Posted inଜାତୀୟ

ବ୍ରାଜିଲରେ ବାଦୁଡ଼ିଠାରୁ କୋଭିଡ୍‌ ଭଳି ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ,୧ା୧୧: ବ୍ରାଜିଲରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ବାଦୁଡ଼ିଠାରେ କୋଭିଡ୍‌-୧୯ ଭଳି ଭୂତାଣୁ ଚିହ୍ନଟ ହୋଇଛି। ଆମେରିକା, ଜାପାନ,ଅଷ୍ଟ୍ରେଲିଆ ଏବଂ ବେଲ୍‌ଜିୟମ୍‌ର ବୈଜ୍ଞାନିକମାନଙ୍କ ଏକ ଅନ୍ତର୍ଜାତୀୟ ଟିମ୍‌ ଏହି ନୂଆ ଭାଇରସ୍‌ ଚିହ୍ନଟ କରିଥିବାବେଳେ ଏହାକୁ ନେଇ ସମ୍ଭାବ୍ୟ ସଂକ୍ରମଣ ଓ ନୂଆ ରୋଗର ଆଶଙ୍କା ଦେଖାଦେଇଛି। ବେଟାକରୋନା ଭୂତାଣୁ ଯଥା ସିଭିୟର୍‌ ଆକ୍ୟୁଟ୍‌ ରେସ୍ପିରେଟୋରି ସିଣ୍ଡ୍ରୋମ୍‌ ଭାଇରସ୍‌ (ଏସ୍‌ଏଆର୍‌ଏସ୍‌-ସିଓଭି-୨) ଏବଂ ମିଡିଲ୍‌ ଇଷ୍ଟ୍‌ ରେସ୍ପିରେଟୋରି ସିଣ୍ଡ୍ରୋମ୍‌ ଭାଇରସ୍‌ (ଏମ୍‌ଇଆର୍‌ଏସ୍‌-ସିଓଭି) ସମେତ ଅନେକ ଭୂତାଣୁର ପ୍ରାକୃତିକ ଭଣ୍ଡାର ହେଉଛନ୍ତି ବାଦୁଡ଼ି। ଟେରୋନୋଟସ୍‌ ପାର୍ନେଲି ନାମକ ଏକ କ୍ଷୁଦ୍ର ତଥା ମୁହଁରେ ମୁଚ୍ଛ ଥିବା ବାଦୁଡ଼ିଠାରୁ ବିଆର୍‌ଜେଡ୍‌ ବ୍ୟାଟ୍‌ କୋଭ୍‌ ନାମରେ ଭୂତାଣୁକୁ ଓସାକା ଏବଂ ସିଡ୍‌ନୀ ୟୁନିଭର୍ସିଟିର ଗବେଷକ ଟିମ୍‌ ଚିହ୍ନଟ କରିଛି। ଏହା ବେଟାକରୋନା ଭାଇରସ୍‌ଠାରୁ ବର୍ଗାନୁବଂଶିକ ଭାବେ ଭିନ୍ନ ବୋଲି ଗବେଷକମାନେ କହିଛନ୍ତି। ତେବେ ବିଆର୍‌ଜେଡ୍‌ ବ୍ୟାଟ୍‌ ସିଓଭି କୋଭିଡ୍‌ ନୁହେଁ, ବରଂ ଏହାର ଏମ୍‌ଇଆର୍‌ଏସ୍‌ ଭୂତାଣୁ ସହ ଅଧିକ ନିବିଡ଼ ସମ୍ପର୍କ ରହିଥିବା କୁହାଯାଇଛି।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସମେତ ୧୫ ଅଭିଯୁକ୍ତ କୋର୍ଟରେ ହାଜର

ବ୍ରହ୍ମପୁର,୨।୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ୧୫ ଅଭିଯୁକ୍ତ ସୋମବାର ଜିଲା ଦୌରାଜଜ୍‌…

୧୬ତମ ଅର୍ଥ କମିଶନ: କର୍ଣ୍ଣାଟକକୁ ବଡ଼ ଫାଇଦା, ଓଡ଼ିଶା ସହିଲା କ୍ଷତି; ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନୂଆଦିଲ୍ଲୀ,୨।୨: ୧୬ତମ ଅର୍ଥ କମିଶନଙ୍କ ନୂତନ ସୂତ୍ର ଅନୁସାରେ କେନ୍ଦ୍ରୀୟ ଟିକସ ପାଣ୍ଠିରୁ ରାଜ୍ୟମାନଙ୍କୁ ଟଙ୍କା ମିଳିବ। ଏହି ନୂଆ ବ୍ୟବସ୍ଥାରେ କର୍ଣ୍ଣାଟକ ସବୁଠାରୁ ଅଧିକ ଲାଭବାନ…

ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ, ପ୍ରତି ୧୦ ସେକେଣ୍ଡରେ ହେବ ଏତେ କ୍ଷତି , ଜାଣିଲେ…

ନୂଆଦିଲ୍ଲୀ,୨।୨: ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଏହାର ସରକାର ଟି-୨୦ ବିଶ୍ୱକପରେ ସେମାନଙ୍କର କ୍ରିକେଟ ଦଳ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଫେବୃଆରୀ ୧୫ ତାରିଖରେ ଭାରତ…

ଗୁମର ଖୋଲିଲେ ଶାହିଦ ଆଫ୍ରିଦି: କହୁ କହୁ କହିଦେଲେ ପାକିସ୍ତାନ ନ ଖେଳିବା…

ଇସଲାମାବାଦ୍‌,୨।୨: ୨୦୨୬ ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ନ ଖେଳିବା ପାଇଁ ପାକିସ୍ତାନର ନିଷ୍ପତ୍ତି ଉପରେ ଅନେକ ପ୍ରମୁଖ ବ୍ୟକ୍ତି ପ୍ରତିକ୍ରିୟା ଦେଉଛନ୍ତି। ପୂର୍ବତନ ପାକିସ୍ତାନୀ ଅଲରାଉଣ୍ଡର…

ଲକ୍ଷେ ଯାଏ ଖସିଯିବ ସୁନା! ଏକ୍ସପର୍ଟ କଲେ ବଡ଼ ଖୁଲାସା…

ନୂଆଦିଲ୍ଲୀ,୨।୨: ବିଶ୍ୱ ଅସ୍ଥିରତା ଯୋଗୁଁ ଗତ ବର୍ଷ ଧରି ସୁନା ଏବଂ ରୂପା ମୂଲ୍ୟରେ ଲଗାତାର ରେକର୍ଡ ଉଚ୍ଚତା ସତ୍ତ୍ୱେ ଗତ ତିନିରୁ ଚାରି ଦିନ ମଧ୍ୟରେ…

ଫେବୃଆରୀ ୨ରେ ନୁହଁ, ଏହି ତାରିଖରେ ସାତଫେରା ନେବେ ରଶ୍ମିକା-ବିଜୟ

ମୁମ୍ବାଇ,୨।୨: ଗ୍ଲାମର ଦୁନିଆର ଫେମସ କପଲ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହ ଖବରକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ନୂଆ ନୂଆ…

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଭବିଷ୍ୟବାଣୀ କଲେ ରିକି ପଣ୍ଟିଂ: ଅଷ୍ଟ୍ରେଲିଆ ନୁହେଁ, ଏହି ଦଳ ହେବ ଚାମ୍ପିୟନ୍‌

ସିଡନୀ,୨।୨:ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଏବଂ କିମ୍ବଦନ୍ତୀ କ୍ରିକେଟ ବିଶେଷଜ୍ଞ ରିକି ପଣ୍ଟିଂ ICC ପୁରୁଷ T20 ବିଶ୍ୱକପ 2026 ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ପଣ୍ଟିଂ…

ବଜେଟ ଘୋଷଣା ପରେ ଶସ୍ତା ହେବ କି ମୋବାଇଲ? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨।୨: ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକ ସଭାରେ ବଜେଟ 2026 ଉପସ୍ଥାପନ କରୁଥିଲେ, ଦେଶର ଲକ୍ଷ ଲକ୍ଷ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା: କ’ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri