Posted inଜାତୀୟ

ଘର ଉତ୍ତରପ୍ରଦେଶ, ଦିଲ୍ଲୀରୁ ଅପହରଣ, ମଧ୍ୟପ୍ରଦେଶରେ ହତ୍ୟା, ଅନ୍ୟ ରାଜ୍ୟରେ ଫୋପାଡ଼ି ଦେଲେ ପ୍ରେମୀ ଯୁଗଳଙ୍କ ମୃତଦେହ

ନୂଆଦିଲ୍ଲୀ,୧୭।୯: ଉତ୍ତରପ୍ରଦେଶରୁ ପଳାଇ ଆସିଥିବା ପ୍ରେମୀ ଯୁଗଳଙ୍କୁ ପ୍ରଥମେ ଦିଲ୍ଲୀରୁ ଅପହରଣ କରାଯାଇଥିଲା। ସେମାନଙ୍କୁ ମଧ୍ୟପ୍ରଦେଶରେ ହତ୍ୟା କରିବା ପରେ
ତାଙ୍କ ମୃତଦେହକୁ ଫୋପାଡ଼ି ଦିଆଯାଇଥିଲା ଅନ୍ୟ ରାଜ୍ୟରେ।

ଯୁବକଙ୍କ ମୃତଦେହ ମଧ୍ୟପ୍ରଦେଶରୁ ମିଳିଥିବା ବେଳେ ରାଜସ୍ଥାନରୁ ଯୁବତୀଙ୍କ ମୃତଦେହ ମିଳିଥିବା ୟୁପି ପୋଲିସ ଅଧିକାରୀ କହିଛନ୍ତି। ଯୁବତୀ ଜଣଙ୍କ ନାବାଳିକା ଥିଲେ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଉଭୟ ମୃତକଙ୍କ ଘର ଉତ୍ତରପ୍ରଦେଶରେ। ଦୁହେଁ ପରସ୍ପରକୁ ବିବାହ କରିବା ପାଇଁ ପରିବାରବର୍ଗଙ୍କୁ ବୁଝାଇବାରେ ବିଫଳ ହେବା ପରେ ଗତ ଜୁଲାଇ ୩୧ ତାରିଖରେ ଘର ଛାଡ଼ି ପଳାଇଥିଲେ। ଉଭୟଙ୍କ ପରିବାର ଲୋକେ ସେମାନଙ୍କୁ ଦିଲ୍ଲୀରେ ଠାବ କରିବା ପରେ ଅପହରଣ କରି ଏକ ଜିପରେ ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳକୁ ନେଇଯାଇଥିଲେ। ସେଠାରୁ ସେମାନଙ୍କୁ ନେଇ ଯାଇଥିଲେ ଗ୍ବାଲିଅର। ବାଟରେ ଅଭିଯୁକ୍ତମାନେ ସେମାନଙ୍କୁ ହତ୍ୟା କରିଥିଲେ।

ଉଭୟଙ୍କୁ ହତ୍ୟା କରିବା ପରେ ମଧ୍ୟ ସେମାନଙ୍କ ରାଗ ଶାନ୍ତ ହୋଇ ନ ଥିଲେ। ଯୁବକଙ୍କୁ ହତ୍ୟା କରିବା ପରେ ଛୁରୀ ଭୁଷି ତାଙ୍କ ଯୌନାଙ୍ଗ ନଷ୍ଟ କରି ଦେଇଥିଲେ। ପରେ ଯୁବତୀଙ୍କୁ ତଣ୍ଟି ଚିପି ହତ୍ୟା କରିବା କରାଯାଇଥିଲା। ତାଙ୍କ ମୃତଦେହକୁ ଫିଙ୍ଗି ଦେଇଥିଲେ ରାଜସ୍ଥାନର ଢ଼ୋଲପୁର ଅଞ୍ଚଳରେ।

ରାଜସ୍ଥାନ ପୋଲିସକୁ ପ୍ରଥମେ ମିଳିଥିଲା ଯୁବତୀଙ୍କ ମୃତଦେହ। ତାଙ୍କ ପରିଚୟ ପ୍ରଘଟ କରିଥିଲେ ଉତ୍ତରପ୍ରଦେଶର ଫିରୋଜାବାଦ ଜିଲାର ଜାହାଙ୍ଗିରପୁର ଅଞ୍ଚଳର ଜଣେ ବାସିନ୍ଦା। ସେ ତାଙ୍କ ପଡ଼ୋଶୀଙ୍କ ସହ ଘର ଛାଡ଼ି ପଳାଇଥିବା ପୋଲିସ ଜାଣିବାକୁ ପାଇଥିଲା। ତା’ ପରେ ରାଜସ୍ଥାନ ପୋଲିସ ଯୋଗାଯୋଗ କରିଥିଲା ଫିରାଜାବାଦ୍‌ ଥାନାକୁ, ଯେଉଁଠାରେ ଯୁବକଙ୍କ ନିଖୋଜ ଅଭିଯୋଗ କରିଥିଲେ ତାଙ୍କ ବାପା। ଅଗଷ୍ଟ ୫ ତାରିଖରେ ମିଳିଥିଲା ଯୁବକଙ୍କ ମୃତଦେହ। ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଫୋନ ଲୋକେଶନ ଯାଞ୍ଚ କରିବା ପରେ ଯୁବତୀଙ୍କ ପରିବାର ବର୍ଗ ଦିଲ୍ଲୀ, ଭିଣ୍ଡ, ଗ୍ବାଲିଅର ଓ ଢ଼ୋଲପୁର ଯାଇଥିବା ଜଣାପଡ଼ିଥିଲା। ପଚରାଉଚୁରା ବେଳେ ସେମାନେ ଡବଲ ମର୍ଡର କରିଥିବା ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri