ପ୍ରଣବଙ୍କୁ ଭେଟିଲେ କାଉନ୍‌ସିଲର

ଆନନ୍ଦପୁର,୨୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦ ବିବାଦ ଓ ପୌରାଞ୍ଚଳର ବିକାଶଧାରାକୁ ସ୍ବାଭାବିକ କରିବା ଲକ୍ଷ୍ୟରେ ଶୁକ୍ରବାର କାଉନ୍‌ସିଲରମାନେ ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ଆଲୋଚନା କରିଛନ୍ତି। ଏଥି ସହିତ ଭୁବନେଶ୍ୱରଠାରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଆଲୋଚନା ମଧ୍ୟ କରିଛନ୍ତି।
ପୌର ନିର୍ବାଚନ ପରଠାରୁ ବିଭିନ୍ନ ସମୟରେ ଅଧ୍ୟକ୍ଷା ଏବଂ କାଉନ୍‌ସିଲରମାନଙ୍କ ମଧ୍ୟରେ ସମନ୍ବୟର ଅଭାବ ଓ ବିବାଦ କାରଣରୁ ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ବିତ ହେବାରେ ବାଧା ସୃଷ୍ଟି ହୋଇଛି। ପୌରନିର୍ବାଚନକୁ ବର୍ଷେ ଅତିକ୍ରାନ୍ତ କରିଯାଇଥିଲେ ବି ବିଭିନ୍ନ ସମୟରେ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଲାଗି ରହିଥିବା ସମସ୍ୟା ଉଦ୍‌ବେଗର କାରଣ ପାଲଟିଛି। ଅନେକ ସମୟରେ ରିଜୋଲ୍ୟୁସନ୍‌ରେ ପାରିତ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ବିତ ହେବାରେ ବାଧା ସୃଷ୍ଟି ହେଉଥିବା, ଏପରିକି ଟେଣ୍ଡର ହୋଇପାରୁ ନ ଥିବାରୁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବା, ପୌରକାର୍ଯ୍ୟାଳୟରୁ ଫାଇଲ୍‌ ଚୋରି ଭଳି ଘଟଣା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚତ୍ଛି। ଆନନ୍ଦପୁର ପୌରାଞ୍ଚଳର ଉନ୍ନୟନ କାର୍ଯ୍ୟରେ ରହିଥିବା ସମସ୍ୟାକୁ ନେଇ ପୌରଉପାଧ୍ୟକ୍ଷ ଦୁର୍ଗାଚରଣ ଦଳେଇଙ୍କ ନେତୃତ୍ୱରେ କାଉନ୍‌ସିଲରମାନେ ବିଜେଡି ସଂଗଠନ ସମ୍ପାଦକଙ୍କୁ ଭେଟି ଆଲୋଚନା କରିଥିବା ୭ ନଂ. ଓ୍ବାର୍ଡ଼ କାଉନସିଲର କୃଷ୍ଣଚନ୍ଦ୍ର ରଣା କହିଛନ୍ତି। ତେବେ ଖୁବ୍‌ ଶୀଘ୍ର ସମସ୍ତ ସମସ୍ୟାକୁ ନେଇ ଏକ ଲିଖିତ ଅଭିଯୋଗ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ନିକଟରେ ଦାଖଲ କରାଯିବ ବୋଲି ମଧ୍ୟ କହିଥିଲେ।
ପ୍ରକାଶଯୋଗ୍ୟ, ଗତ ସୋମବାର ହାଟଡ଼ିହୀ ବ୍ଲକ୍‌ରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଉଭୟ ଅଧ୍ୟକ୍ଷା ଏବଂ କାଉନ୍‌ସିଲରମାନେ ପୃଥକ ଭାବେ ଦାବିପତ୍ର ପ୍ରଦାନ କରିବା ଘଟଣା ଚର୍ଚ୍ଚାକୁ ଆସିଥିଲା। ପରବର୍ତ୍ତୀ ସମୟରେ ଘଟଣାରେ ପରୋକ୍ଷ ଭାବେ ଜଡ଼ିତ ଥିବା ବିଜେଡି ଯୁବନେତା ତଥା ପୂର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀଙ୍କୁ ବିଜେଡିରୁ ବହିଷ୍କାର କରିବା ଘଟଣା ରୋଚକ ମୋଡ଼ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri