ବ୍ରାଜିଲରେ କୋଭାକ୍ସିନ ଝଡ଼

ରିଓ ଡି ଜେନିରୋ/ବ୍ରାସିଲିଆ,୩୦ା୬: ବ୍ରାଜିଲରେ କରୋନା ମହାମାରୀ ୫.୧୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଥିବାବେଳେ ସମସ୍ତଙ୍କୁ ଚକିତ କରିଦେବା ଭଳି ଦୁର୍ନୀତି ମାମଲା ସାମ୍ନାକୁ ଆସିଛି। କୋଭାକ୍ସିନ ଟିକା ମଗାଇବା ପାଇଁ ଆର୍ଥିକ ଅନିୟମିତତାକୁ ପ୍ରଶ୍ରୟ ଦେବା ନେଇ ବିବାଦୀୟ ହୋଇଛନ୍ତି ଦକ୍ଷିଣପନ୍ଥୀ ରାଷ୍ଟ୍ରପତି ଜୈର ବୋଲସୋନାରୋ, ଯିଏକି ଦୁର୍ନୀତି ବିରୋଧୀ ଅଭିଯାନ ଚଳାଇ ୨୦୧୯ରେ କ୍ଷମତାକୁ ଆସିଥିଲେ। ତାଙ୍କ ବିରୋଧରେ ସୋମବାର ସୁପ୍ରିମକୋର୍ଟରେ ଏକ ଭ୍ରଷ୍ଟାଚାର ମାମଲା ଦାଏର ହୋଇଛି, ଯାହା ପ୍ରମାଣିତ ହେଲେ ପଦଚ୍ୟୁତ ହେବାକୁ ପଡ଼ିପାରେ। ଏହି କୋଭାକ୍ସିନ କିଣା ଦୁର୍ନୀତି ଅଭିଯୋଗ ରାଣ୍ଡୋଲ୍‌ଫେ ରୋଡ୍ରିଗୁଏସ୍‌ଙ୍କ ସମେତ ୩ ସିନେଟର ଆଣିଛନ୍ତି। ୩୨୦ ନିୟୁତ ଡଲାର (ପ୍ରାୟ ୨୩୭୭ କୋଟି ୮୯ ଲକ୍ଷ ୭୬ ହଜାର ଟଙ୍କା) ଡିଲ୍‌ ଦୁର୍ନୀତି ସମ୍ପର୍କରେ ବୋଲସୋନାରୋ ଜାଣି ସୁଦ୍ଧା ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। ପ୍ରଶାସନର ମହାମାରୀ ମୁକାବିଲା ଦୁର୍ନୀତିର ତଦନ୍ତ କରୁଥିବା ସିନେଟର ଏକ କମିଶନ ଗତ ସପ୍ତାହରେ ଏନେଇ ପ୍ରଘଟ କରିବା ପରେ ଏହି ଆପରାଧିକ ମାମଲା ରୁଜୁ ହୋଇଛି। ସୋସିଆଲ ମିଡିଆରେ ଏବେ ହ୍ୟାଶ୍‌ଟ୍ୟାଗ୍‌ କୋଭାକ୍ସିନଗେଟ୍‌ ଟ୍ରେଣ୍ଡ କରୁଛି।
ଏପ୍ରିଲରେ ଗଠିତ ସିନେଟ୍‌ର ଏକ ପ୍ୟାନେଲ ଆଗରେ ଗତ ଶୁକ୍ରବାର ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ହ୍ବିଶିଲ୍‌ବ୍ଲୋୟର ଲୁଇସ୍‌ ରିକାର୍ଡୋ ମିରାଣ୍ଡା ସାକ୍ଷ୍ୟ ଦେଇଛନ୍ତି। ମିରାଣ୍ଡାଙ୍କ କହିବା ହେଲା, ମାର୍ଚ୍ଚରେ ତାଙ୍କ ଟେବୁଲକୁ ୩୦ ଲକ୍ଷ ଡୋଜ୍‌ କୋଭାକ୍ସିନ ଆମଦାନୀ ଲାଗି ୪୫ ନିୟୁତ ଡଲାର ପଇଠ ପାଇଁ ଅନୁରୋଧ ଆସିଥିଲା। ବ୍ରାଜିଲରେ କୋଭାକ୍ସିନ ବ୍ୟବହାର ପାଇଁ ନିୟନ୍ତ୍ରକଙ୍କ ଅନୁମୋଦନ ମିଳି ନ ଥିବାବେଳେ ତାକୁ କିଣିବା ଲାଗି ଉପରିସ୍ଥ ଅଧିକାରୀମାନେ ଫୋନ୍‌ କରି ଅର୍ଥ ମଞ୍ଜୁର କରିବାକୁ ଚାପ ପକାଇଥିଲେ। କୋଭାକ୍ସିନ ଆମଦାନୀ ପାଇଁ ଉଦ୍ଦିଷ୍ଟ ଚୁକ୍ତିରେ ସିଙ୍ଗାପୁରସ୍ଥିତ କୌଣସି କମ୍ପାନୀର ନାମ ଉଲ୍ଲେଖ କରାଯାଇ ନ ଥିବାରୁ ମିରାଣ୍ଡା ଅର୍ଥ ପଇଠ କରିବାକୁ ମନା କରିଦେଇଥିଲେ ବୋଲି ସେ ପ୍ୟାନେଲ ଆଗରେ ସାକ୍ଷ୍ୟ ଦେଇଛନ୍ତି। ତେବେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହେଲା ଏବଂ ସରକାର ଉକ୍ତ ଡିଲ୍‌କୁ ରଦ୍ଦ କରିଦେଲେ।
୨୦୨୦ରେ ଫାଇଜର ପକ୍ଷରୁ କମ୍‌ ମୂଲ୍ୟରେ ଭାକ୍ସିନ ଯୋଗାଣ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ବୋଲସୋନାରୋ ସରକାର ଗ୍ରହଣ କରି ନ ଥିଲେ। ଭାରତ ବାୟୋଟେକ୍‌ ପ୍ରଥମେ ଡୋଜ୍‌ ପିଛା ୧.୩୪ ଡଲାର ପାଇଁ କୋଟେଶନ ଦେଇଥିଲା। କିନ୍ତୁ ସରକାର କୋଭାକ୍ସିନ ପ୍ରତି ଡୋଜ୍‌ ପାଇଁ ୧୫ ଡଲାର ଦେବାକୁ ରାଜି ହୋଇଥିଲେ। ମିରାଣ୍ଡା ଏହି ପ୍ରସଙ୍ଗ ନେଇ ନିଜ ଭାଇ ଲୁଇସ୍‌ ମିରାଣ୍ଡାଙ୍କ ପାଖକୁ ଯାଇଥିଲେ, ଯିଏକି ବୋଲସୋନାରୋଙ୍କ ଦଳର ଜଣେ ଏମ୍‌ପି। ମାର୍ଚ୍ଚ ୨୦ରେ ଦୁଇଭାଇ ରାଷ୍ଟ୍ରପତିଙ୍କୁ ଭେଟି ଏହି ବିଷୟ ଅବଗତ କରାଇଥିଲେ। ସେ କହିଥିଲେ, ଉକ୍ତ ଚୁକ୍ତିରେ ଚାଲାଣ ପଠାଇଥିବା କମ୍ପାନୀ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନ ଥିଲା। ନିଜକୁ ଏକ ଶେଲ୍‌ କମ୍ପାନୀ ରୂପେ ଉପସ୍ଥାପନ କରିଥିବା ମେଡିସନ୍‌ ବାୟୋଟେକ୍‌ ପକ୍ଷରୁ ଏହି ଚାଲାଣ ପଠାଯାଇଥିଲା। ରାଷ୍ଟ୍ରପତି ତାଙ୍କ ଆଖିକୁ ଦେଖି କହିଥିଲେ, ଏହା ଗମ୍ଭୀର। ଏଥିରେ ସେ ହସ୍ତକ୍ଷେପ କଲେ ବିବାଦ ସୃଷ୍ଟି ହେବ। ଏହା ହେଉଛି ନିମ୍ନ ସଦନରେ ତାଙ୍କ ମେଣ୍ଟର ନେତୃତ୍ୱ ନେଉଥିବା ପ୍ରଭାବଶାଳୀ ଆଇନପ୍ରଣେତା ରିକାର୍ଡୋ ବାରୋସ୍‌ଙ୍କ କାମ। ସେ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ହୋଇ ନ ଥିଲା। ଇତିମଧ୍ୟରେ ଆଟର୍ନି ଜେନେରାଲଙ୍କ ପ୍ରେସ୍‌ ଅଫିସରୁ ମିଳିଥିବା ଦସ୍ତାବିଜରୁ ଜଣାପଡ଼ିଛି ଯେ, ଗତ ଫେବୃୟାରୀରେ ସ୍ବାକ୍ଷରିତ କଣ୍ଟ୍ରାକ୍ଟ ଅନୁସାରେ ବ୍ରାଜିଲରେ ଭାରତ ବାୟୋଟେକ୍‌ର ପ୍ରତିନିଧି ପ୍ରେସିସା ମେଡିକେମେଣ୍ଟୋସ୍‌କୁ ଟିକାର ପ୍ରତି ଡୋଜ୍‌ ପାଇଁ ୧୫ ଡଲାର ହିସାବରେ ୩୧ କୋଟି ଡଲାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେବ।

 

କ’ଣ କହୁଛି ଭାରତ ବାୟୋଟେକ୍‌

ଭାରତ ବାୟୋଟେକ୍‌ ପକ୍ଷରୁ ଏକ ବିବୃତି ଜାରି କରି ଅଭିଯୋଗକୁ ଖଣ୍ଡନ କରାଯାଇଛି। କୋଭାକ୍ସିନ ଯୋଗାଣ ସମ୍ପର୍କିତ କୌଣସି ଭୁଲ୍‌ କାର୍ଯ୍ୟ ହୋଇନାହିଁ। ମେଡିସନ୍‌ ବାୟୋଟେକ୍‌ ଏହାର ଗ୍ଲୋବାଲ ସେଲ୍ସ ଏବଂ ମାର୍କେଟିଂ ୟୁନିଟ୍‌ ବୋଲି ମଧ୍ୟ ଏଥିରେ କୁହାଯାଇଛି। ପୂର୍ବରୁ ବିଦେଶୀ ସରକାରଙ୍କ ପାଇଁ କୋଭାକ୍ସିନ ଜୋଜ୍‌ ପିଛା ୧୫ରୁ ୨୦ ଡଲାର ସ୍ଥିର କରାଯାଇଥିଲା। ବ୍ରାଜିଲ ସହ ଏହି ରେଞ୍ଜରେ କଣ୍ଟ୍ରାକ୍ଟ କରାଯାଇଥିଲା। ତେବେ ଆନୁଷ୍ଠାନିକ ଭାବେ ଟିକା ଯୋଗାଣ ପାଇଁ ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅର୍ଡର ମିଳି ନ ଥିବାରୁ ତାହା ପଠାଯାଇ ନାହିଁ। ଅନ୍ୟପକ୍ଷେ ଭାରତ ବାୟୋଟେକ୍‌କୁ ଆଦୌ ଅର୍ଥ ପଇଠ କରାଯାଇ ନାହିଁ। ଏହି ପ୍ରସଙ୍ଗ ଏବେ ଆଇନଗତ ସମୀକ୍ଷା ଅଧୀନରେ ଥିବା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି।

 

ପ୍ରଭାବିତ ହେବ ବୋଲସୋନାରୋଙ୍କ କ୍ୟାରିୟର

ଉଭୟ ବୋଲସୋନାରୋ ଏବଂ ତାଙ୍କ ସହଯୋଗୀ ରିକାର୍ଡୋ ବାରୋସ୍‌ କିଛି ଭୁଲ୍‌ କାମ କରି ନ ଥିବା କହିଛନ୍ତି। ମିରାଣ୍ଡା ବ୍ରଦର୍ସଙ୍କ ବିରୋଧରେ ବୋଲସୋନାରୋ ଅପପ୍ରଚାର ଅଭିଯୋଗ ଆଣିଛନ୍ତି। କୋଭାକ୍ସିନ ଉପରେ କିଛି ଖର୍ଚ୍ଚ କରାଯାଇ ନାହିଁ କି ଏହାର ଗୋଟିଏ ଡୋଜ୍‌ ମଧ୍ୟ ଗ୍ରହଣ କରାଯାଇ ନାହିଁ। ତେଣୁ ଏହା କେଉଁ ପ୍ରକାର ଦୁର୍ନୀତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସତ୍ତ୍ୱେ ଉକ୍ତ ବିବାଦ ବୋଲ୍‌ସୋନାରୋଙ୍କ ରାଜନୈତିକ କ୍ୟାରିୟରକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। କୋଭିଡ୍‌ ମୁକାବିଲାରେ ବିଫଳତାକୁ ନେଇ ବୋଲ୍‌ସୋନାରୋ ଚାରିଆଡ଼େ ସମାଲୋଚିତ ହେଉଥିବାବେଳେ ୨୦୨୨ ରାଷ୍ଟ୍ରପତି ନିର୍ବାଚନ ଲାଗି ଏହି ଦୁର୍ନୀତି ପ୍ରସଙ୍ଗ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବାମପନ୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭାଙ୍କଠାରୁ ଦୌଡ଼ରେ ସେ ବହୁ ପଛରେ ପଡ଼ିଯାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri