Posted inଜାତୀୟ

ଇଣ୍ଡିଆ ମେଣ୍ଟରେ ଫାଟ: ପୁଥୁପାଲ୍ଲି ଉପନିର୍ବାଚନରେ କଂଗ୍ରେସ-ସିପିଏମ ମୁହାଁମୁହିଁ…

ନୂଆଦିଲ୍ଲୀ,୩।୯ : ଇଣ୍ଡିଆ ମେଣ୍ଟର ଦୁଇ ଦଳ କଂଗ୍ରେସ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) (ସିପିଏମ) ଆସନ୍ତା ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏକ ସଂକଳ୍ପ ପାରିତ କରିଛନ୍ତି। ଭାଜପା ବିରୋଧରେ ଏକଜୁଟ ହେବା ଏବଂ ଲଢ଼ିବା ପାଇଁ , ଇଣ୍ଡିଆ ମେଣ୍ଟ ଗଠନ କରାଯାଇଛି। ଏହି ଦୁଇ ଦଳ କେରଳର ପୁଥୁପାଲ୍ଲି ବିଧାନସଭା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନରେ ମୁହାଁମୁହିଁ ହୋଇଛନ୍ତି। ଭେଟେରାନ କଂଗ୍ରେସ ନେତା ଓମେନ ଚାଣ୍ଡି ଗତ ୫୩ ବର୍ଷ ଧରି ଲଗାତାର ୧୨ ଥର ପୁଥୁପାଲ୍ଲି ନିର୍ବାଚନମଣ୍ଡଳୀରେ ରହିଥିଲେ। ବର୍ତ୍ତମାନ ଚଳିତ ବର୍ଷ ଜୁଲାଇରେ ଚାଣ୍ଡିଙ୍କ ଦେହାନ୍ତ ପରେ ୫ ସେପ୍ଟେମ୍ବରରେ ସେହି ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି।

ମୁମ୍ବାଇ ଶିଖର ସମ୍ମିଳନୀରେ ଇଣ୍ଡିଆ ମେଣ୍ଟରେ ଏକତା ଦେଖାଇବା ସତ୍ତ୍ୱେ ପୁଥୁପାଲ୍ଲି ଉପ-ନିର୍ବାଚନରେ କଂଗ୍ରେସ ଏବଂ ସିପିଏମ ପରସ୍ପର ବିରୋଧରେ ଲଢ଼ିବାକୁ ଯାଉଛନ୍ତି। କଂଗ୍ରେସ ଚାଣ୍ଡିଙ୍କ ପୁଅ, ଯୁବ କଂଗ୍ରେସ ନେତା ଚାଣ୍ଡି ଓମେନଙ୍କୁ ଏହାର ପ୍ରାର୍ଥୀ ଭାବେ ନାମିତ କରିଥିବାବେଳେ ସିପିଆଇଏମ ଦଳର ଯୁବ ୱିଙ୍ଗ, ଡେମୋକ୍ରାଟିକ ୟୁଥ ଫେଡେରେଶନ ଅଫ ଇଣ୍ଡିଆର କେନ୍ଦ୍ରୀୟ କମିଟି ସଦସ୍ୟ ଜ୍ୟାକ ଥୋମାସଙ୍କୁ ପ୍ରାର୍ଥୀ କରିଛି। ସିପିଏମ ରାଜ୍ୟ ସଚିବ ଏମ.ଭି ଗୋବିନ୍ଦନ ପ୍ରକାଶ କରିଛନ୍ତି ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ଏକ ସହଜ ବିଜୟ ହାସଲ କରିବାରେ ଆତ୍ମବିଶ୍ୱାସ ହରାଇଛି। ଗୋବିନ୍ଦନ କହିଛନ୍ତି ପୁଥୁପାଲ୍ଲି ନିର୍ବାଚନମଣ୍ଡଳୀରେ ବାମପନ୍ଥୀ ଡେମୋକ୍ରାଟିକ ଫ୍ରଣ୍ଟର ପରିବର୍ତ୍ତନ ଆଣି କଂଗ୍ରେସର ପ୍ରାଧାନ୍ୟକୁ ସମାପ୍ତ କରିବାର ସୁଯୋଗ ରହିଛି। ତେବେ ଏହା ଦ୍ୱାରା ଇଣ୍ଡିଆ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।

ଗୋବିନ୍ଦନ ସର୍ଭେ ଫଳାଫଳକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ଖାରଜ କରିଛନ୍ତି। କଂଗ୍ରେସ ଭାବପ୍ରବଣ ଆବେଦନ ଉପରେ ପ୍ରଚାର କରିଥିଲାବେଳେ ଏଲଡିଏଫ ବିକାଶ ପାଇଁ ପ୍ରଚାର କରିଥିଲା। ଏହା ଆମ ସୁବିଧା ପାଇଁ କାମ କଲା ଆମର ସଫଳତା ନିଶ୍ଚିତ କରିବାକୁ ଲୋକମାନେ ଆମକୁ ଭୋଟ ଦେବେ। ସିଏମ ପିନାରାଇ ବିଜୟନ ନିଜେ ସିପିଏମ ପ୍ରାର୍ଥୀ ଜ୍ୟାକ ସି ଥୋମାସଙ୍କ ପାଇଁ ପ୍ରଚାର କରୁଛନ୍ତି ଯାହା ଏକ ସମ୍ମାନଜନକ ଲଢ଼େଇ ଭାବରେ ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri