ଚାଷୀଙ୍କୁ ଋଣ ପ୍ରଦାନରେ ଦୁର୍ନୀତି

ଯାଜପୁର,୧୫ା୭ (ହର୍ଷବର୍ଦ୍ଧନ ବେହେରା): କୃଷକମାନଙ୍କ କୃଷି ଋଣ ଆକାଉଣ୍ଟକୁ ଜାଲିଆତି କରି ସେମାନଙ୍କୁ ହଇରାଣ କରାଯାଉଥିବା ପୂର୍ବରୁ ଅନେକ ଅଭିଯୋଗ ହୋଇଛି। ଏହିକ୍ରମରେ ୨୦୨୨ ଜୁନରେ ପ୍ରାଥମିକ କୃଷି ସେବା ସମବାୟ ସମିତି(ପାକ୍ସ)/ଲାର୍ଜ ଏରିଆ ମଲ୍‌ଟିପରପୋଜ୍‌ ସୋସାଇଟି (ଲାମ୍ପ୍ସ)ର ସମ୍ପାଦକ କିମ୍ବା ପରିଚାଳନା ନିର୍ଦ୍ଦେଶକ କେସିସି ପାସ୍‌ବୁକ ନିଜ ପାଖରେ ରଖିବେ ନାହିଁ କିମ୍ବା ତାହାର ବ୍ୟବହାର କରିପାରିବେ ନାହିଁ ବୋଲି ବିଭାଗୀୟ ନିର୍ଦ୍ଦେଶ ହୋଇଥିଲା। ଏହାବାଦ ନିୟମିତ ବ୍ୟବଧାନରେ ଋଣ ପାସ୍‌ବୁକ୍‌ର ତଦନ୍ତ, ବ୍ୟକ୍ତିଗତ ଭାବେ ଋଣୀଙ୍କୁ ଯୋଗାଯୋଗ, ଋଣ ପରିମାଣ ମଞ୍ଜୁର ସଂକ୍ରାନ୍ତରେ ମୋବାଇଲ ଫୋନ୍‌କୁ ଏସ୍‌ଏମ୍‌ଏସ୍‌ ଜରିଆରେ ସୂଚନା ଆଦି କାର୍ଯ୍ୟ କରିବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା। ତେବେ ଏହି ନିର୍ଦ୍ଦେଶ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେଉ ନ ଥିବାବେଳେ ଯାଜପୁର ଜିଲା ଦାନଗଦି ବ୍ଲକ ରଣାଗୁଣ୍ଡି ପାକ୍ସ ସମ୍ପାଦକ ଦିଲୀପ କୁମାର ସାହୁଙ୍କ ଦ୍ୱାରା ଧାନକିଣାରେ ଅନିୟମିତତା, ଅର୍ଥ ଆତ୍ମସାତ୍‌ ସମେତ କେସିସି ପାସ୍‌ବୁକ୍‌ ସଭ୍ୟମାନଙ୍କୁ ହସ୍ତାନ୍ତର କରୁ ନ ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଉପରେ ରାଜ୍ୟ ସେବା ସମବାୟ ସମିତିର ନିବନ୍ଧକଙ୍କ କାର୍ଯ୍ୟାଳୟରୁ ସହକାରୀ ନିବନ୍ଧକ ତୁରନ୍ତ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେବା ସମବାୟ ସମିତି କଟକ-୨ ଡିଭିଜନର ଡେପୁଟି ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଯାଜପୁର ଜିଲାର ବଡ଼ଚଣାରେ ଜାଲ୍‌ ଟୋକନ, ମହିଶରା ପାକ୍ସରେ ଧାନ କିଣାରେ ଅନିୟମିତତା ଭଳି ଅନେକ ଦୁର୍ନୀତି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଡେପୁଟି ରେଜିଷ୍ଟ୍ରାରଙ୍କ ଫାଇଲରେ ବନ୍ଧା ପଡ଼ିଛି। ତେଣୁ ରଣାଗୁଣ୍ଡି ପାକ୍ସ ଦୁର୍ନୀତି ଅଭିଯୋଗ ମଧ୍ୟ ଅନୁରୂପ ଭାବେ ରଫାଦଫା ହେବ ବୋଲି ଅଭିଯୋଗକାରୀ ମାନେ ଆଶଙ୍କା ପ୍ରକଟ କରିଛନ୍ତି।
