ଅଧାରେ ରହିଲା କଟା ଗଛର ମୂଳ ଗଣତି

କେନ୍ଦୁଝର,୧୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ କାଳିକାପ୍ରସାଦ ବିଟ୍‌ ଅଧୀନସ୍ଥ କୃଷ୍ଣପୁର ସଂରକ୍ଷିତ ଜଙ୍ଗଲରେ ବେଆଇନ ଗଛ କଟା ଅଭିଯୋଗ ପରେ ବନ ବିଭାଗ ପକ୍ଷରୁ ହେଉଥିବା ମୂଳ ଗଣିତ ଅଧାରେ ଅଟକିଛି। ନିଜ ଦୋଷକୁ ଲୁଚାଇବାକୁ ବିଭାଗ ଗଣିତ ବନ୍ଦ କରିଛି। ଏଥିସହ ଡିଏଫ୍‌ଓଙ୍କ ଆଦେଶକୁ ଅବମାନନା କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସୂଚନା ଅନୁଯାୟୀ, କୃଷ୍ଣପୁର ସଂରକ୍ଷିତ ଜଙ୍ଗଲରୁ ୨୫୦୫ଟି ୟୁକାଲିପଟାସ ଗଛ କାଟିବାକୁ ଡିଏଫ୍‌ଓ ଅନୁମତି ଦେଇଥିଲେ। ତଦାରଖ ଅଭାବରୁ ଅନୁମତିଠାରୁ ଅଧିକ ଗଛ କଟାଯାଇଥିବା ନେଇ ସ୍ଥାନୀୟ ଲୋକ ଜିଲାପାଳ, ଡିଏଫ୍‌ଓ, ଚମ୍ପୁଆ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କୃଷ୍ଣପୁର ବନ ସୁରକ୍ଷା ସମିତି ଦ୍ୱାରା କଟାଯାଇଥିବା ଗଛର ମୂଳ ଗଣତି ପାଇଁ ଡିଏଫ୍‌ଓ ଧନ୍‌ରାଜ ଏଚ୍‌ଡି ଚିଠି ସଂଖ୍ୟା ୩୦୮୩, ୯ ଅକ୍ଟୋବର ୨୦୨୪ରେ ଆଦେଶ କରିଥିଲେ। ଗଣତି କାର୍ଯ୍ୟରେ ଟିମ୍‌ ଲିଡର ଭାବେ ଚମ୍ପୁଆ ବନପାଳ ସୁନିତା ବାଘେଲ, ବାଲିବନ୍ଧ ବନପାଳ ବୁଲୁ ନାହକ, ଯୋଡ଼ା ବନପାଳ ତ୍ରିନାଥ ଜେନା, ବାମେବାରୀ ବନପାଳ ରାଜେନ୍ଦ୍ର ଜେନା ଏବଂ ଉଖୁଣ୍ଡା ବନପାଳ ପ୍ରମୋଦ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତାଙ୍କ ଅଧୀନରେ ବନରକ୍ଷୀ ଏବଂ ସ୍କ୍ବାର୍ଡ କର୍ମଚାରୀ କାର୍ଯ୍ୟରେ ସହଯୋଗ କରିବାକୁ ଚିଠିରେ ଉଲ୍ଲେଖ ରହିଥିଲା। ଗଣତି ବେଳେ ଅନୁମତିଠାରୁ ଅଧିକ ଗଛ କଟାଯାଇଥିବା ଜଣାପଡ଼ିଥିଲା। ତେବେ ବେଆଇନ କାମ ଧରା ପଡ଼ିଯିବା ଭୟରେ ଅଧାରୁ ଗଣତି ବନ୍ଦ କରି ଦିଆଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ୧ ମାସ ପରେ ମଧ୍ୟ ସ୍ଥାନୀୟ ବନ ବିଭାଗ ଜାଣିଶୁଣି କଟା ଗଛର ମୂଳ ଗଣତି ଶେଷ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶଯୋଗ୍ୟ, ଅକ୍ଟୋବର ୨୯ରେ ବଡ଼ବିଲ ରେଞ୍ଜ ହାୟରପୁରଠାରେ ଥିବା ଏକ କମ୍ପାନୀ ରାସ୍ତା ପାଇଁ ୯ଟି ଗଛ ଏବଂ ୬ଟି ଗଛର ଡାଳ କାଟିଥିଲା। ବନ ବିଭାଗ ଉକ୍ତ କମ୍ପାନୀର ହାଇୱା ଗାଡ଼ି ଜବତ କରିବା ସହ ୩ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ମାତ୍ର ଚମ୍ପୁଆ ରେଞ୍ଜରେ ବେଆଇନ ଗଛ କଟା ମାମଲାରେ ବନ ବିଭାଗ ନିଜର ସୁରକ୍ଷା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। କ୍ଷୟକ୍ଷତି ଆକଳନ କରି ଦୋଷୀଙ୍କଠାରୁ ଭରଣା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅତିରିକ୍ତ ବନ ସଂରକ୍ଷକ ଅଶୋକ ଦାସ କହିଛନ୍ତି, ଗଣନା ସରିନି। ଅଧିକ ଗଛ କଡ଼ାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri