Posted inଜାତୀୟ

‘ମୋଦି ଧୋଇଦେଲେ ଦୁର୍ନୀତି ପାପ’

ମୁମ୍ବାଇ, ୩ା୭: ମୋ ଘର ଭାଙ୍ଗିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନ ତଳେ ଏନ୍‌ସିପି ସମ୍ପର୍କରେ ମନ୍ତବ୍ୟ ଦେଇ ଜଳସେଚନ ଦୁର୍ନୀତିର ଅବତାରଣା କରିଥିଲେ। ସେ କେତେଜଣ ଏନ୍‌ସିପି ସହଯୋଗୀଙ୍କ ଦୁର୍ନୀତି ପାପକୁ ଧୋଇଦେଇଛନ୍ତି। ସେମାନଙ୍କୁ ଏବେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଭାବେ ସ୍ଥାନ ମିଳିଥିବାରୁ ମୁଁ ଖୁସି। ଏହାର ଶ୍ରେୟ ପ୍ରଧାନମନ୍ତ୍ରୀଙ୍କୁ ଦେଉଛି ବୋଲି ପୁତୁରା ଅଜିତ ପାଓ୍ବାରଙ୍କ ବିଦ୍ରୋହ ପରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ତାଚ୍ଛଲ୍ୟ କରିଛନ୍ତି। ପାଓ୍ବାର ଆହୁରି କହିଛନ୍ତି, ଏନ୍‌ସିପିକୁ କିପରି ପୁନର୍ଜୀବନ ଦିଆଯିବ ତାହା ତାଙ୍କୁ ଜଣାଅଛି। ରବିବାର ଯାହାସବୁ ଘଟିଗଲା, ତାକୁ ନେଇ ଅନେକେ ବିସ୍ମିତ ହୋଇପାରନ୍ତି। କିନ୍ତୁ ସେ ଆଦୌ ଚିନ୍ତିତ ହୋଇନାହାନ୍ତି। କାରଣ ପୂର୍ବରୁ ମଧ୍ୟ ତାଙ୍କର ଏଭଳି ଅନୁଭୂତି ରହିଛି। ଯଦି କେହି ଏନ୍‌ସିପିର ମାଲିକାନା ଦାବି କରୁଛନ୍ତି, ତେବେ ସେଥିରେ କିଛି ଅସୁବିଧା ନାହିଁ। ଆମେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମର୍ଥନ ଲୋଡ଼ିବୁ। ଆସନ୍ତା କାଲି ଜନସାଧାରଣ ଆମ ସପକ୍ଷରେ ଯିବେ। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକାଠି କରାଯିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଫୋନ୍‌ କରି ସମର୍ଥନ ଜଣାଇଛନ୍ତି। ସେହିପରି ନିଜ ଘନିଷ୍ଠ ସହଯୋଗୀ ପ୍ରଫୁଲ ପଟେଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ପାଓ୍ବାର ସଙ୍କେତ ଦେଇଛନ୍ତି। ଏନ୍‌ସିପି ଅଧ୍ୟକ୍ଷ ହିସାବରେ ମୁଁ ପ୍ରଫୁଲଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିଥିଲି। କିନ୍ତୁ ଅଜିତଙ୍କ ଶପଥ ଗ୍ରହଣ ବେଳେ ରାଜଭବନରେ ତାଙ୍କ ଉପସ୍ଥିତି ଦୁର୍ଭାଗ୍ୟଜନକ। ପ୍ରଫୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ ବୋଲି ପାଓ୍ବାର କହିଛନ୍ତି।

ଜିତେନ୍ଦ୍ର ଅଓ୍ବଧ ବିରୋଧୀ ଦଳ ନେତା

ଅଜିତ ପାଓ୍ବାରଙ୍କ ପଟ୍ଟ ପରିବର୍ତ୍ତନ ପରେ ଏନ୍‌ସିପି ଜିତେନ୍ଦ୍ର ଅଓ୍ବଧଙ୍କୁ ମହାରାଷ୍ଟ୍ର ବିରୋଧୀ ଦଳ ନେତା ନିଯୁକ୍ତ କରିଛି। ଏନ୍‌ସିପି ରାଜ୍ୟ ସଭାପତି ଜୟନ୍ତ ପାଟିଲ ମୁମ୍ବ୍ରା-କଲଓ୍ବା ବିଧାୟକ ଜିତେନ୍ଦ୍ରଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।

ଶିବସେନା ପରେ ଏନ୍‌ସିପି ଶିକାର

ଶିବସେନା ନେତା ଏକନାଥ ଶିନ୍ଦେଙ୍କ ବିଦ୍ରୋହ ପରେ ୨୦୨୨ ଜୁନ୍‌ ୩୦ରେ ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଏମ୍‌ଭିଏ ସରକାରର ପତନ ଘଟିଥିଲା। ଶିନ୍ଦେ-ଫଡ୍‌ନବିସ ସରକାରକୁ ବର୍ଷେ ପୂରି ୩ ଦିନ ବିତିବା ପରେ ବିରୋଧୀ ଦଳ ନେତା ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଫଳରେ ଶରଦ ପାଓ୍ବାରଙ୍କ ଏନ୍‌ସିପି ବିଭାଜନ ଆଡ଼କୁ ମୁହଁାଇଛି। ଶିବସେନା ଏବଂ ଏନ୍‌ସିପିର ଅନ୍ତର୍କଳହ ଯୋଗୁ ଏମ୍‌ଭିଏର ଏହି ଦୁଇ ବଡ଼ ଦଳରେ ବିଭାଜନ ଘଟାଇବାରେ ଭାଜପାର ‘ଅପରେଶନ କମଲ’ ସଫଳ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri