Categories: ଫୁରସତ

କରୋନାରୁ ରକ୍ଷା ପାଇଁ ଏପରି ପୋଷାକ ପିନ୍ଧିଲେ ଦମ୍ପତି: ଭିଡିଓ ଭାଇରାଲ

ବ୍ରାଜିଲ: ବ୍ରାଜିଲର ଏକ ଦମ୍ପତି ଏବେ ସୋସିଆଏ ମିଡିଆରେ ଚର୍ଚ୍ଚା ବିଷୟ ପାଲଟିଛନ୍ତି। କାରଣ ହେଉଛି ସେମାନେ ସ୍ପେସ୍‌ ସୁଟ୍‌ ପିନ୍ଧି ରିଓ ଡେ ଜେନେରିଓ ସମୂଦ୍ର ତଟରେ ବୁଲୁଛନ୍ତି। ସୋସିଆଲ ମିଡିଆରେ ଦମ୍ପତିଙ୍କ ଅନେକ ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦମ୍ପତି ଏପରି ପୋଷାକ ପିନ୍ଧିଛନ୍ତି। ଏହି ଭିଡିଓ ରେଟର୍ସ ଇଣ୍ଡିଆ ଟୁଇଟର ସାଇଡ୍‌ରେ ଶେୟାର ହୋଇଛି।
୬୬ ବର୍ଷୀୟ ଟେର୍‌ସିଓ ପେସାରେ ଜଣେ ଆକାଉଣ୍ଟାଣ୍ଟ। ସେ ଏହି ସୁଟ୍‌କୁ କିଣିଥିଲେ। ମାତ୍ର ହେଲମେଟ୍‌ ନିଜେ ତିଆରି କରିଛନ୍ତି। ପ୍ରଥମେ ତାଙ୍କ ସ୍ତ୍ରୀ ଏହି ପୋଷାକକୁ ପିନ୍ଧି ଘରୁ ବାହାରିବାକୁ ମନା କରୁଥିଲେ ମାତ୍ର ପରେ ଏଥିପାଇଁ ରାଜି ହୋଇଥିବା ଟେର୍‌ସିଓ କହିଛନ୍ତି। ସ୍ପେସ୍‌ ସୁଟ୍‌ ପିନ୍ଧି ଦମ୍ପତି ବୁଲୁଥିବା ବେଳେ ଲୋକେ ତାଙ୍କୁ ବୁଲି ବୁଲି ଅନାଉଛନ୍ତି। ଆଉ କେତେକ ତାଙ୍କ ସହ ସେଲ୍‌ଫି ମଧ୍ୟ ଉଠାଉଥିବା ଭିଡିଓରେ ଦେଖିବାକୁ ମିଳୁଛି।

Share