ଦାନଗଦି ବ୍ଳକର ୯ ନମ୍ବର ଜିଲା ପରିଷଦ ସଭ୍ୟ ଟିନା ହାଇବ୍ରୁ, ରଣାଗୁଣ୍ଡି ପଞ୍ଚାୟତର ସରପଞ୍ଚ ତୁଷାର ରଞ୍ଜନ ଜେନାଙ୍କ ସମେତ ଶତାଧିକ ଚାଷୀ ରଣାଗୁଣ୍ଡି ପାକ୍ସରେ ଏକାଧିକ ଦୁର୍ନୀତି ଓ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି। ଏନେଇ ୨୬ା୫ା୨୦୨୩ରେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ସମବାୟ ମନ୍ତ୍ରୀ, ଯାଜପୁର ଜିଲାପାଳ ପ୍ରମୁଖଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉକ୍ତ ସ୍ମାରକପତ୍ରରେ ବିନା ମଞ୍ଜୁରୀରେ ଋଣୀ ସଭ୍ୟଙ୍କୁ ଋଣ ପ୍ରଦାନ, ସଭ୍ୟମାନଙ୍କୁ କେସିସି ପାସ୍‌ବୁକ ଫେରା ନ ଯିବା, ସମ୍ପାଦକ ନିଜେ ଦସ୍ତଖତ କରି ଋଣ ଉଠାଣ, ଋଣୀ ସଭ୍ୟମାନଙ୍କ ତାଲିକା ପ୍ରକାଶ ନ କରିବା, ଋଣ ପରିମାଣର ୧୦% ଅର୍ଥ କାଟିବା ଓ ଚାର୍ଜ କ୍ରିଏସନ ବାବଦକୁ ୧୦୦୦ରୁ ୧୨୦୦ ଟଙ୍କା ଚାଷୀଙ୍କ ଠାରୁ ଆଦାୟ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ନ ଦେବା, ଯେଉଁ ଚାଷୀଙ୍କ ଜମି କାଗଜପତ୍ର ନାହିଁ ସେମାନଙ୍କଠାରୁ ଟଙ୍କା ନେଇ ଋଣ ପ୍ରଦାନ କରିବା ଆଦି ଦର୍ଶାଯାଇଛି।
ଅନ୍ୟ ଅଭିଯୋଗ ଅନୁଯାୟୀ, କେସିସି ପାସ୍‌ବୁକ୍‌ରେ ପ୍ରତ୍ୟେକ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲ ବୀମାର ଅର୍ଥ ଲେଖାଯାଉଛି, କିନ୍ତୁ ଚାଷୀମାନଙ୍କୁ ରସିଦ ପ୍ରଦାନ କରାଯାଉନାହିଁ। ୨୦୧୮-୧୯ ଓ ୨୦୨୦-୨୧ରେ ଚାଷୀମାନଙ୍କ ଫସଲ ବୀମା ଏବଂ ଇନ୍‌ପୁଟ ସବ୍‌ସିଡି ଅର୍ଥକୁ ପାକ୍ସ ସମ୍ପାଦକ ନିଜେ ଆତ୍ମସାତ୍‌ କରିଛନ୍ତି। ଏହାବାଦ ଜାଲ୍‌ କାଗଜପତ୍ର ବଳରେ ବାହାର ବ୍ଲକର ଲୋକ ହୋଇ ସେ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ରଣାଗୁଣ୍ଡି ଗ୍ରାମର ବିଦ୍ୟାଧର ମଣ୍ଡଳଙ୍କ ୧୫ା୬ା୨୦୨୧ରେ ମୃତ୍ୟୁ ପରେ ବି ତାଙ୍କର ଜାଲ ଦସ୍ତଖତ କରି ଅର୍ଥ ଉଠାଣ ହୋଇଛି। ସେହିପରି ବିହନ, ସାର, କୀଟନାଶକକୁ ବାହାରେ ବିକ୍ରି କରାଯାଉଛି। ଧାନ କିଣାରେ କୁଇଣ୍ଟାଲ ପ୍ରତି ୩ କେଜି ଧାନ କଟନୀଛଟନୀ ନଁାରେ କଟାଯାଉଛି। ଧାନର ଲୋଡିଂ ଓ ଅନ୍‌ଲୋଡିଂ ଖର୍ଚ୍ଚ ଚାଷୀଙ୍କୁ ପ୍ରଦାନ କରାଯାଉନାହିଁ। ଏଭଳି ଏକାଧିକ ଅଭିଯୋଗର ତଦନ୍ତ କରି ସମ୍ପାଦକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଅନ୍ୟପକ୍ଷେ ରଣାଗୁଣ୍ଡି ପାକ୍ସ ସମ୍ପାଦକ ଦିଲୀପ କୁମାର ସାହୁଙ୍କୁ ଏନେଇ ପଚାରିବାରୁ ସବୁ କାର୍ଯ୍ୟକ୍ରମ ଆଇନ ଅନୁସାରେ ସୁଚାରୁ ରୂପେ ଚାଲିଛି। ଯେଉଁ ଅଭିଯୋଗ ହୋଇଛି ତାହା ଭିତ୍ତିହୀନ ଓ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri