ସ୍କୁଲରେ ଛାତ୍ରୀଛାତ୍ରଙ୍କୁ କରାଯିବ କାଉନ୍‌ସେଲିଂ

ଭୁବନେଶ୍ୱର, ୩୧।୭(ଅସମାପିକା ସାହୁ): ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ବିଭିନ୍ନ ସମସ୍ୟା ଯୋଗୁ ରେଜଲ୍ଟ ଖରାପ ହୋଇଥାଏ। କିଏ ପାଠପଢ଼ା ଅଧାରୁ ଛାଡ଼ିଥାଏ ତ’ ଆଉ କିଏ ଖରାପ ଦିଗରେ ଯାଇଥାଏ। ଯେପରିକି ତମାଖୁ କିମ୍ବା ଅନ୍ୟକିଛି ନିଶାଦ୍ରବ୍ୟ ସେବନ କରିଥାନ୍ତି। ଛାତ୍ରୀଛାତ୍ରଙ୍କ ଏଭଳି ସମସ୍ୟା ଲାଗି କିଏ ଅଭିଭାବକଙ୍କ ଠିକ ପରାମର୍ଶ ନ ଥିବା କୁହେ ତ’ ଆଉ କିଏ ଖରାପ ପିଲାଙ୍କ ମେଳି ଦାୟୀ ବୋଲି କହିଥାନ୍ତି। ଅନ୍ୟପଟେ ସ୍କୁଲରେ ପିଲାଙ୍କୁ ମାଡ଼ ମାରିବା କିମ୍ବା ଆକଟ କରିବା ପ୍ରଥା ଉପରେ ଅଙ୍କୁଶ ଲାଗିଥିବାରୁ ଶିକ୍ଷକମାନେ ମଧ୍ୟ ପିଲାଙ୍କ ଆଚରଣକୁ ଅଣଦେଖା କରୁଛନ୍ତି। ଫଳରେ ଏପରି ସମସ୍ୟା ଲାଗି ପିଲାଙ୍କ ଭବିଷ୍ୟତ ନଷ୍ଟ ହେବା ସହ ରେଜଲ୍ଟ ମଧ୍ୟ ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ଅଷ୍ଟମ ଶ୍ରେଣୀରୁ କିପରି ଠିକ୍‌ ଭାବେ ଯତ୍ନ ନିଆଯିବ ଏବଂ ସେମାନଙ୍କ ମଧ୍ୟରେ ଥିବା ସମସ୍ୟାର ସମାଧାନ କରାଯାଇପାରିବ, ସେଥିଲାଗି ସରକାର ଛାତ୍ରୀଛାତ୍ରଙ୍କୁ କାଉନ୍‌ସେଲିଂ କରିବା ପାଇଁ ଯୋଜନା କରିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନାନୁସାରେ, ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ କାଉନ୍‌ସେଲିଂ କରାଯିବ। ପିଲାଙ୍କ ସମସ୍ୟାର ସମାଧାନ ସହ ସେମାନଙ୍କ ପାଠପଢ଼ା ଓ ବ୍ୟବହାର ଆଚରଣକୁ ମନସ୍ତତ୍ତ୍ୱବିତ୍‌ମାନେ ଯାଞ୍ଚ କରିବେ। ଏଥିପାଇଁ ସ୍କୁଲରେ ମନସ୍ତତ୍ତ୍ୱବିତ୍‌ ନିଯୁକ୍ତ ହେବେ। ଅନେକ ସ୍କୁଲରେ ଉଭୟ ଛାତ୍ରୀଛାତ୍ର ପଢ଼ୁଥିବାରୁ ଜଣେ ଲେଖାଏ ମହିଳା ଓ ପୁରୁଷ ମନସ୍ତତ୍ତ୍ୱବିତ୍‌ଙ୍କୁ ନିଯୁକ୍ତି ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଜଣେ ଲେଖାଏ ମନସ୍ତତ୍ତ୍ୱବିତ୍‌ ନିଯୁକ୍ତ ହେବେ। ବାଳିକା ବିଦ୍ୟାଳୟଗୁଡ଼ିକରେ କେବଳ ମହିଳା ମନସ୍ତତ୍ତ୍ୱବିତ୍‌ ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ଅଧିକାଂଶ ଛାତ୍ରୀଛାତ୍ରଙ୍କ ବ୍ୟବହାରରେ ତ୍ରୁଟି ରହୁଥିବା ବେଳେ କେତେକ ପିଲା ପାଠପଢ଼ା ପ୍ରତି ଗୁରୁତ୍ୱ ଦେଇ ନ ଥାନ୍ତି। ରାଜ୍ୟରେ ଥିବା ବିଭିନ୍ନ ସରକାରୀ ସ୍କୁଲରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସଂଖ୍ୟା ପ୍ରାୟ ୮ଲକ୍ଷ ୩୦ହଜାର ରହିଛି। ଗଣଶିକ୍ଷା ବିଭାଗ ରିପୋର୍ଟ ଅନୁଯାୟୀ, ଅଷ୍ଟମ ଶ୍ରେଣୀରେ ପଢୁଥିବା ପିଲାଙ୍କ ମଧ୍ୟରୁ ପ୍ରାୟ ୫% ପିଲା ନିଶାଦ୍ରବ୍ୟ ସେବନ କରୁଥିବା ବେଳେ ନବମ ଶ୍ରେଣୀରେ ପ୍ରାୟ ୮% ଏବଂ ଦଶମ ଶ୍ରେଣୀରେ ୧୫ରୁ ୧୭% ପିଲା ତମାଖୁ ସେବନ କରିଥାନ୍ତି। ସେହିପରି ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ପ୍ରାୟ ୩% ପିଲା ଅଧାରୁ ପାଠ ଛାଡୁଥିବାବେଳେ ନବମରେ ଯେତିକି ପିଲା ନାମ ଲେଖାଇଥାନ୍ତି, ସେମାନଙ୍କ ମଧ୍ୟରୁ ୨୨% ପିଲା ନିୟମିତ ସ୍କୁଲ ଯାଇ ନ ଥାନ୍ତି। ଦଶମରେ ମଧ୍ୟ ୩୫% ପିଲା ସ୍କୁଲରେ ନିୟମିତ ଅନୁପସ୍ଥିତ ରହିଥାନ୍ତି। ଉଭୟ ଅଷ୍ଟମ ଓ ନବମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ମଧ୍ୟରୁ ୧୩% ପିଲା ଜିଦ୍‌ଖୋର ଥିବାବେଳେ ୨୭% ପିଲା ଠିକ୍‌ ଭାବେ ଆଚରଣ ପ୍ରଦର୍ଶନ କରିପାରି ନ ଥାନ୍ତି। ଦଶମରେ ପଢ଼ୁଥିବା ପିଲାଙ୍କ ମଧ୍ୟରୁ ପ୍ରାୟ ୨୬% ଛାତ୍ର ସ୍କୁଲ ନାଁ କହି ବାହାରେ ବୁଲାବୁଲି କରୁଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୮% ପିଲା ଅଧାରୁ ପାଠପଢ଼ା ଛାଡ଼ିଥାନ୍ତି। ଏସବୁ ସମସ୍ୟାର ସମାଧାନ ଲାଗି କାଉନ୍‌ସେଲିଂ କରିବା ଭଳି ପଦକ୍ଷେପ ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଏନେଇ ଚୁକ୍ତିଭିତ୍ତିକ ଭାବେ ମନସ୍ତତ୍ତ୍ୱବିତ୍‌ଙ୍କୁ ନିଯୁକ୍ତ କରାଯିବ। ଯେଉଁମାନଙ୍କୁ ନିଯୁକ୍ତ କରାଯିବ, ସେମାନେ ବର୍ଷକୁ କେତେ ପିଲାଙ୍କୁ ସୁଧାର ଆଣିବାରେ ସହାୟକ ହୋଇଛନ୍ତି ତା’ର ରିପୋର୍ଟ ସ୍କୁଲର ପ୍ରଧାନଶିକ୍ଷକମାନେ ଜିଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିବେ। ଏହାବ୍ୟତୀତ ସ୍କୁଲରେ ପାଠପଢ଼ାରେ ମନସ୍ତତ୍ତ୍ୱବିତ୍‌ମାନେ ସାହାଯ୍ୟ କରିବେ। ଆବଶ୍ୟକ ସ୍ଥଳେ ସେମାନେ ସାମାଜିକ ବିଜ୍ଞାନ, ଇଂଲିଶ ଏବଂ ସାହିତ୍ୟ ବିଷୟ ପିଲାଙ୍କୁ ପଢ଼ାଇବେ। ସ୍କୁଲର ବିଭିନ୍ନ କାର୍ଯ୍ୟରେ ମଧ୍ୟ ସହଯୋଗ କରିବେ। ଦୈନିକ ଖେଳଛୁଟି ପରେ ଏକ କମନ କ୍ଲାସ ହେବ। ଯେଉଁଥିରେ ସବୁ ପିଲାଙ୍କୁ ସମୂହ ଭାବେ ଏହି ମନସ୍ତତ୍ତ୍ୱବିତ୍‌ମାନେ ପାଠପଢ଼ା ଶୈଳୀ ଏବଂ ଆଚରଣ ସମ୍ପର୍କରେ ବୁଝାଇବେ। ସରକାରୀ ସ୍କୁଲରେ ଏପରି ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ। ମନସ୍ତତ୍ତ୍ୱବିତ୍‌ ନିଯୁକ୍ତି ପ୍ରକ୍ରିୟା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯିବ ବୋଲି ଜଣାପଡ଼ିଛି।

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri