କାଓ ପ୍ରିଣ୍ଟ ଫ୍ୟାଶନ୍‌

ଯୁବପିଢ଼ିଙ୍କ ଫ୍ୟାଶନ୍‌ ମାନିଆକୁ ଦେଖି ବର୍ତ୍ତମାନ ମାର୍କେଟ୍‌ରେ ବିଭିନ୍ନ ପ୍ରକାର ଷ୍ଟାଇଲିସ୍‌ ପ୍ରିଣ୍ଟର ଡ୍ରେସ୍‌ ଓ ଆସେସରିଜ୍‌ ମିଳୁଛି। ଏମିତିରେ ଡିଫରେଣ୍ଟ ଲୁକ୍‌ ପାଇଁ ବର୍ତ୍ତମାନ କାଓ ପ୍ରିଣ୍ଟ ଫ୍ୟାଶନ୍‌ ଏହି ଲିଷ୍ଟରେ ଯୋଡ଼ି ହୋଇଯାଇଛି । ଯାହା ପ୍ରତି ଯୁବପିଢ଼ିଙ୍କ କ୍ରେଜ୍‌ ବଢ଼ୁଥିବା ଦେଖିବାକୁ ମିଳୁଛି…

କାଓ ପ୍ରିଣ୍ଟ ଡ୍ରେସ୍‌: ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ କିମ୍ବା ବ୍ରାଉନ୍‌ ଆଣ୍ଡ ହ୍ବାଇଟ୍‌ କଲର କାଓ ପ୍ରିଣ୍ଟ୍‌ ଡ୍ରେସ୍‌ ଏବେ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି। ଏହି ପ୍ରିଣ୍ଟର ଟପ୍ସ, ଜ୍ୟାକେଟ୍‌, ପ୍ୟାଣ୍ଟ, ପ୍ଲାଜୋ, ସ୍କର୍ଟ, ଶାଢ଼ି ଇତ୍ୟାଦି ମାର୍କେଟ୍‌ରେ ଉପଲବ୍ଧ। ଏହାକୁ ପିନ୍ଧିଲେ ଫ୍ୟାଶନେବଲ୍‌ ଏବଂ ଟ୍ରେଣ୍ଡି ଲୁକ୍‌ ପାଇପାରିବେ।

ନେଲ୍‌ ଆର୍ଟ: ଆପଣ ନଖକୁ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ନେଲ୍‌ ଆର୍ଟ ଟ୍ରାଏ କରିଥିବେ। ତେବେ ବର୍ତ୍ତମାନ ଲାଟେଷ୍ଟ କାଓ ପ୍ରିଣ୍ଟ ନେଲ୍‌ ଆର୍ଟ ଥରେ ଟ୍ରାଏ କରନ୍ତୁ। ଏଥିରେ ନଖ ସୁନ୍ଦର ଦେଖାଯିବା ସହ ସମସ୍ତଙ୍କଠାରୁ ଡିଫରେଣ୍ଟ ଲାଗିବ।

ବ୍ୟାଗ୍‌ ଓ ପର୍ସ: ଯୁବତୀ ହୁଅନ୍ତୁ କି ଯୁବକ ବିଭିନ୍ନ ପ୍ରକାରର ଷ୍ଟାଇଲିସ୍‌ ବ୍ୟାଗ୍‌ କିମ୍ବା ପର୍ସ କ୍ୟାରି କରନ୍ତି। ବର୍ତ୍ତମାନ କାଓ ପ୍ରିଣ୍ଟର ବ୍ୟାଗ୍‌ ଓ ପର୍ସ ଟ୍ରାଏ କରନ୍ତୁ। ଏହି ପ୍ରିଣ୍ଟର ଓ୍ବାଲେଟ୍‌ ଠାରୁ ଆରମ୍ଭ କରି କାର୍ଡ ହୋଲଡର୍‌ ପକେଟ୍‌ ଓ୍ବାଲେଟ୍‌, ସୋଲଡର୍‌ ବ୍ୟାଗ୍‌, ହ୍ୟାଣ୍ଡ ବ୍ୟାଗ୍‌, ହ୍ୟାଣ୍ଡ ପର୍ସ ଇତ୍ୟାଦି ମାକେର୍ଟରେ ଓ ଅନଲାଇନ୍‌ ସାଇଟ୍‌ରେ ମଧ୍ୟ ଉପଲବ୍ଧ। ଟ୍ରିପ୍‌ କିମ୍ବା ପିକ୍‌ନିକ୍‌ରେ ଯାଉଥିଲେ କାଓ ପ୍ରିଣ୍ଟର ବ୍ୟାଗ୍‌ପ୍ୟାକ୍‌ କ୍ୟାରି କଲେ ୟୁନିକ୍‌ ଲୁକ୍‌ ପାଇପାରିବେ।

ସ୍କାର୍ଫ: ଖରାଦିନ ହେଉ କି ବର୍ଷାଦିନ ସ୍କାର୍ଫ ସବୁବେଳେ ଫ୍ୟାଶନ୍‌ରେ ରହିଥାଏ। ତେବେ ଆପଣଙ୍କ ସିମ୍ପଲ୍‌ ଲୁକ୍‌କୁ ଷ୍ଟାଇଲିସ୍‌ କରିବା ପାଇଁ କାଓ ପ୍ରିଣ୍ଟର ସ୍କାର୍ଫ ବ୍ୟବହାର କରନ୍ତୁ। ଟ୍ରାଡିଶନାଲ୍‌ କୁର୍ତ୍ତି ହେଉ ଅବା ଜିନ୍ସରେ କାଓ ପ୍ରିଣ୍ଟର ସ୍କାର୍ଫ ବ୍ୟବହାର କଲେ ଡିଫରେଣ୍ଟ ଓ ଫ୍ୟାଶନେବଲ୍‌ ଲାଗିବେ।

ଆସେସରିଜ୍‌: ଲେଦର୍‌, ଭିସ୍କସ୍‌ କିମ୍ବା ଓ୍ବେବିଂ ବେଲ୍ଟ ପିନ୍ଧି ବୋର୍‌ ହୋଇଗଲେଣି କି, ତେବେ ଆପଣଙ୍କ ପାଇଁ କାଓ ପ୍ରିଣ୍ଟେଡ୍‌ ବେଲ୍ଟ ଏବେ ବେଷ୍ଟ ଅପ୍ସନ। ଏହା ପାର୍ଟି ଫଙ୍କଶନ୍‌ କିମ୍ବା ସାଙ୍ଗମାନଙ୍କ ସହ ଗେଟ୍‌ ଟୁଗେଦର୍‌ ଗଲା ବେଳେ ପିନ୍ଧିଲେ ଫଙ୍କି ଲୁକ୍‌ ଦେବ। କଳା କିମ୍ବା ଧଳା କଲର୍‌ ଡ୍ରେସ୍‌ ସହ ଏହି ବେଲ୍ଟ ଟିମ୍‌ଅପ୍‌ କରିପାରିବେ। ସେହିପରି ଏହି ପ୍ରିଣ୍ଟର ବୁଟ୍‌ରୁ ଆରମ୍ଭ କରି ହାଇ ହିଲ୍‌, ଫ୍ଲାଟ୍‌ ହିଲ୍‌ ଭଳି ବିଭିନ୍ନ ପ୍ରକାରର ଫୁଟ୍‌ଓ୍ବେର୍‌ ମିଳୁଛି, ଯାହାକୁ ପିନ୍ଧିଲେ ଆଇକ୍ୟାଚି ଲୁକ୍‌ ପାଇ ପାରିବେ। ଏଥିସହ ଏହି ପ୍ରିଣ୍ଟର ଫେସ୍‌ ମାସ୍କ, ମୋବାଇଲ୍‌ କଭର୍‌, କ୍ୟାପ୍‌ ଇତ୍ୟାଦି ମଧ୍ୟ ଉଭୟ ମାର୍କେଟ ଓ ଅନଲାଇନ୍‌ ସାଇଟ୍‌ରେ ମିଳୁଛି।
ଜୁଏଲେରି: ଏହି ପ୍ରିଣ୍ଟର ଇୟରିଂ, ନେକଲେସ୍‌, ପେଣ୍ଡେଣ୍ଟ, ବ୍ରେସଲେଟ୍‌ ଓ ରିଙ୍ଗ୍‌ ଟ୍ରାଏ କରନ୍ତୁ। ଟ୍ରାଡିଶନାଲ୍‌ ହେଉ କି ଓ୍ବେଷ୍ଟର୍ନ ସବୁ ପ୍ରକାର ଡ୍ରେସ୍‌ରେ ଏସବୁ ଜୁଏଲେରି ପେୟାର୍‌ ଅପ୍‌ କଲେ ସମସ୍ତଙ୍କଠାରୁ ୟୁନିକ୍‌ ଲୁକ୍‌ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri