ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ସିପିଆଇଏମ୍‌ର ଧର୍ମଘଟ

ଚିତ୍ରକୋଣ୍ଡା,୨୬ା୧୧(ଡି.ଏନ୍‌.ଏ.): କୃଷି ବିରୋଧୀ ଆଇନ, ଶ୍ରମିକ ବିରୋଧୀ ଓ ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ ଓ କୃଷକ ସଂଗଠନମାନଙ୍କ ପକ୍ଷରୁ ଦେଶ ବ୍ୟାପୀ ସାଧାରଣ ଧର୍ମଘଟ ଡାକରା ସହ ବିଭିନ୍ନ ଦାବିକୁ ନେଇ ଓଡ଼ିଶାରେ ସଫଳ କରିବାକୁ ରାଜ୍ୟ ସିପିଆଇଏମ୍‌ ପକ୍ଷରୁ ନଭେମ୍ବର ୨୬ରେ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସଫଳ କରିବାକୁ ପୂର୍ବରୁ ଆହ୍ବାନ ଦିଆଯାଇଥିଲା। ଆଜି ମାଲକାନଗିରି ସିପିଆଇଏମ ସଂଗଠନ ପକ୍ଷରୁ ଜିଲା ସିପିଆଇଏମ୍‌ ସଭାପତି ବ୍ରଜ ମାଝିଙ୍କ ନେତୃତ୍ୱରେ ଏବଂ ଚିତ୍ରକୋଣ୍ଡା ସ୍ପିଲବାଇ, ଟେମ୍ପରାରୀ କଲୋନୀ ତଥା ଚିତ୍ରକୋଣ୍ଡାଠାରେ ଚିତ୍ରକୋଣ୍ଡା ସଂଗଠକ ବଳରାମ ଗଲରି ଓ ରଘୁନାଥ ହନ୍ତାଳଙ୍କ ପରିଚାଳନାରେ ଶତାଧିକ ଦଳୀୟ କର୍ମୀ ଧର୍ମଘଟରେ ସାମିଲ ଥିଲେ। ଚିତ୍ରକୋଣ୍ଡାରେ ଆଜି ଲଘୁଚାପ ଜନିତ କୋହଲା ପାଗ ସହ ଝିପିଝିପି ବର୍ଷା ପାଇଁ ଧର୍ମଘଟର ଆଂଶିକ ପ୍ରଭାବ ପଡ଼ିଛି।