ଡାକ୍ତରଖାନାରେ ପ୍ରସବ ପରେ ଛୁଆ ଚୋରି ଅଭିଯୋଗ ଆଣି ଦମ୍ପତି ଥାନାର ଦ୍ୱାରସ୍ଥ

ଉମରକୋଟ, ୧୬।୯(ସନ୍ତୋଷ ଶତପଥୀ): ସୋନଗ୍ରାଫିରେ ଯାଆଁଳା ଛୁଆ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ଡାକ୍ତରଖାନାରେ ପ୍ରସବ ପରେ ଗୋଟିଏ ଛୁଆ ଦିଆଗଲା। ଡାକ୍ତରଖାନାରୁ ଛୁଆ ଚୋରି କିମ୍ବା ପିଲାକୁ ବିକ୍ରି କରାଯାଇଥିବା ନେଇ ସୋମବାର ଉମରକୋଟ ଥାନାରେ ନବରଙ୍ଗପୁର ଜିଲା ରାଇଘର ବ୍ଲକ କୋଷକୋଙ୍ଗା ପଞ୍ଚାୟତ ଆଦିପାରା ଗ୍ରାମର ରାକେଶ ଗଣ୍ଡ ଓ ତାଙ୍କ ସ୍ତ୍ରୀ କୁନ୍ତୀ ଅଭିଯୋଗ କରିଛନ୍ତି। ଏବେଯାଏ ପୋଲିସ ପକ୍ଷରୁ କୌଣସି ମାମଲା ରୁଜୁ କରାଯାଇନାହିଁ।
କୁନ୍ତୀ ଗର୍ଭବତୀ ହେବାପରେ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସାଗରିକା ସ୍ବାଇଁଙ୍କ ନିକଟରେ ଚିକିତ୍ସିତ ହେଉଥିଲେ। ୫ ଜୁନ୍‌ ୨୦୨୫ରେ ହୋଇଥିବା ସୋନଗ୍ରାଫିରେ କୁନ୍ତୀଙ୍କ ଗର୍ଭରେ ଯାଆଁଳା ଛୁଆ ଥିବା ଜଣାପଡ଼ିଥିଲା। ଏହାପରେ ଚିକିତ୍ସାଳୟ ପକ୍ଷରୁ କୁନ୍ତୀଙ୍କୁ ରେଡ୍‌କାର୍ଡ ସହ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। ଚଳିତମାସ ୩ ତାରିଖରେ ଗର୍ଭ ଯନ୍ତ୍ରଣା ହେବାରୁ କୁନ୍ତୀଙ୍କୁ ହାଟଭରଣ୍ଡୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ରେଡ୍‌କାର୍ଡ ଓ ଯାଆଁଳା ଛୁଆ ଥିବା ଯୋଗୁ ତାଙ୍କୁ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ସେଠାରେ କୁନ୍ତୀଙ୍କ ପ୍ରସବ କରାଯାଇଥିଲା। ପ୍ରସବ କରାଇଥିବା ଡାକ୍ତର ଏବଂ ମେଡିକାଲ କର୍ତ୍ତୃପକ୍ଷ କୁନ୍ତୀଙ୍କର ଗୋଟିଏ ସନ୍ତାନ ହୋଇଥିବା ସୂଚନା ଦେଇଥିଲେ। ପରିବାର ଲୋକ ଏହା ଶୁଣିବା ପରେ ଆଉ ଏକ ଛୁଆ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିବା ସହ ହୋହଲ୍ଲା କରିଥିଲେ। କିନ୍ତୁ ମେଡିକାଲ କର୍ତ୍ତୃପକ୍ଷ କୁନ୍ତୀ ଓ ତାଙ୍କ ପରିବାରକୁ ବୁଝାଇବା ସହ ଗୋଟିଏ ଛୁଆ ଦେଇ ଘରକୁ ପଠାଇ ଦେଇଥିଲେ। ସୋନଗ୍ରାଫି ରିପୋର୍ଟରେ ଦୁଇଟି ଛୁଆ ଥିବାବେଳେ ପ୍ରସବ ସମୟରେ କିପରି ଗୋଟିଏ ଛୁଆ ଜନ୍ମ ହେଲା, ଅନ୍ୟ ଛୁଆକୁ ଚିକିତ୍ସାଳୟ କର୍ତ୍ତୃପକ୍ଷ ଚୋରି କରି ନେଇଛନ୍ତି କିମ୍ବା କାହାକୁ ବିକ୍ରି କରିଦେଇଛନ୍ତି ବୋଲି ସନ୍ଦେହ କରିଥିଲେ। ସୋମବାର ଏ ନେଇ ସେମାନେ ଉମରକୋଟ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri