୨ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ ପରେ ବଧୂ ବେଶରେ ସଜେଇ ହେଲା ଏହି ପୋଲିସ ଷ୍ଟେଶନ, ଜାଣନ୍ତୁ କାହିଁକି

ମୁମ୍ବାଇ,୧୪ା୮: ବର୍ଷକ ତଳେ ମହାରାଷ୍ଟ୍ରର ବୁଲଧାନାରେ ଏକ ଗଣବଳାତ୍କାର ହୋଇଥିଲା। ଗୁରୁବାର ବୁଲଧାନାର ସ୍ବତନ୍ତ୍ର ଜିଲା ଏବଂ ଅଧିବେଶନ କୋର୍ଟ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ, ଚିଖାଲି ପୋଲିସ ଷ୍ଟେଶନର କର୍ମଚାରୀମାନେ ପୂରା ପୋଲିସ ଷ୍ଟେଶନକୁ ବଧୂବେଶରେ ସଜାଇ ବାଣ ଫୁଟାଇଥିଲେ।

୨୬ ଏପ୍ରିଲ ୨୦୧୯ ରାତିରେ ଚିଖାଲି ସହରରେ ୨ ଜଣ ଯୁବକ ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର କରିଥିଲେ। ନାବାଳିକା ଜଣକ ତାଙ୍କ ମାତାପିତାଙ୍କ ସହ ଶୋଇଥିବା ବେଳେ ତାଙ୍କୁ ଉଠାଇ ନେଇ ଏକ ନିର୍ଜନ ସ୍ଥାନରେ ଯୁବକ ଦ୍ୱୟ ବଳାତ୍କାର କରିଥିଲେ।

ପୀଡ଼ିତାଙ୍କ ପିତାଙ୍କ ଅଭିଯୋଗରେ ଅଭିଯୁକ୍ତ ସାଗର ବିଶ୍ୱନାଥ ବୋରକର ଏବଂ ନିଖିଲ ଶିବାଜୀ ଗୋଲିତଙ୍କ ବିରୋଧରେ ବଳାତ୍କାର, ପକ୍ସୋ ଏବଂ ଅତ୍ୟାଚାର ମାମଲା ରୁଜୁ ହୋଇଥିଲା।

ଏହି ଜଘନ୍ୟ ଅପରାଧ ହେତୁ ସମଗ୍ର ଜିଲାରେ କ୍ରୋଧର ବହ୍ନି ଜଳୁଥିଲା। ଚିଖଲି ସହରରେ ନାଗରିକମାନେ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଧରିବା ପାଇଁ ଦାବି କରିଥିଲେ। ଏପରିକି ସହରକୁ ଗୋଟିଏ ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା।

ଏହି ଘଟଣା ପରେ ନାବାଳିକାଙ୍କ ଚିକିତ୍ସା କରିଥିବା ମହିଳା ଡାକ୍ତର କହିଛନ୍ତି ଯେ, ଔରଙ୍ଗାବାଦରେ ପୀଡ଼ିତାଙ୍କ ଦୁଇଟି ବଡ଼ ଅପରେଶନ କରାଯାଇଛି। ସେ କହିଛନ୍ତି ଯେ, ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଏମିତି ଘଟଣା କାହା ସହ ନ ଘଟୁ।

ଚିଖାଲି ପୋଲିସ ଷ୍ଟେଶନର ଇନ୍ସପେକ୍ଟର ଗୁଲାବ୍ରାଓ ବାଗ୍‌ କହିଛନ୍ତି ଯେ, ପୀଡ଼ିତାଙ୍କ ମା’ଙ୍କ ମାନସିକ ଅବସ୍ଥା ଭଲ ନାହିଁ। ଚିଖାଲି ପୋଲିସର ସମସ୍ତ କର୍ମଚାରୀ ଏହି ପୀଡ଼ିତା ପରିବାରକୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ସହଯୋଗ ପାଇଁ ଚେଷ୍ଟା କରିଥିଲେ। ଅଭିଯୁକ୍ତ ଦ୍ୱୟଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିବାରୁ ଖୁସିରେ ଚିଖାଲି ପୋଲିସ ଷ୍ଟେଶନର କର୍ମଚାରୀମାନେ ଏହାକୁ ବଧୂ ବେଶରେ ସଜାଇ ବାଣ ଫୁଟାଇଥିଲେ। ଭାରତ ଇତିହାସରେ ଏହା ପ୍ରଥମ ପୋଲିସ ଷ୍ଟେଶନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସରେ ଅଙ୍ଗଦାନ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri