ମହୁମାଛି ଆକ୍ରମଣରେ ଚାଲିଗଲା ସିପିଏମ୍‌ ନେତାଙ୍କ ଜୀବନ

ନୀଳଗିରି,୧୦ା୫(ସ୍ବ.ପ୍ର.): ମହୁମାଛି ଆକ୍ରମଣରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଗରଡି ପଞ୍ଚାୟତ ବାଙ୍କିସାହି ଗ୍ରାମର ବରିଷ୍ଠ ସିପିଏମ୍‌ ନେତା ରାମଚନ୍ଦ୍ର ସ(୭୨) ବୁଧବାର ପ୍ରାଣ ହରାଇଛନ୍ତି। ଏଥିରେ ତାଙ୍କ ନାତି ମଧ୍ୟ ଆହତ ହୋଇଛନ୍ତି।

ରାମଚନ୍ଦ୍ର ଆଜି ବାଡ଼ି ସଫା କରୁଥିବା ବେଳେ ଅଳିଆ ସବୁକୁ ଗୋଟିଏ ଜାଗାରେ ଏକାଠି କରି ନିଆଁ ଲଗାଇଦେଇଥିଲେ। ଧୂଆଁ ଉପରକୁ ଉଠିବାରୁ ଗଛ ଉପରେ ଥିବା ମହୁମାଛି ଉଡିଆସି ତାଙ୍କୁ ଆକ୍ରମଣ କରିଥିଲେ। ତଳେ ପଡି ରାମଚନ୍ଦ୍ର ଛଟପଟ ହୋଇ ଡାକୁଥିବା ବେଳେ ତାଙ୍କ ନାତି ଦୌଡ଼ି ଆସିବାରୁ ତାଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲା।

ନାତି ସେଠାରୁ ଦୌଡି ଆସି ପରିବାର ଲୋକଙ୍କୁ ଘଟଣା ସଂକ୍ରାନ୍ତରେ କହିଥିଲେ। ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବରହମପୁର ଡାକ୍ତରଖାନା ନେଇଥିଲେ। ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ନୀଳଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ରାମଚନ୍ଦ୍ରଙ୍କ ମରଶରୀରକୁ ନୀଳଗିରି ସିପିଏମ୍‌ କାର୍ଯ୍ୟାଳୟକୁ ନିଆଯାଇ ଥିଲା। ସେଠାରେ ବହୁ କର୍ମକର୍ତ୍ତା ତାଙ୍କୁ ଶେଷ ଦର୍ଶନ କରିଥିଲେ। ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସିପିଏମ ନେତା ବିଜୟ ପାତ୍ର, ଯୋଗାନନ୍ଦ ଦାସ, ଜ୍ୟୋତିର୍ମୟୀ ରାଉତ ଓ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ପ୍ରମୁଖ ଶେଷ ଦର୍ଶନ କରି ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଗାଁରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri