Posted inଖେଳ

‘ଖେଳାଳିଙ୍କ ଜୀବନ ପ୍ରତି ବିପଦ ଥିଲା’

ଅକ୍‌ଲାଣ୍ଡ,୧୯।୯: ପାକିସ୍ତାନ ଗସ୍ତରୁ ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଓହରିବା ନିଷ୍ପତ୍ତିକୁ ସମର୍ଥନ କରିଛି ନ୍ୟୁଜିଲାଣ୍ଡ କ୍ରିକେଟ ଖେଳାଳିଙ୍କ ଆସୋସିଏଶନ୍‌ (ଏନ୍‌ଜେଡ୍‌ସିପିଏ)। ଦଳର ପ୍ରସ୍ଥାନ ପୂର୍ବରୁ କିଛି ଖେଳାଳିଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିଲା। କିନ୍ତୁ ଏହାକୁ ସେତେବେଳେ ଗୁରୁତ୍ୱ ଦିଆଯାଇ ନ ଥିବା ଏନ୍‌ଜେଡ୍‌ସିପିଏ କାର୍ଯ୍ୟକାରୀ ମୁଖ୍ୟ ହିଥ ମିଲ୍ସ କହିଛନ୍ତି।

“ଗସ୍ତ ଆରମ୍ଭ ହେବାର କିଛି ସପ୍ତାହ ପୂର୍ବରୁ ଦୁଇ ତିନି ଜଣ ଖେଳାଳିଙ୍କୁ ଧମକ ଆସିଥିଲା। ଏହା ଥିଲା ଆମ ପାଇଁ ଏକ ଅସାଧାରଣ ଘଟଣା। କିନ୍ତୁ ସୋସିଆଲ ମିଡିଆରେ ଧମକ ଦିଆଯାଇଥିଲା, ଯାହାକୁ ଆମ ସୁରକ୍ଷା ବିଶେଷଜ୍ଞ ଯାଞ୍ଚ କରିବା ପରେ ଗୁରୁତର ସମସ୍ୟା ନ ଥିବା କହିଥିଲେ। କିନ୍ତୁ ହଠାତ୍‌ ସବୁ କିଛି ବଦଳି ଗଲା। ଦେଶ ଛାଡ଼ି ଚାଲିଯିବାର ନିଷ୍ପତ୍ତି ପାକିସ୍ତାନର କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଛି, ଆମେ ବୁଝୁଛୁ। ମାତ୍ର ଖେଳାଳିଙ୍କ ସୁରକ୍ଷା ସବୁଠୁ ଆଗରେ। ନ୍ୟୁଜିଲାଣ୍ଡ କ୍ରିକେଟର ନିଷ୍ପତ୍ତିକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ” ବୋଲି ମିଲ୍ସ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ର କିଛି ସମୟ ପୂର୍ବରୁ ପୂରା ଗସ୍ତ ବାତିଲ କରିବା ପରେ ୩୪ ଜଣିଆ ନ୍ୟୁଜିଲାଣ୍ଡ ଦଳ ରବିବାର ଦୁଇବାରେ ପହଞ୍ଚିଛି। ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲାଣ୍ଡ, ୟୁକେ ଓ ଆମେରିକାର ମିଳିତ ଇଣ୍ଟେଲିଜେନ୍ସ ଫାଇଭ୍‌ ଆଇ ନ୍ୟୁଜିଲାଣ୍ଡର ସରକାରଙ୍କୁ ସୁରକ୍ଷା ସମ୍ପର୍କୀତ ତଥ୍ୟ ପ୍ରଦାନ କରିଥିଲା, ଯାହାକୁ ନ୍ୟୁଜିଲାଣ୍ଡ କ୍ରିକେଟ ସହ ଶେୟାର କରାଯାଇଥିଲା। ଫଳ ସ୍ବରୂପ ବାତିଲ ହୋଇଥିଲା ନ୍ୟୁଜିଲାଣ୍ଡ ଦଳର ପାକିସ୍ତାନ ଗସ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

ନୂଆବର୍ଷ ଆରମ୍ଭରୁ ଆମେରିକାକୁ ବଡ଼ ଝଟକା ଦେଲା ଏହି ୨ ଦେଶ, ଟ୍ରମ୍ପଙ୍କ ନିଦ ହଜିଲା…

ଓ୍ବାଶିଂଟନ୍‌,୧।୧: ନୂତନ ବର୍ଷର ପ୍ରଥମ ଦିନରେ ଆମେରିକା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଦୁଇଟି ଦେଶ ଆମେରିକୀୟ ନାଗରିକଙ୍କୁ...

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri