୁ ଏବଂ ମୁସଲମାନ ବିଧାୟକଙ୍କ ମଧ୍ୟରେ ସହମତି ଭିତ୍ତିରେ ହୋଇଛି।

ଜେଡିୟୁ କାର୍ଯ୍ୟକର୍ତ୍ତା ନୀରଜ କୁମାର ଆସାମ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଦାରିଦ୍ର୍ୟ ଦୂରୀକରଣ ଏବଂ ବନ୍ୟା ରୋକିବା ଭଳି ପ୍ରସଙ୍ଗ ଉପରେ ଶର୍ମା ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଦେଶର ସମ୍ବିଧାନର ମୂଳ ନୀତି ବିରୁଦ୍ଧ ଅଟେ। ପ୍ରତ୍ୟେକ ଧାର୍ମିକ ବିଶ୍ୱାସ ପରମ୍ପରାକୁ ବଞ୍ଚାଇ ରଖିବାର ଅଧିକାର ରହିଛି। ମୁଁ ସିଏମ ଶର୍ମାଙ୍କୁ ପଚାରିବାକୁ ଚାହୁଁଛି, ଆପଣ ରମଜାନ ସମୟରେ ଶୁକ୍ରବାର ଛୁଟିଦିନ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି ଏବଂ ଦାବି କରୁଛନ୍ତି ଯେ ଏହା କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବ। ହିନ୍ଦୁ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ମା କାମାକ୍ଷା ମନ୍ଦିର। ଆପଣ ସେଠାରେ ବଳିପ୍ରଥା ଉପରେ ପ୍ରତିବନ୍ଧକ ଲଗାଇ ପାରିବେ କି?

ଜେଡିୟୁର ବରିଷ୍ଠ ନେତା କେ ସି ତ୍ୟାଗୀ କହିଛନ୍ତି, ସମ୍ବିଧାନର ବିଚାର, ଅଭିବ୍ୟକ୍ତି, ବିଶ୍ୱାସ, ଏବଂ ଉପାସନର ସ୍ବାଧୀନତା ପ୍ରଦାନ କରାଯାଇଛି। ଯାହା ସମ୍ବିଧାନର ଆତ୍ମା ଏବଂ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ କରିବ ସେପରି ନିଷ୍ପତ୍ତି ନେବା ଉଚିତ ନୁହେଁ। ଏଲଜେପିର ଦିଲ୍ଲୀ ସଭାପତି ରାଜୁ ତିୱାରୀ ମଧ୍ୟ ଆସାମ ସରକାରଙ୍କ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି, ଧାର୍ମିକ ପ୍ରଥା ସ୍ବାଧୀନତାକୁ ସମ୍ମାନ ଦିଆଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri