ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି। ଜନ ସଚେତନତା ଅଭାବ ସାଙ୍ଗକୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉ ହେଉ ନ ଥିବାରୁ ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ଏହି ଆଇନ ଉଲ୍ଲଂଘନ ହୋଇଥିଲେ ମଧ୍ୟ ଗତ ୫ମାସ ହେବ ପୋଲିସ ପକ୍ଷରୁ ଜରିମାନା ଆଦାୟ ହୋଇ ନ ଥିବା ଜଣାପଡ଼ିଛି। ଉକ୍ତ ଅଞ୍ଚଳରେ ଏହି ଆଇନ ଶୀତଳ ଭଣ୍ଡାରରେ ପଡ଼ିରହିଛି। ଏଥିଯୋଗୁ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଧୂମପାନମୁକ୍ତ ବେଗୁନିଆ ଥାନା ଅଞ୍ଚଳ ଘୋଷଣା ପ୍ରଶାସନର ଭେଳିକି ବୋଲି ସାଧାରଣରେ କୁହାଯାଉଛି।
ସୂୂଚନା ମୁତାବକ, ୨୦୧୨ ଜୁନରେ କୋଟପା ଆଇନ(୨୦୦୩)କୁ ଖୋର୍ଦ୍ଧା ଜିଲାରେ ଲାଗୁ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପୋଷ୍ଟର, ବ୍ୟାନର, ବିଜ୍ଞାପନ ଓ ଡାକବାଜି ଯନ୍ତ୍ରରେ ଜନସଚେତନତା ଅଭିଯାନର ଏକ ମାସ ପରେ ବେଗୁନିଆ ଅଞ୍ଚଳରେ ନିୟମ ଲାଗୁ ହୋଇଥିଲା। ଆଇନ କାର୍ଯ୍ୟକାରୀ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ରେ ଏଡିଏମ୍‌ଓ ଜନସ୍ବାସ୍ଥ୍ୟ, ଜିଲାର ବିଭିନ୍ନ ଥାନା ଅଧିକାରୀ ସହ ବେଗୁନିଆ ଆଇଆଇସି, ଡ୍ରଗ୍ସ ଇନ୍ସପେକ୍ଟର, ଫୁଡ୍‌ ସେଫ୍ଟି ଅଫିସର ଏବଂ ଜଣେ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ରହିଥିଲେ। ଏହି ଟିମ୍‌ ପ୍ରତି ମାସରେ ୫ଦିନ ଜିଲାର ବିଭିନ୍ନ ସ୍ଥାନରେ ବୁଲି ତମାଖୁ ସେବନକାରୀଙ୍କୁ ଧରି ଜରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ବେଗୁନିଆ ଥାନା ଅଧିକାରୀଙ୍କୁ ଜରିମାନା ଆଦାୟ ଲାଗି ମଧ୍ୟ ରସିଦ୍‌ ବହି ଦିଆଯାଇଥିଲା। ଏହିି ଥାନା ଅଧୀନ ସ୍କୁଲ, କଲେଜ ନିକଟରେ ତମାଖୁ ଦ୍ରବ୍ୟ ବିକ୍ରି ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଗତ ଜାନୁୟାରୀରେ ବେଗୁନିଆ ଓ ଚଟୁଆ ବଜାର ଅଞ୍ଚଳରେ ଧୂମପାନ ସେବନ କରୁଥିବା ସମୟରେ ୯ଜଣଙ୍କଠାରୁ ୧୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହା ପରେ ଜରିମାନା ଆଦାୟ ବନ୍ଦ ରହିଛି। ଏ ସମ୍ପର୍କରେ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀ କହିଛନ୍ତି, ଏଠାରେ ମୁଁ ନୂତନ ଭାବେ ଯୋଗଦେଇଛି। ଏବେ କୋଭିଡ୍‌ ଆଇନ ଉଲ୍ଲଂଘନକାରୀଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି। ଆଗକୁ ଏହି ଅଞ୍ଚଳରେ କୋଟପା ଆଇନକୁ କଡ଼ାକଡ଼ିି କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କୋଟପା ଆଇନ (୨୦୦୩)ର ସେକ୍ସନ ୪ ଅନୁଯାୟୀ ସ୍କୁଲ, କଲେଜ, ଅଡିଟୋରିୟମ, ବସ୍‌ଷ୍ଟାଣ୍ଡ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ସର୍ବସାଧାରଣ ସ୍ଥାନରେ ଧୂମପାନ କଲେ ୨୦୦ ଟଙ୍କା ଜରିମାନା ଦେବାକୁ ନିୟମ ରହିଛି। ସେହିପରି ଜଣେ ସେବନକାରୀଙ୍କଠାରୁ ଏକାଧିକ ଥର ଜରିମାନା ଆଦାୟ କରାଯାଇପାରିବ। ସେକ୍ସନ ୬(ଏ) ଅନୁଯାୟୀ ୧୮ବର୍ଷରୁ କମ୍‌ ବୟସର ପିଲାମାନେ ସିଗାରେଟ୍‌ ଓ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରିପାରିବେ ନାହିଁ। ଶିକ୍ଷାନୁଷ୍ଠାନର ଶହେ ଗଜ ଦୂର ମଧ୍ୟରେ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରାଯାଇ ପାରିବ ନାହିଁ। ଏଥିପାଇଁ ମଧ୍ୟ ୨୦୦ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri