Categories: ଫୁରସତ

ୟୁଜର୍ସଙ୍କୁ ଭାଗ ଭାଗ କରି ଦେଲା ଦମ୍ପତିଙ୍କ ଭାଇରାଲ ଫଟୋ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଭାଇରାଲ ହୋଇଥାଏ। କେତେକ ଆମକୁ ଏଣ୍ଟରଟେନ କରେ ଆଉ କିଛି ଦେଖି ଆମେ ହତବାକ୍‌ ହେଇଯାଉ। ଏହା ଛଡ଼ା ଆହୁରି କିଛି ଫଟୋ କିମ୍ବା ଭିଡିଓ ଭାଇରାଲ ହୁଏ, ଯାହା ଉପରେ ପ୍ରତିକ୍ରିୟା ରଖିବା କଷ୍ଟକର। ସେଭଳି ଏକ ଫଟୋ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟୁଇଟରରେ ଭାଇରାଲ ହେଉଛି, ଯେଉଁଥିରେ ଦମ୍ପତି ହାତ ଧରି ପାହାଡ଼ ଧାରାରେ ଛିଡ଼ା ହୋଇ ପୋଜ ଦେଇଛନ୍ତି। ମହିଳା ଜଣଙ୍କ ଉପରେ ଛିଡ଼ା ହୋଇଥିବାବେଳେ ତାଙ୍କ ପୁରୁଷ ସାଥୀ ପାହାଡ଼ ଧାରାରେ ଛିଡ଼ା ହୋଇଛନ୍ତି ଗୋଟିଏ ଗୋଡ଼ରେ। ପାହାଡ଼ ଖୁବ୍‌ ତଳେ କେବଳ ଘଞ୍ଚ ଜଙ୍ଗଲ ଓ ଗୋଟିଏ ରାସ୍ତା ଦେଖାଯାଉଛି। ୟୁଜର୍ସଙ୍କୁ ଭାଗ ଭାଗ କରି ବାଣ୍ଟି ଦେଇଛି ଏହି ଫଟୋ।

କିଛି ୟୁଜର୍ସ ଏହି ଫଟୋକୁ ଫଟୋଶପ୍‌ର କମାଲ କହୁଥିବାବେଳେ ଅନ୍ୟମାନେ ଉକ୍ତ ଦମ୍ପତିଙ୍କୁ ମୁର୍ଖ ଓ ସାଧାରଣ ଜ୍ଞାନର ଅଭାବ ରହିଥିବା କହିଛନ୍ତି। ଫଟୋ ଉଠାଇବା ପାଇଁ କେବଳ ମୁର୍ଖମାନେ ହିଁ ଏତେ ବଡ଼ ବିପଦକୁ ମୁଣ୍ଡେଇପାରିବେ ବୋଲି କିଛି ୟୁଜର୍ସ କମେଣ୍ଟ କରିଛନ୍ତି। ଆଉ ଫଟୋଟି ଆଙ୍ଗେଲ ଯୋଗୁ ବିପଦପୂର୍ଣ୍ଣ ଦେଖାଯାଉଥିବା ମତ ରଖିଛନ୍ତି କିଛି ଟୁଇଟର ବ୍ୟବହାରକାରୀ।

Share