ବେକରେ ବେଲ୍ଟ ବାନ୍ଧି ଝୁଲି ପଡ଼ିଲେ ପ୍ରେମୀ ଯୁଗଳ

ମାଲକାନଗିରି,୨୧।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗୋମ୍ଫାକୋଣ୍ଡା ପଞ୍ଚାୟତର କନାଗୁଡା କେନାଲ ନିକଟ ଜଙ୍ଗଲ ଭିତରୁ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଉଭୟ ବେଲ୍ଟ ସାହାଯ୍ୟରେ ଗଛରେ ଝୁଲୁଥିବା ଅବସ୍ଥାରେ ସ୍ଥାନୀୟଲୋକ ଦେଖିଥିଲେ । ମୃତଦେହଠାରୁ କିଛି ଦୂରରେ ଓଡି୩୦ଡି୬୪୪୩ ନଂ. ବିଶିଷ୍ଟ ଗୋଟିଏ ବାଇକ ପଡିଥିଲା ।
ମୃତକ ଦୁହେଁ ପ୍ରେମୀ ଯୁଗଳ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଉଭୟ ପୁଅ ଝିଅଙ୍କ ବୟସ ୨୦ରୁ ୨୫ବର୍ଷ ମଧ୍ୟରେ ହେବ । ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପରିଚୟ ମିଳିପାରିନାହିଁ । ସେମାନେ ଆତ୍ମହତ୍ୟା କରିଛନ୍ତି ନା’ ସେମାନଙ୍କୁ ହତ୍ୟା କରାଯାଇଛି ତାହା ସଠିକ ଭାବେ ଜଣାପଡିନାହିଁ । କାଲିମେଳା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।