ବଢୁଛି ନକଲି ପ୍ରଭାବ, ରୋଗୀ ହୀନସ୍ତା

ରାଉରକେଲା ଅଫିସ,୨୯।୪: ରାଉରକେଲା ସହରରେ ନକଲି ଡାକ୍ତରଙ୍କ ପ୍ରଭାବ ବଢୁଥିବା ଅଭିଯୋଗ ହେଉଛି। ଫଳରେ ଏଭଳି ଡାକ୍ତରଙ୍କ ପାଖରେ ରୋଗୀ ଚିକିତ୍ସିତ ହୋଇ ଭଲ ହେବା ବଦଳରେ ଗୁରୁତର ହେଉଛନ୍ତି। ଏମିତି ଏକ ଘଟଣା ଘଟିଛି ରାଉରକେଲା ସେକ୍ଟର-୧୬ରେ ରହୁଥିବା କିଶୋର ପଟ୍ଟନାୟକଙ୍କ ସ୍ତ୍ରୀ ସୁବର୍ଣ୍ଣମାଳାଙ୍କ କ୍ଷେତ୍ରରେ। ଘରୋଇ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହୋଇ ବର୍ତ୍ତମାନ ସେ ରକ୍ତ କର୍କଟ ରୋଗୀ। ତାଙ୍କର ଉଚ୍ଚତର ଚିକିତ୍ସା ପାଇଁ ପରିବାର ଲୋକଙ୍କ ପାଖରେ ସେଭଳି ସମ୍ବଳ ମଧ୍ୟ ନାହିଁ। ତେଣୁ ସହରରେ ଘରୋଇ ଭାବେ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରିବା ପାଇଁ ଜନସାଧାରଣରେ ଦାବି ହେଉଛି।
ରାଉରକେଲା ସହରର ଜନସଂଖ୍ୟା ୭ଲକ୍ଷ ଟପିବାକୁ ବସିଲାଣି। ଏହି ଜନସଂଖ୍ୟାର ୫୦ ଭାଗ ଲୋକ ଶ୍ରମିକ, କୁଲି, ଦିନମଜୁରିଆ ଶ୍ରେଣୀର। ଏମାନଙ୍କ ମଧ୍ୟରୁ କିଛି ସଚେତନ ଲୋକ ଆର୍‌ଜିଏଚ୍‌ ଏବଂ ଆଇଜିଏଚ୍‌ ଭଳି ସରକାରୀ ହସ୍ପିଟାଲକୁ ଯାଇ ଚିକିସତ୍ିତ ହୋଇ ଭଲ ହେଉଛନ୍ତି। ମାତ୍ର ଆଉ କିଛି ଗରିବ ଲୋକ ଅନଭିଜ୍ଞ ଘରୋଇ ଡାକ୍ତରଙ୍କ ହାବୁଡରେ ପଡି ଖର୍ଚ୍ଚାନ୍ତ ହେବା ସହ ମୃତ୍ୟୁମୁଖରେ ପଡୁଛନ୍ତି। ରାଜ୍ୟରେ ଯେଭଳି ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରାଯାଉଛି, ସେଭଳି ସ୍ବାସ୍ଥ୍ୟସେବା ଯୋଗାଉଥିବା ବିଭିନ୍ନ ଘରୋଇ କ୍ଲିନିକ୍‌ର ଡାକ୍ତରଙ୍କ ସାର୍ଟିଫିକେଟ ଯାଞ୍ଚ ହେବା ଦରକାର। ଫଳରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଲୋକେ ଠକାମୀରୁ ମୁକ୍ତ ହୋଇପାରିବେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଏ ପ୍ରସଙ୍ଗରେ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ କୁହନ୍ତି, ରାଉରକେଲା ସହରରେ ଥିବା ସମସ୍ତ ନର୍ସିଂ ହୋମ୍‌ ଏବଂ ପ୍ରାଇଭେଟ୍‌ କ୍ଲିନିକ୍‌ରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରମାଣପତ୍ର ଯାଞ୍ଚ ହେବା ଜରୁରୀ। ଆମ୍ବାଗାନ ମାର୍କେଟ, ୧୮ନମ୍ବର ମାର୍କେଟ, ୭ ନମ୍ବର ମାର୍କେଟ, ରାଉରକେଲା ମାର୍କେଟ, ଫର୍ଟିଲାଇଜର, ବଣ୍ଡାମୁଣ୍ଡାରେ ହେଲ୍‌ଥ କ୍ଲିନିକ ରହିଛି। ଏଠି ପ୍ରାୟତଃ ଅନଭିଜ୍ଞ ଡାକ୍ତର ରହିଛନ୍ତି। ରୋଗୀଙ୍କ ରୋଗ ଭଲ ହୋଇ ବଢିଯିବା ଏହାକୁ ପ୍ରମାଣ କରୁଛି। ଏଭଳି କ୍ଷେତ୍ରରେ ନିୟୋଜିତ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବା ସହ ସହର ମଧ୍ୟ ଅନଭିଜ୍ଞ ଡାକ୍ତର ମୁକ୍ତ ହୋଇପାରନ୍ତା ବୋଲି ବିଶ୍ୱାଳ ମତ ଦେଇଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସରୋଜ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଲେ, ବିନା ପ୍ରମାଣ ଆଧାରରେ ଏଭଳି ପଦକ୍ଷେପ ନିଆଯିବା ଉଚିତ୍‌ ନୁହେଁ। ନକଲି ପ୍ରମାଣପତ୍ରରେ ସ୍ବାସ୍ଥ୍ୟସେବା ତୁଲାଇବା ମଧ୍ୟ ଦଣ୍ଡନୀୟ ଅପରାଧ। ତଥାପି ଲୋକଙ୍କ ଅଭିଯୋଗ ଉପରେ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ। ଏ ସମ୍ପର୍କରେ ଆର୍‌ଜିଏଚ୍‌ ନିର୍ଦ୍ଦେଶକ ସନ୍ତୋଷ ସ୍ବାଇଁଙ୍କୁ ପଚାରିବାରୁ ଏହାକୁ ରୋକିବା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକା ବୋଲି ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri