Posted inଜାତୀୟ

ଗେମିଂ ଆପ୍‌ରେ ୫ ଲକ୍ଷ ହରାଇ ଦମ୍ପତିଙ୍କ ଆତ୍ମହତ୍ୟା

କୋଟା, ୩।୬ (ପି.ଟି.): ଏକ ଅନ୍‌ଲାଇନ ଗେମିଂ ଆପ୍‌ରେ ୫ ଲକ୍ଷ ଟଙ୍କା ହରାଇବା ପରେ ରାଜସ୍ଥାନର କୋଟା ଜିଲାରେ ଏକ ଦମ୍ପତି ହତାଶ ହୋଇ ରବିବାର ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଛନ୍ତି। କୋଟାର ଖେଡ଼ା ରାମପୁର ଗ୍ରାମସ୍ଥିତ ନିଜ ଘରେ ଦୀପକ ରାଠୋଡ଼ ଓରଫ୍‌ ଭିକି (୩୦) ଏବଂ ତାଙ୍କ ସ୍ତ୍ରୀ ରାଜେଶ ରାଠୋଡ଼ ଓରଫ କ୍ରୀଷ୍ଣା (୨୭) ରଶିରେ ଝୁଲି ଆତ୍ମହତ୍ୟା କରିଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଏହି ଦମ୍ପତି ରବିବାର ରାତିରେ ସ୍ଥାନୀୟ ବଜାରରୁ ନାଇଲନ ଦଉଡ଼ି କିଣିଥିଲେ। ରାତ୍ରି ଭୋଜନ ପରେ ସେମାନେ ରଶିରେ ଝୁଲି ଆତ୍ମହତ୍ୟା କରିଥିଲେ। ସୋମବାର ସକାଳେ ଦୀପକଙ୍କ ପରିବାର ଲୋକେ ତାଙ୍କ ରୁମ୍‌ର କବାଟ ବାଡ଼େଇବାରୁ ତାଙ୍କ ୫ ବର୍ଷର ଝିଅ କବାଟ ଖୋଲିଥିଲେ। ଏହାପରେ ପରିବାର ଲୋକେ ଉଭୟ ଦୀପକ ଓ ତାଙ୍କ ସ୍ତ୍ରୀଙ୍କୁ ରଶିରେ ଝୁଲୁଥିବାର ଦେଖି ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ୍‌ ହସ୍ତଗତ ହୋଇ ନ ଥିବା ପୋଲିସ କହିଛି। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଦୀପକ ପ୍ରାୟତଃ ତାଙ୍କ ମୋବାଇଲ ଫୋନ୍‌ରେ ଅନ୍‌ଲାଇନ ଗେମ ଖେଳି ଟଙ୍କା ଲଗାଉଥିଲେ। ସେ ନିକଟରେ ଏକ ଅନ୍‌ଲାଇନ ଗେମିଂ ଆପ୍‌ରେ ୫ ଲକ୍ଷ ଟଙ୍କା ହରାଇଥିଲେ। ତେଣୁ ଗତ କିଛିଦିନ ହେବ ସେ ସର୍ବଦା ଉଦାସ ରହୁଥିଲେ। ଦିନକ ତଳେ ଦୀପକ ନିଜ ଦେଢ଼ଶାଶୁଙ୍କ ସହ କଥା ହୋଇ ଅନ୍‌ଲାଇନ୍‌ ଗେମିଂ ଆପ୍‌ରେ ଟଙ୍କା ହରାଇଥିବାରୁ ଏବେ ତାଙ୍କ ଉପରେ ୪ରୁ ୫ ଲକ୍ଷ ଟଙ୍କାର ଋଣ ରହିଥିବା କହିଥିଲେ। ତେଣୁ ଆତ୍ମହତ୍ୟା ବ୍ୟତୀତ ତାଙ୍କ ନିକଟରେ ଅନ୍ୟ କୌଣସି ଉପାୟ ନାହିଁ ବୋଲି ଦୀପକ କହିଥିଲେ। ଦୀପକ ଏବଂ କ୍ରୀଷ୍ଣାଙ୍କ ବିବାହ ୬ ବର୍ଷ ତଳେ ହୋଇଥିବା ପରିବାର ଲୋକେ କହିଛନ୍ତି। ବ୍ୟବଚ୍ଛେଦ ପରେ ଉଭୟଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି କୋଟା ଡିଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri