Categories: ଫୁରସତ

ଏମିତି ଦେଶ, ଯେଉଁଠି ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି ଲୋକେ

ଆଜିକାଲିର ଅସ୍ବାସ୍ଥ୍ୟକର ଖାଦ୍ୟପେୟ, ଜୀବନଶୈଳୀ, ପ୍ରଦୂଷଣ ଏବଂ ଅନେକ ରୋଗ ଲୋକଙ୍କୁ ଦୀର୍ଘଦିନ ବଞ୍ଚିବାକୁ ଅସମର୍ଥ କରୁଛି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ, ଏପରି ଏକ ଦେଶ ଅଛି ଯେଉଁଠାରେ ଲୋକମାନେ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି ଏବଂ ଏହା ସେମାନଙ୍କ ପାଇଁ ଏକ ସାଧାରଣ କଥା।

ହଁ ସେହି ଦେଶ ହେଉଛି ଜାପାନ। ଜାପାନରେ ୧୦୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନେ ମଧ୍ୟ ଅଛନ୍ତି, ଯିଏ ମେ’ ମାସରେ ୧୦୦ ବର୍ଷ ହୋଇଛି। ଏହା ବ୍ୟତୀତ ଜାତୀୟ ଜନସଂଖ୍ୟା ଏବଂ ସାମାଜିକ ସୁରକ୍ଷା ଗବେଷଣା ସଂସ୍ଥାନ ଅନୁଯାୟୀ, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଜାପାନରେ ୧୦୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ୧୦୦୦୦୦ ଅତିକ୍ରମ କରିବ।

Dharitri – Odisha’s No.1 Odia Daily

Share