Posted inଫୁରସତ

ଘରଚଟିଆ ସୁରକ୍ଷାରେ ଦମ୍ପତି

ସେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ବିଦୁତ୍‌ ବିଭାଗ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ବିରଳ ପ୍ରାଣୀଙ୍କ ସୁରକ୍ଷା ପାଇଁ ସ୍ବପ୍ନ ଦେଖନ୍ତି। ନିଜ ପକେଟ୍‌ ମନିରେ ଘରଚଟିଆଙ୍କ ପାଇଁ ତିଆରି କରନ୍ତି ପ୍ଲାଏଉଡ୍‌ର ଘର। ଏହି କାର୍ଯ୍ୟରେ ତାଙ୍କୁ ତାଙ୍କ ଧର୍ମପତ୍ନୀ ସହଯୋଗ କରନ୍ତି। ପ୍ରାୟ ୭ ବର୍ଷ ଧରି ଉଭୟେ ବିଭିନ୍ନ ଗାଁକୁ ଯାଇ ଘରଚଟିଆ ଉପକାରିତା ଓ ତା’ର ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ବୁଝାଇଥାନ୍ତି। ଦିନକୁ ଦିନ ଅନେକ ପ୍ରଜାତିର ବହୁ ବିରଳ ପକ୍ଷୀ ଲୋପ ପାଇଯାଉଛନ୍ତି। ଯାହା ବ୍ୟଥିତ କରିଛି ଯୁବ ଇଞ୍ଜିନିୟର ଆଦିତ୍ୟ ଦାଶଙ୍କୁ। ଆଦିତ୍ୟଙ୍କ ଘର ନୟାଗଡ଼ ଜିଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡ଼ିପଡ଼ା ଗାଁରେ। ସେ କୁହନ୍ତି, ‘ପ୍ରତିଦିନ ଖବର କାଗଜ ପୃଷ୍ଠା ଲେଉଟାଇଲା ବେଳେ ନଜରରେ ଆସେ ବିଭିନ୍ନ ପ୍ରଜାତିର ପକ୍ଷୀମାନଙ୍କ ବଂଶ କମିଯାଉଛି। ଯେମିତିକି ଘରଚଟିଆ। ଦିନେ ଗାଁଦାଣ୍ଡରେ ଏମାନେ ଡେଇଁ ଡେଇଁ ଦାନା ଅଣ୍ଡାଳୁଥିବାର ଦୃଶ୍ୟ ଏବେ ବିରଳ। ଏଥିଯୋଗୁ ଘରଚଟିଆ ସୁରକ୍ଷା ପାଇଁ ଆଗେଇ ଆସିଥିଲି। ପ୍ରଥମେ ଏମାନଙ୍କ ସୁରକ୍ଷା ପାଇଁ କେତୋଟି ଛୋଟଛୋଟ ମାଠିଆ ଓ କାର୍ଟୋନକୁ ସଂଗ୍ରହ କରିଥିଲି। ତା’ ପରେ ନାଗମୁଣ୍ଡଳୀ ଗ୍ରାମରେ ଏହି ମାଠିଆ ଏବଂ କାର୍ଟୋନଗୁଡ଼ିକୁ ଲଗାଇଥିଲି। ଏଥିରେ ଘରଚଟିଆ ବସାକରି ରହିବା ଅଭ୍ୟାସ କରିଥିଲେ। କିଛିଦିନ ପରେ ଦେଖିଲି ଏଥିରେ ଘରଚଟିଆ ବସା ବାନ୍ଧି ରହୁଛନ୍ତି। ଏହା ଦେଖି ବହୁତ ଖୁସିଲାଗିଲା। ପରୀକ୍ଷାମୂଳକ ଭାବେ କେତେଜଣଙ୍କ ଘରେ ପ୍ଲାଏଉଡରେ ଘରଚଟିଆ ବସା ତିଆରି କରି ବାନ୍ଧିଥିଲୁ। ଏଥିରେ ଘରଚଟିଆ ବସାକରି ରହିବା ଅଭ୍ୟାସ କରିଥିଲେ। ମୋ ସହିତ ମୋ ପତ୍ନୀ ସଂଘମିତ୍ରା ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ପକ୍ଷୀ ସୁରକ୍ଷା ବିଷୟରେ ବୁଝାଉଥିଲେ। ୨୦୧୭ ମସିହାରୁ ଏହି ଘରଚଟିଆ ସୁରକ୍ଷା ଅଭିଯାନ ଚାଲୁରଖିଛୁ। ଘରଚଟିଆଙ୍କ ପାଇଁ ପ୍ଲାଏଉଡ୍‌ରେ ପ୍ରାୟ ଶତାଧିକ ବାକ୍ସ ତିଆରି କରି ନିକଟସ୍ଥ କୁଟୁଣୀ, ତଲାରିବନ୍ଧ, ଗୋଡ଼ିପଡ଼ା, ମୁକ୍ତାପୁର, ଢେଙ୍କେଣୀ ଆଦି ଗାଁରେ ଲଗାଇ ଘରଚଟିଆ ସୁରକ୍ଷା ଅଭିଯାନକୁ ଚାଲୁରଖିଛୁ। ଏଯାଏ ଓଡ଼ଗାଁ ବ୍ଲକ ଓ ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ଗାଁରେ ପ୍ରାୟ ଶହେଟି ପ୍ଲାଏଉଡ୍‌ର ତିଆରି ଘରଚଟିଆ ଘରେ ଏହି ପକ୍ଷୀମାନେ ଅଣ୍ଡାଦେଇ ଛୁଆଫୁଟାଇ ବଂଶ ବିସ୍ତାର କରିସାରିଲେଣି। ମା’ ଘରଚଟିଆ ଯେତେବେଳେ ତା’ ବସାରେ ଛୁଆକୁ ଚଞ୍ଚୁରେ କିଛି ଖାଦ୍ୟ ଖୁଆଇଥାଏ। ଏହି ଦୃଶ୍ୟ ଦେଖିଲେ ମୋତେ ଆତ୍ମସନ୍ତୋଷ ମିଳିଥାଏ। ଘରଚଟିଆ ସୁରକ୍ଷା ଅଭିଯାନ ପାଇଁ ସେମାନଙ୍କ ଘର କରି ସଫଳତା ପାଇଲୁ। ସଂଘମିତ୍ରା କୁହନ୍ତି, ‘ଘରଚଟିଆଙ୍କୁ ଦେଖିଲେ ଖୁସି ଲାଗେ। ସେମାନେ ଆମ ପରିବାର ସଦସ୍ୟଙ୍କ ପରି । ଏମାନେ ଶସ୍ୟକ୍ଷେତ୍ରରୁ ପୋକ, କୀଟ, ଲେଡ଼ିପୋକ, ଉଇ ଆଦି ଅଦରକାରୀ କୀଟକୁ ଖାଇଥାନ୍ତି। ଏହି ପକ୍ଷୀ ଦେଖିବାକୁ ଯେତିକି ସୁନ୍ଦର ଏମାନଙ୍କ ବସା ମଧ୍ୟ ସେତିକି ସୁନ୍ଦର। ଏମାନଙ୍କ ସୁରକ୍ଷା ଲାଗି ଆଇବିସିଏନ୍‌ ତରଫରୁ ଗାଁଗଣ୍ଡାରେ ତାଳ ଓ ଖଜୁରି ଗଛର ସୁରକ୍ଷା ଲାଗି ଜନ ସଚେତନତା କରିଆସୁଛୁ। ନାସିକର ଘରଚଟିଆ ସୁରକ୍ଷାକର୍ମୀ ମହମ୍ମଦ ଦିଲ୍‌ଓ୍ବାର ହେଉଛନ୍ତି ଆମ ପ୍ରେରଣା। ସେହିପରି ବଳକା ସମୟରେ ବୃକ୍ଷରୋପଣ ବି କରିଥାଏ। ବିଭିନ୍ନ ବୃକ୍ଷଲତା ଓ ଜୀବଜନ୍ତୁଙ୍କର କିପରି ସୁରକ୍ଷା ହୋଇପାରିବ ସେଥିପାଇଁ ବିଭିନ୍ନ ଗାଁରେ ଜନସଚେତନତା କାର୍ଯ୍ୟ କରିଥାଏ। ଯେଉଁମାନେ ଏହି କାର୍ଯ୍ୟରେ ମୋତେ ସହଯୋଗ କରନ୍ତି ସେମାନଙ୍କୁ ସମ୍ମାନିତ କରିଥାଏ।
ସ୍କୁଲ କଲେଜ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପରିବେଶବିତ୍‌ ସମସ୍ତେ ଏହି ଅଭିଯାନରେ ସାମିଲ ହେଉଛନ୍ତି। ଘରଚଟିଆ ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଥିବାରୁ ସବୁଜ ଶ୍ରୀ ସମ୍ମାନ, ପ୍ରକୃତିବନ୍ଧୁ, ଅବିଲୋକ ପରିବେଶ ସମ୍ମାନ, ନେଚର ଫର ଏଭର ସୋସାଇଟି ଆଦି ଅନେକ ସଂସ୍ଥାରୁ ପୁରସ୍କୃତ ହୋଇଛି। ଏଥିପାଇଁ ମୋର ନିଆରା ପରିଚୟ ସୃଷ୍ଟି ହୋଇପାରିଛି।

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତ୍ୟୋଦୟ ଆଧାରିତ ସାମାଜିକ ସୁରକ୍ଷା

ନ୍ତ୍ୟୋଦୟର ମୂଳ ଅର୍ଥ ହେଉଛି ସମାଜର ସବୁଠାରୁ ଶେଷଧାଡ଼ିରେ ଥିବା ନାଗରିକଙ୍କ ସାମଗ୍ରିକ ବିକାଶ। ଯେତେବେଳେ ସେହି ଶେଷ ମଣିଷଟି ମଧ୍ୟ ସମାନ ସୁଯୋଗ, ସମ୍ମାନ ଓ…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri