ଯୁକ୍ତ୨ ନାମଲେଖା ପୂର୍ବରୁ ହେବ କାଉନ୍‌ସେଲିଂ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ଯୁକ୍ତ୨ ନାମଲେଖା ପ୍ରକ୍ରିୟାରେ ପରିବର୍ତ୍ତନ ହେବ। ବୈଷୟିକ ଢାଞ୍ଚାରେ ନାମ ଲେଖାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା ଲାଗୁ କରାଯିବ। ଏଣିକି ଯୁକ୍ତ୨ ନାମଲେଖା ପୂର୍ବରୁ କାଉନ୍‌ସେଲିଂ କରିବାକୁ ଗଣଶିକ୍ଷା ବିଭାଗ ସ୍ଥିର କରିଛି। ଏହି କାଉନ୍‌ସେଲିଂ ଲାଗି ସ୍ବତନ୍ତ୍ର କମିଟି ଗଠନ କରାଯିବ। ଏଥିରେ ବିଭିନ୍ନ ଜିଲାର ସରକାରୀ କଲେଜର ବରିଷ୍ଠ ଅଧ୍ୟାପକ, ମନସ୍ତତ୍ତ୍ୱବିତ୍‌ ଓ କାଉନ୍‌ସେଲର ନିୟୋଜିତ ହେବେ। ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିବା ପରେ ପିଲାଙ୍କ କଟ୍‌ଅଫ୍‌ ମାର୍କକୁ ଦେଖି ରାଜ୍ୟର କେଉଁ କଲେଜରେ ପଢ଼ିବାକୁ ଆଶା ରଖିଛନ୍ତି ସେ ସମ୍ପର୍କରେ ଆଲୋଚନା କରାଯିବ। ଏହି କାଉନସେଲିଂ ଲାଗି ପ୍ରତିଷ୍ଠିତ ସଂସ୍ଥାକୁ ଦାୟିତ୍ୱ ଦିଆଯିବ।
ସେହିପରି ରାଜ୍ୟରେ ବିଭିନ୍ନ କଲେଜରେ ଜାଲ୍‌ ଦିବ୍ୟାଙ୍ଗ ସାର୍ଟିଫକେଟ୍‌ ମାଧ୍ୟମରେ ନାମଲେଖା ରୋକିବା ପାଇଁ ଅଣ୍ଟା ଭିଡ଼ିଛି ବିଭାଗ। ନାମଲେଖା ସମୟରେ ସବୁ କଲେଜରେ ଏକ ଯାଞ୍ଚ କମିଟି ଗଠନ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି। ଦିବ୍ୟାଙ୍ଗ ସାର୍ଟିଫିକେଟରେ ଆଧାର ନମ୍ବର ସଂଯୋଗ କରିବାକୁ ମଧ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ରଖାଯାଇଛି। ଏହାବ୍ୟତୀତ କେଉଁ ଛାତ୍ରୀଛାତ୍ରଙ୍କୁ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ପ୍ରଦାନ କରାଯାଉଛି, ତାହାର ସବିଶେଷ ତଥ୍ୟ ସରକାରଙ୍କ ପାଖରେ ରହିବ ବୋଲି ଜଣାପଡ଼ିଛି।
ବିଭାଗର ସୂଚନାନୁସାରେ, ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଯୁକ୍ତ୨ ନାମଲେଖା ପୂର୍ବରୁ କାଉନ୍‌ସେଲିଂ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ପୂର୍ବରୁ ଓଜେଇଇ, ମେଡିକାଲ ନାମଲେଖାରେ କାଉନ୍‌ସେଲିଂ ବ୍ୟବସ୍ଥା ଥିବାରୁ ପିଲାମାନେ ନିଜ ଭବିଷ୍ୟତ ପାଇଁ ଠିକ ନିଷ୍ପତ୍ତି ନେଇପାରୁଛନ୍ତି। ତେଣୁ ଏହି ବ୍ୟବସ୍ଥାକୁ ଯୁକ୍ତ୨ରେ ବ୍ୟବହାର କରାଗଲେ ପିଲାମାନେ ସେମାନଙ୍କ ଭବିଷ୍ୟତ ପାଠ୍ୟକ୍ରମ, କଲେଜ ଚୟନ ସହ ଶିକ୍ଷା ବ୍ୟବସ୍ଥାକୁ ସହଜରେ ବୁଝିପାରିବେ ବୋଲି ବିଭାଗ ଆଶା ରଖିଛି।
ଉଚ୍ଚଶିକ୍ଷା କ୍ଷେତ୍ରରେ ନାମଲେଖା ସମୟରେ ଅଭିଭାବକଙ୍କ ଭୁଲ୍‌ ନିଷ୍ପତ୍ତି ଏବଂ ପିଲାଙ୍କ ଆଶା ବିରୋଧରେ ନାମଲେଖା ଅନେକ ସମସ୍ୟା ସୃଷ୍ଟି କରିଥାଏ। ସେହିଭଳି ଗତ ୫ବର୍ଷ ହେବ ଅନ୍‌ଲାଇନ୍‌ ନାମଲେଖା ସମୟରେ ବିଭିନ୍ନ ସମସ୍ୟା ଲାଗି ପିଲାମାନେ ଭୁଲ୍‌ ଷ୍ଟ୍ରିମରେ ନାମ ଲେଖାଇଥାନ୍ତି। ଏଥିଲାଗି ପ୍ରାୟ ୧୫ ପ୍ରତିଶତ ପିଲାଙ୍କ ରେଜଲ୍ଟ ପ୍ରଭାବିତ ହୋଇଥାଏ। ତେଣୁ ନାମଲେଖା ପୂର୍ବରୁ କାଉନ୍‌ସେଲିଂ ମାଧ୍ୟମରେ ପିଲାଙ୍କୁ ପାଠ୍ୟକ୍ରମ ଓ ଶିକ୍ଷାନୁଷ୍ଠାନ ସମ୍ପର୍କରେ ଅବଗତ କରାଗଲେ ପିଲାମାନେ ଠିକ୍‌ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri