Posted inଫୁରସତ

୬୦ ଲକ୍ଷ ମୃତଦେହ ପୋତାଯାଇଥିବା ‘କବରଖାନା’ ରେ ବିବାହ କଲେ ଏହି ଯୋଡ଼ି, ନାଁ ଶୁଣି ଭୟରେ ଥରିଥିଲେ ଅତିଥି…

ଦିନଥିଲା ଲୋକେ ଘରେ ବିବାହ ଉତ୍ସବର ଆୟୋଜନ କରୁଥିଲେ। ହେଲେ ଆଜିକାଲି ସମସ୍ତେ ମଣ୍ଡପ ନଚେତ ‘ଡେଷ୍ଟିନେଶନ ଓ୍ବେଡିଂ’ କରିବାକୁ ପସନ୍ଦ କରୁଛନ୍ତି। ହେଲେ କିଛି ଯୋଡ଼ି ରୋମାଞ୍ଚକର ଅନୁଭୂତି ଲାଗି ଏଭଳି ସ୍ଥାନକୁ ବାଛି ନିଅନ୍ତି ଯାହାକୁ ଦେଖି ଭୟରେ ଅତିଥିଙ୍କ ଲୋମ ଟାଙ୍କୁରି ଉଠେ। ସେଭଳି ଏକ ଡେଷ୍ଟିନେଶନ ଓ୍ବେଡିଂ ଏବେ ଚର୍ଚ୍ଚାରେ।

ଆମେରିକାର ଏକ ଯୋଡ଼ି ନିଜ ବିବାହକୁ ସ୍ବତନ୍ତ୍ର କରିବାକୁ ଯାଇ ଏକ ଭୟଙ୍କର ସ୍ଥାନକୁ ବାଛିଥିଲେ। ସେଇଟି ଥିଲା ଏକ କବରଖାନା। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ହାଲୋଓ୍ବେନ୍‌ ଅବସରରେ ସେମାନେ ବିବାହ କରିଛନ୍ତି। ଲକ୍ଷ ଲକ୍ଷ ମୃତଦେହ ଗହଣରେ ତାଙ୍କ ବିବାହକୁ ଦେଖି ଲୋକେ ଚକିତ ହୋଇଛନ୍ତି।

ଉକ୍ତ ଦମ୍ପତ୍ତି କହିଛନ୍ତି, ରାତି ଖାଇବା ସାରିବା ପରେ ସେ ନିଜ ବନ୍ଧୁ, ବିବାହର ସାକ୍ଷୀ ଏବଂ ଜଣେ ପେସାଦାର ଟୁର୍‌ ଗାଇଡ୍‌ଙ୍କୁ ଧରି ଏକ ଗୁପ୍ତ ରାସ୍ତା ଦେଇ ଉକ୍ତ ଭୟଙ୍କର କବରଖାନାରେ ପହଞ୍ଚିଥିଲେ। ସେଠାରେ ସେମାନେ ଉକ୍ତ ହାଡ଼ ଏବଂ ମୁଣ୍ଡର ଗଦା ମଧ୍ୟରେ ବିବାହ ସହ ଫଟୋଶୁଟ୍‌ କରାଇଥିଲେ।

ଉକ୍ତ ଯୋଡ଼ି ବାଛିଥିବା ସ୍ଥାନଟି ଥିଲା ‘ଫ୍ରେଞ୍ଚ କାଟାକମ୍ବସ’। ପ୍ୟାରିସରେ ଥିବା ଏହି ସ୍ଥାନକୁ ‘କବରଖାନା’ କୁହାଯାଏ। କାରଣ ୬୦ ଲକ୍ଷ ଲୋକଙ୍କ ମୃତଦେହର ହାଡ଼ ଏବଂ ଖପୁରୀ ଏଠାରେ ରଖାଯାଇଛି। ମାଟି ଉପରୁ ୨୦ ମିଟର ଗଭୀରତାରେ ଏହି କବରଖାନା ନିର୍ମିତ ହୋଇଛି। ଏଠାରେ ହାଡ଼ ଏବଂ ଖପୁରୀକୁ ଏଭଳି ସଜାଯାଇ ରଖାଯାଇଛି ଯେ, ତାହା ଦୁଇ କିଲୋମିଟର ଲମ୍ବା କାନ୍ଥ ପାଲଟିଛି। ଏହା ଏତେ ଭୟଙ୍କର ଯେ ଲୋକେ ଏଠାକୁ ଯିବାକୁ ପସନ୍ଦ କରି ନ ଥାନ୍ତି। ଏମିତିରେ ଏହି ସ୍ଥାନରେ ସେମାନେ ବିବାହ କରି ସମସ୍ତଙ୍କୁ ଚମକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡିବା ପରେ ନୂଆ ଆନ୍ଦୋଳନ ଆରମ୍ଭ କଲେ ଆନ୍ନାମଲାଇ, ଆଖି ପିଛୁଳାକେ ଯୋଡି ହେଲେ ୧୫ ଲକ୍ଷରୁ ଅଧିକ ସଦସ୍ୟ

ନୂଆଦିଲ୍ଲୀ,୭।୬: ତାମିଲନାଡୁର ପୂର୍ବତନ ଭାଜପା ଅଧ୍ୟକ୍ଷ କେ. ଆନ୍ନାମଲାଇ ଦଳରୁ ଇସ୍ତଫା ଦେବାର କିଛି ଦିନ ପରେ ଏକ ନୂତନ ରାଜନୈତିକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି…

ଦୁର୍ନୀତି ପଦାରେ ପଡ଼ିବା ପରେ ତରବରିଆ ଭାବେ ଆରମ୍ଭ ହେଲା କାର୍ଯ୍ୟ, ମେଟାଲ ଉପରେ ପଡୁଛି…

ଥୁଆମୂଳ ରାମପୁର,୭ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡ଼ିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କମରାଘାଟ ଗ୍ରାମର ମନରେଗା ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ସମ୍ପର୍କରେ ‘ଧରିତ୍ରୀ’ରେ…

ସ୍ତ୍ରୀଙ୍କ ସହ ଝଗଡ଼ା ପରେ ଗୁଳି ମାରିଦେଲେ ସ୍ବାମୀ, ପୁଅ ହସ୍ତକ୍ଷେପ କରିବାରୁ ତାଙ୍କୁ ବି ଛାଡିଲେନି

ନୂଆଦିଲ୍ଲୀ,୭।୬: ଗୁରୁଗ୍ରାମର ଅଶୋକ ବିହାର କଲୋନୀରେ ଜଣେ ୫୦ବର୍ଷୀୟ ସୁରକ୍ଷା ଅଧିକାରୀ ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ହତ୍ୟା କରିଛନ୍ତି । ଘରୋଇ ବିବାଦ ପରେ, ଅଭିଯୁକ୍ତ…

ପୁରୁଷୋତ୍ତମପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ଅପରାଧୀ, ଗ୍ୟାଙ୍ଗକୁ ଠାବ କରିବା ଲାଗି ପୋଲିସ…

ପୁରୁଷୋତ୍ତମପୁର,୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଅପରାଧୀମାନେ ଦିନକୁ ଦିନ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଥିବାରୁ ପୋଲିସର ନିଦ ହଜିଯାଇଛି। ଏମାନଙ୍କୁ ଧରିବା ଲାଗି…

ଭାରତକୁ ବନ୍ଦ ହୋଇଯିବ କି LPG ଯୋଗାଣ? ହର୍ମୁଜରେ ଫସି ରହିଥିବା ଜାହାଜକୁ ନେଇ…

ନୂଆଦିଲ୍ଲୀ,୭।୬: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଫେବୃଆରୀ ୨୮, ୨୦୨୬ ରେ ଆରମ୍ଭ ହୋଇଥିଲା। ପ୍ରତିଶୋଧ ସ୍ବରୂପ, ଇରାନ ଷ୍ଟ୍ରେଟ ଅଫ ହର୍ମୁଜ ରାସ୍ତାକୁ…

ଟିମ ଇଣ୍ଡିଆରେ ଏଣ୍ଟ୍ରି ପରେ ବିଜ୍ଞାପନ ବଜାରରେ ଛାଇଗଲେ ସୂର୍ଯ୍ୟବଂଶୀ; କିନ୍ତୁ ବିରାଟ-ରୋହିତଙ୍କ ଭଳି କରିପାରିବେନି ସବୁ ବ୍ରାଣ୍ଡର ପ୍ରଚାର, ଜାଣନ୍ତୁ କାହିଁକ?

ନୂଆଦିଲ୍ଲୀ,୭।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସହିତ ଏସିଆନ ଗେମ୍ସ ପାଇଁ ମଧ୍ୟ ନିଜର ଟି-୨୦ ଦଳ ଘୋଷଣା କରିସାରିଛି।…

ସୁନ୍ଦରପୁର,ଗଙ୍ଗାପୁରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ: ଆଗାମୀ ପିଢ଼ି ପାଇଁ ସୃଷ୍ଟି କରିବ ଶିକ୍ଷାର ବାତାବରଣ

ଛତ୍ରପୁର, ୭।୬ (ଦିଲ୍ଲୀପ କୁମାର ସାମଲ): ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେଉଛି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଏକ ପ୍ରମୁଖ ସରକାରୀ…

ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri