Categories: ଫୁରସତ

ଗିନିଜ ୱାଲର୍‌ଡ ରେକର୍ଡ କଲା କଙ୍କଡା

ସାଧାରଣତଃ ଲୋକମାନେ ସାରା ବିଶ୍ୱରେ ପ୍ରସିଦ୍ଧ ହେବା ପାଇଁ ଅନେକ ପ୍ରକାରର କୌଶଳ ଅବଲମ୍ବନ କରୁଥିବା ଦେଖାଯାଏ। ଯେଉଁଥିପାଇଁ ସେ ଅନେକ ଥର ଏଭଳି କରନ୍ତି, ଯାହା ଏକ ବିଶ୍ୱ ରେକର୍ଡ ହୋଇଯାଏ ଏବଂ ତାଙ୍କ ନାମ ଗିନିଜ ୱାଲର୍‌ଡ ରେକର୍ଡରେ ନାମିତ ହୋଇଯାଏ। ସୋସିଆଲ ମିଡିଆରେ ଏକ ବିଶାଳ କଙ୍କଡା ଫଟୋ ସାମ୍ନାକୁ ଆସିଛି।ଯାହା ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ଏହା ପୃଥିବୀର ସବୁଠାରୁ ବଡ କଙ୍କଡା ମଧ୍ୟରୁ ଅନ୍ୟତମ। ଗିନିଜ ୱାଲର୍‌ଡ ରେକର୍ଡର ଇନଷ୍ଟାଗ୍ରାମ ପୃଷ୍ଠା ଏହି କଙ୍କଡାର ଫଟୋ ଶେୟାର କରିଛି। ଯାହାକୁ ଦେଖିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ଏକ ଜାପାନୀ ସ୍ପାଇଡର କଙ୍କଡା। ଯାହାର ନାମ ବିଗ ଡାଡି। ଏହାର ଗୋଡ ୧୦ ଫୁଟ୍‌ ଲମ୍ବ। ଏଥି ସହିତ ଆକାରର ସର୍ବ ବୃହତ ହେତୁ ଏହାର ନାମ ଗିନିଜ ୱାଲର୍‌ଡ ରେକର୍ଡ ହାସଲ କରିଛି।

Share