Posted inଖେଳ

କୋଭିଡ୍‌- ୧୯ ଭ୍ୟାକ୍ସିନ୍‌: ଆଥଲେଟ୍‌ଙ୍କୁ ଅଗ୍ରାଧିକାର ଦେବାକୁ ସରକାରଙ୍କୁ ଅନୁରୋଧ

ନୂଆଦିଲ୍ଲୀ, ୧୭।୯(ପି.ଟି.): ଆଗମୀ ଦିନରେ କୋଭିଡ୍‌-୧୯ ଭ୍ୟାକ୍ସିନ୍‌ ଉପଲବ୍ଧ ହେବାର ସମ୍ଭାବନା ଦୃଢ ହେବାରେ ଲାଗିଛି। ଏପରିସ୍ଥଳେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବାର ଆଥଲେଟ୍‌ଙ୍କୁ ଏ ନେଇ ଅଗ୍ରାଧିକାର ଦେବାକୁ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ବୁଧବାର ସରକାରଙ୍କୁ ଅନୁରୋଧ କରିଛି।
ଭାରତ ସମେତ ଏକାଧିକ ଦେଶ କରୋନା ଭାଇରସ୍‌ ଭ୍ୟାକ୍ସିନ ବିକଶିତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଯଦି ଭ୍ୟାକ୍ସିନ ବିକଶିତ ହୁଏ ତେବେ ଭାରତ ସରକାର ଆଗରେ ରହି କାର୍ଯ୍ୟକରୁଥିବା ବ୍ୟକ୍ତିବିଶେଷ, ସୈନ୍ୟ ବିଭାଗ କର୍ମଚାରୀ ଓ କେତେକ ନିର୍ଦ୍ଦିଷ୍ଟ ବିଭାଗର କର୍ମଚାରୀଙ୍କୁ ଅଗ୍ରାଧିକାର ଦେବେ ବୋଲି ବିଚାର କରୁଛନ୍ତି।
ଆମେ ସରକାରଙ୍କ ସହ ଏ ନେଇ ଆଲୋଚନା କରିଛୁ ବୋଲି ଏଏଫ୍‌ଆଇ ଅଧ୍ୟକ୍ଷ ଆଦିଲେ ସୁମରିଓ୍ବାଲା କହିଛନ୍ତି। ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଆଥଲେଟଙ୍କ ପାଇଁ ଭ୍ୟାକ୍ସିନ୍‌ ଉପଲବ୍ଧ କରାଇବାରେ ଅଗ୍ରାଧିକାର ଦେବାକୁ ଆମେ ସରକାରଙ୍କୁ ଅନୁରୋଧ କରିଛୁ ବୋଲି ଏକ ଓ୍ବେବିନାରରେ ଯୋଗଦେଇ ସେ କହିଛନ୍ତି। ଯଦି ଭ୍ୟାକ୍ସିନ ବାହାରେ ତା’ହେଲେ ପ୍ରଥମ ପର୍ଯ୍ୟାୟରେ ଆଥଲେଟଙ୍କୁ ଦିଆଯିବ ବୋଲି ନିଶ୍ଚିତ ହେବା ପାଇଁ ଆମେ ସରକାରଙ୍କୁ କହିଛୁ। ଭ୍ୟାକ୍ସିନ ପାଇବାକୁ ଆଥଲେଟମାନେ ଅପେକ୍ଷା କରିଛନ୍ତି ବୋଲି ଜାତୀୟ ବ୍ୟାଡମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦ କହିଛନ୍ତି। ଭ୍ୟାକ୍ସିନ ପାଇଲେ ଆଥଲେଟଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।
ସାରା ବିଶ୍ୱ ଏହି ମହାମାରୀ ସହ ଲଢୁଛି। ତେଣୁ ମିଳିବାକୁ ଥିବା ଭ୍ୟାକ୍ସିନ ଆଥଲେଟ୍‌ଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାରେ ସହାୟ ହେବନି ବୋଲି ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ବାଡ଼ା) ହୃଦୟଙ୍ଗମ କରିଥିବ । ତେଣୁ ଡୋପ୍‌ କଣ୍ଟ୍ରୋଲ ନେଇ କୌଣସି ସମସ୍ୟା ରହିବା ଉଚିତ ନୁହେଁ ବୋଲି ସୁମରିଓ୍ବାଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri