କୋଭିଡ୍‌ ଚିନ୍ତା ବଢ଼ାଉଛନ୍ତି ଅମାନିଆ

ଖୋର୍ଦ୍ଧା ଅଫିସ,୨୭।୪: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ସଂକ୍ରମଣ ରୋକିବା ଲାଗି ସରକାର ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ଶନି ଓ ରବିବାର ଶଟ୍‌ଡାଉନ, ମାସ୍କ ପରିଧାନ, ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଉଛନ୍ତି। କୋଭିଡ୍‌ ନିୟମ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ୱେ କେତେଜଣ ଅମାନିଆ ଏହାକୁ ମାନିବାକୁ ନାରାଜ। ବିନା ମାସ୍କରେ ବୁଲିବା ସହ ଦୋକାନରେ ସାମଗ୍ରୀ କିଣିବା ବେଳେ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି। କେବଳ ଜରିମାନାରୁ ବର୍ତ୍ତିବା ପାଇଁ ମାସ୍କକୁ କାନରେ ଝୁଲାଇ ଯାତାୟାତ କରୁଥିବା ଖୋର୍ଦ୍ଧା ସହରରେ ଦେଖିବାକୁ ମିଳିଛି। ଦୁଇଦିନ ଶଟ୍‌ଡାଉନ ପରେ ସୋମବାର ଖୋର୍ଦ୍ଧା ସହର ସ୍ବାଭାବିକ ହୋଇଥିଲା। ସକାଳ ୭ଟା ପରେ ରାତି ୮ଟା ପର୍ଯ୍ୟନ୍ତ ସହରର ପୁରୁଣା ବସ୍‌ଷ୍ଟାଣ୍ଡ, ଟ୍ରାଫିକ ଛକ, ମାରଓ୍ବାଡି ପଟି, ସମବାୟ ଛକ, କୋର୍ଟ ଛକ, ନୂଆବସ୍‌ଷ୍ଟାଣ୍ଡ ଛକ ଦୋକାନଗୁଡ଼ିକରେ ଲୋକଙ୍କ ଭିଡ଼ ଜମିଥିଲା। କେଉଁଠି ବି କୋଭିଡ୍‌କୁ ନେଇ ସଚେତନ ରହିଥିବା ପରି ଦେଖିବାକୁ ମିଳି ନି ଥିଲା। ବରିଷ୍ଠ ବୁଦ୍ଧିଜୀବୀ ପ୍ରଭାତ ମିଶ୍ର କହିଛନ୍ତି, କୋଭିଡ୍‌ର ଦ୍ୱିତୀୟ ଲହରରେ ସଂକ୍ରମଣ ବଢୁଛି। ସଚେତନତା ହିଁ ଏହାର ଏକମାତ୍ର ମାଧ୍ୟମ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ବାରମ୍ବାର କହୁଛନ୍ତି। ତଥାପି କେତେଜଣ ଅମାନିଆ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ସଂକ୍ରମଣ ନିୟନ୍ତ୍ରଣ ନେଇ ସମସ୍ତଙ୍କ ଦାୟିତ୍ୱ ରହିଛି।
ସମୀକ୍ଷା କରୁଛି ସିଏମ୍‌ସି, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝୁଛି ଆର୍‌ଆର୍‌ଟି ଟିମ୍‌
ଜିଲାପାଳ ସନତ ମହାନ୍ତି କହିଛନ୍ତି ଯେ, ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସଂକ୍ରମଣ ରୋକିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲାର ସମସ୍ତ ସହର, ବ୍ଲକ, ପଞ୍ଚାୟତ ସ୍ତରରେ କୋଭିଡ୍‌ ପରିଚାଳନା କମିଟି(ସିଏମ୍‌ସି)ର ବୈଠକ ଆୟୋଜନ କରାଯାଇ କୋଭିଡ୍‌ ସମୀକ୍ଷା କରାଯାଉଛି। ଆର୍‌ଆର୍‌ଟି ଟିମ୍‌ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମେଡିସିନ କିଟ୍‌ ଦେବା ସହ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝୁଛନ୍ତି। ପ୍ରତି ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜରିଆରେ ଭର୍ଚୁଆଲରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ଆଲୋଚନା କରାଯାଉଛି। ସେମାନଙ୍କ ସମସ୍ୟା ତ୍ୱରିତ ସମାଧାନ ପ୍ରତି ଗୁରୁତ୍ୱ ଦିଆଯାଉଛି। ପ୍ରବାସୀଙ୍କ ଉପରେ କଡ଼ା ନଜର ରହିଛି। କୋଭିଡ୍‌ ଟେଷ୍ଟ ଏବଂ ଟିକାକରଣକୁ ତ୍ୱରାନ୍ବିତ କରାଯାଇଛି। ମେ’ ୧ରୁ ୧୮ରୁ ଊର୍ଦ୍ଧ୍ୱ ବ୍ୟକ୍ତି ବିଶେଷଙ୍କ ଟିକାକରଣ ଆରମ୍ଭ ହେବ। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ଝାମୁଝରୀ ଓ କୁଦିଆରୀରେ କୋଭିଡ୍‌ କେୟାର ସେଣ୍ଟର ଖୋଲିବା ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri