ନାଗାବଳୀ ନଦୀ ପୋଲରେ ଫାଟ

ରାୟଗଡ଼ା,୩।୮(ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ୩ ଦିନ ତଳେ ଏକ କଲଭର୍ଟ ଭୁଶୁଡ଼ି ୫ଜଣଙ୍କ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ବ୍ଲକରେ ଥିବା ନାଗାବଳୀ ନଦୀ ପୋଲରେ ଫାଟ ସୃଷ୍ଟି ହୋଇଛି। ଲଗାଣ ବର୍ଷାରେ ନବନିର୍ମିତ ଏହି ପୋଲ ଦବିବା ସହିତ ଗାର୍ଡୱାଲର ବିଭିନ୍ନ ସ୍ଥାନ ଫାଟି ଆଁ କରିଛି। ଫଳରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଥିବାବେଳେ ପୋଲର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି।
ଦୀର୍ଘ ୨ ବର୍ଷ ହେବ ସିକରପାଇଠାରୁ କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନୂତନ ରାସ୍ତା ଓ ପୋଲ ନିର୍ମାଣ କାମ ଚାଲିଛି। ପୂର୍ତ୍ତ ବିଭାଗ ପକ୍ଷରୁ ୬ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପୋଲ ଗତ ଜୁନ୍‌ ମାସରେ ଶେଷ ହୋଇଥିଲା। ରାସ୍ତା କାମ ଏଯାବତ ଶେଷ ହୋଇନାହିଁ। ନିମ୍ନମାନର କାମ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଯଦି ପୋଲ ଭାଙ୍ଗିଯାଏ, ତେବେ କଲ୍ୟାଣସିଂହପୁର ଓ ଏହାର ଆଖପାଖ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯିବା ଆଶଙ୍କା ଦେଖାଦେଇଛି। ଅନ୍ୟପକ୍ଷରେ ୨୦୧୭ ମସିହାର ଭୟାବହ ବନ୍ୟା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ପୁଣି ଥରେ ପୋଲ ଦବିବା ଘଟଣା ଚିନ୍ତା ବଢ଼ାଇଛି। ନିମ୍ନମାନର କାମ ନେଇ ପୂର୍ବରୁ ଠିକାଦାର ଓ ଯନ୍ତ୍ରୀ ରାଜୀବ ବେହେରାଙ୍କୁ ଅବଗତ କରାଇଯାଇଥିଲେ ମଧ୍ୟ କାମର ଗୁଣବତ୍ତା ଉପରେ ଧ୍ୟାନ ଦିଆଯାଇ ନ ଥିବା କଲ୍ୟାଣସିଂପୁର ନିବାସୀ ଦିବ୍ୟରଞ୍ଜନ ପାଢ଼ୀ କହିଛନ୍ତି। ପୋଲରେ ଫାଟ ସୃଷ୍ଟି ହୋଇଥିବା ନେଇ ପୂର୍ତ୍ତ ବିଭାଗ ଜାଣିବା ପରେ ବୁଧବାର ଏକ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅମ୍ବିକେୟ ମିଶ୍ର କହିଛନ୍ତି। ପ୍ରବଳ ବର୍ଷା ଯୋଗୁ ସ୍ଥିତି ଯାଞ୍ଚ ଠିକ୍‌ ଭାବେ ହୋଇପାରି ନାହିଁ ବୋଲି ସେ କହିଛନ୍ତି। ଏ ନେଇ ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗ ଯନ୍ତ୍ରୀ ରାଜୀବ ବେହେରାଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ ଉଠାଇ ନ ଥିଲେ। ତେଣୁ ତାଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri