ଖାଜିପଲ୍ଲୀରେ ଦମ୍ପତିଙ୍କ ଆତ୍ମହତ୍ଯା: ଅନାଥ ହୋଇଗଲେ ଭାଇ ଭଉଣୀ

ପରୁଷୋତ୍ତମପୁର,୨୦ା୧୦( ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କେ.ଏନ.ପୁର ପଞ୍ଚାୟତର ଖାଜିପଲ୍ଲୀ ଗ୍ରାମରେ ରବିବାର ରାତ୍ରରେ ଦମ୍ପତି ଆତ୍ମହତ୍ଯା କରିଛନ୍ତି। ସେମାନେ ହେଲେ ସନ୍ତୋଷସାହୁ (୪୦) ଓ ତାଙ୍କ ପତ୍ନୀ ସସ୍ମିତା ସାହୁ (୩୩)। ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ଯା ଯୋଗୁ ତାଙ୍କର କୁନି-ପୁଅ ଝିଅ ଦୁଇଜଣ ବାପା ମାଆଙ୍କୁ ହରାଇ ଅନାଥ ହୋଇ ପଡିଛନ୍ତି।

ଘଟଣାରୁ ଜାଣିବାକୁ ମିଳିଛି ଯେ, ସେମାନଙ୍କର ରହିଥିବା ଝିଅ ସୋନାଲି (୧୨) ଓ ପୁଅ ଶୁଭମ(୮) ସଂଧ୍ଯାରେ ଜେଜେବାପା ରହୁଥିବା ଅନ୍ଯ ଏକ ଘରକୁ ଚାଲିଯାଇ ରାତ୍ରରେ ନିଜ ନିଜଘରକୁ ଫେରିଥିଲେ। ମାତ୍ର ଘରର କବାଟ ବନ୍ଦ ରହିଥିବାରୁ ସେମାନେ ବାପା,ମାଆଙ୍କୁ ବହୁସମୟ ପର୍ଯ୍ଯନ୍ତ କବାଟପିଟି ଡାକିଥିଲେ ମଧ୍ଯ କେହି କବାଟ ଖୋଲିନଥିଲେ। ଫଳରେ ଉଭୟ ଭାଇ ଭଉଣି ବାହାରେ ଠିଆହୋଇ କାନ୍ଦିବାରେ ଲାଗିଥିବା ବେଳେ ସାହି ପଡିଶା ଲୋକେ ଏହାଦେଖି ଯାଇ କବାଟ ପିଟିଡାକିଥିବାବେଳେ ମଧ୍ଯ କବାଟ ନଖୋଲିବାରୁ ଅନ୍ଯଘରେ ରହୁଥିବା ତାଙ୍କ ଭାଇ,ବାପା ଓ ମହିଳାଙ୍କ ବାପଘରକୁ ଖବର ଦେଇଥିଲେ।

ସମସ୍ତେ ଆଶି ଘର କବାଟଭାଙ୍ଗି ଦେଖିବା ବେଳେ ସ୍ବାମୀ ସନ୍ତୋଷ ନିଜର ପିନ୍ଧା ଲୁଙ୍ଗିରେ ଘରେ ଏକ କାଠରେ ରସିରେ ଫାସି ଲଗାଇ ଝୁଲୁଥିବା ବେଳେ ସ୍ତ୍ରୀ ସସ୍ମିତା ଖଟଉପରେ ପଡିଥିବାର ଦେଖାଦେଇଥିଲା। ଏହାକୁ ନେଇ ଲୋକେ ପୋଲିସକୁ ଖବର ଦେଇଥିଲେ। ପୁରୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ ଓ ଥାନା ଏସଆଇ ଶୁଶାନ୍ତ କୁମାର ମିଶ୍ର ଘଟଣାସ୍ତଳକୁ ଯାଇ ଦେଖିବା ସହ ଉଭୟଙ୍କ ମ୍ତୁତଦେହକୁ ଜବତ କରିଛନ୍ତି।

ସୋମବାର ଏହାର ବ୍ଯବଛେଦ କରାଯିବ ଓ କେଙକାରଣରୁ ଦମ୍ପତି ଏଭଳି ଆତ୍ମହତ୍ଯାକଲେ ସେଥିନେଇ ଘଟଣାର ତଦନ୍ତ ଚାଲିଥିବା ନେଇ ଏସଆଇ ମିଶ୍ର କହିଛନ୍ତି। ଉଭୟ ବାପା ମାଆଙ୍କ ମୃତ୍ୟୁ ପରେ ଛୋଟଛୋଟ ପିଲା ଦୁଇଟି ଅନାଥ ହୋଇ ପଡିଛନ୍ତି। ଏଣୁ ଏଥିପ୍ରତି ସରକାର ଓ ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବାଲାଗି ଗ୍ରାମବାସୀ ଦାବୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri