Posted inଜାତୀୟ

‘ସୋସିଆଲ୍‌ ମିଡିଆ ଉପରେ ଅଙ୍କୁଶ ଲାଗିବା ଜରୁରୀ’

ନୂଆଦିଲ୍ଲୀ,୩।୭: ଭାଜପାର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ବୟାନକୁ ନେଇ ଭର୍ତ୍ସନା କରିଥିବା ସୁପ୍ରିମକୋର୍ଟର ବିଚାରପତି ଜେବି ପର୍ଦ୍ଦିୱାଲା ରବିବାର ଆଲୋଚକଙ୍କୁ କଡ଼ା ଜବାବ ଦେଇଛନ୍ତି। କୋର୍ଟଙ୍କ ସମାଲୋଚନା ଗ୍ରହଣୀୟ। କିନ୍ତୁ ବିଚାରପତିମାନେ ବ୍ୟକ୍ତିଗତ ଆକ୍ରମଣର ଶିକାର ହେବା ଉଚିତ୍‌ ନୁହେଁ। ଏହା ଠିକ ମଧ୍ୟ ନୁହେଁ। ଅଦାଲତର ନିଷ୍ପତ୍ତି ବହୁମତ ବିଚାରର ଅନୁରୂପ ହେବା ଆବଶ୍ୟକ ନୁହେଁ ବୋଲି ପର୍ଦ୍ଦିଓ୍ବାଲା କହିଛନ୍ତି। ସମ୍ବେଦନଶୀଳ ପ୍ରସଙ୍ଗରେ ସାମାଜିକ ତଥା ଡିଜିଟାଲ ମିଡିଆର ଭୂମିକା ଉପରେ ପର୍ଦ୍ଦିୱାଲା ପ୍ରଶ୍ନ କରିଛନ୍ତି।
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏଚଆର ଖାନ୍ନାଙ୍କ ସ୍ମୃତିରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜଷ୍ଟିସ ପର୍ଦ୍ଦିୱାଲା କହିଛନ୍ତି ଯେ, ଗଣତନ୍ତ୍ରରେ ଆମେ କୋର୍ଟର ନିଷ୍ପତ୍ତି ଅନୁଯାୟୀ ଯିବୁ। ଏକ ମାମଲାର ଶୁଣାଣି ବେଳେ ବିଚାରପତିମାନେ ସମାଜର ବିଚାରକୁ ମଧ୍ୟ ଧ୍ୟାନରେ ରଖିଥାନ୍ତି। କିନ୍ତୁ ସେମାନେ ଏହା ଦ୍ୱାରା ପ୍ରଭାବିତ ହୋଇପାରିବେ ନାହିଁ। ସେମାନେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି।
ସୋସିଆଲ ଏବଂ ଡିଜିଟାଲ ମିଡିଆର ଅପବ୍ୟବହାରକୁ ନେଇ ଜଷ୍ଟିସ ପର୍ଦ୍ଦିୱାଲା ଉଦ୍‌ବେଗ ପ୍ରକାଶ କରିଥିଲେ। ଏହା ନ୍ୟାୟିକ ବ୍ୟବସ୍ଥା ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ। ଆଜିର ସମୟରେ ସୋସିଆଲ ଏବଂ ଡିଜିଟାଲ ମିଡିଆ ବହୁତ ଶକ୍ତିଶାଳୀ ମାଧ୍ୟମ। କିନ୍ତୁ ସୋସିଆଲ ମିଡିଆରେ ଅର୍ଦ୍ଧ ସତ୍ୟ ଓ ଅର୍ଦ୍ଧ ତଥ୍ୟକୁ ନେଇ ହେଉଥିବା ତର୍କ ବିତର୍କ ଗଣତନ୍ତ୍ର ପାଇଁ ବିପଦ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଭାଜପାର ନିଲମ୍ବିତ ନେତା ନୁପୁର ଶର୍ମାଙ୍କ ଉପରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଉପରେ ଆଜିକାଲି ସୋସିଆଲ ମିଡିଆରେ ଅନେକ ଆଲୋଚନା ଚାଲିଛି। ଜଷ୍ଟିସ ପର୍ଦ୍ଦିଓ୍ବାଲା ଏହି ମାମଲାର ଶୁଣାଣି କରୁଥିବା ବେଞ୍ଚର ଜଣେ ସଦସ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri