ଚାଷୀଙ୍କୁ ଋଣ ପ୍ରଦାନରେ ଦୁର୍ନୀତି

ଯାଜପୁର,୧୫ା୭ (ହର୍ଷବର୍ଦ୍ଧନ ବେହେରା): କୃଷକମାନଙ୍କ କୃଷି ଋଣ ଆକାଉଣ୍ଟକୁ ଜାଲିଆତି କରି ସେମାନଙ୍କୁ ହଇରାଣ କରାଯାଉଥିବା ପୂର୍ବରୁ ଅନେକ ଅଭିଯୋଗ ହୋଇଛି। ଏହିକ୍ରମରେ ୨୦୨୨ ଜୁନରେ ପ୍ରାଥମିକ କୃଷି ସେବା ସମବାୟ ସମିତି(ପାକ୍ସ)/ଲାର୍ଜ ଏରିଆ ମଲ୍‌ଟିପରପୋଜ୍‌ ସୋସାଇଟି (ଲାମ୍ପ୍ସ)ର ସମ୍ପାଦକ କିମ୍ବା ପରିଚାଳନା ନିର୍ଦ୍ଦେଶକ କେସିସି ପାସ୍‌ବୁକ ନିଜ ପାଖରେ ରଖିବେ ନାହିଁ କିମ୍ବା ତାହାର ବ୍ୟବହାର କରିପାରିବେ ନାହିଁ ବୋଲି ବିଭାଗୀୟ ନିର୍ଦ୍ଦେଶ ହୋଇଥିଲା। ଏହାବାଦ ନିୟମିତ ବ୍ୟବଧାନରେ ଋଣ ପାସ୍‌ବୁକ୍‌ର ତଦନ୍ତ, ବ୍ୟକ୍ତିଗତ ଭାବେ ଋଣୀଙ୍କୁ ଯୋଗାଯୋଗ, ଋଣ ପରିମାଣ ମଞ୍ଜୁର ସଂକ୍ରାନ୍ତରେ ମୋବାଇଲ ଫୋନ୍‌କୁ ଏସ୍‌ଏମ୍‌ଏସ୍‌ ଜରିଆରେ ସୂଚନା ଆଦି କାର୍ଯ୍ୟ କରିବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା। ତେବେ ଏହି ନିର୍ଦ୍ଦେଶ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେଉ ନ ଥିବାବେଳେ ଯାଜପୁର ଜିଲା ଦାନଗଦି ବ୍ଲକ ରଣାଗୁଣ୍ଡି ପାକ୍ସ ସମ୍ପାଦକ ଦିଲୀପ କୁମାର ସାହୁଙ୍କ ଦ୍ୱାରା ଧାନକିଣାରେ ଅନିୟମିତତା, ଅର୍ଥ ଆତ୍ମସାତ୍‌ ସମେତ କେସିସି ପାସ୍‌ବୁକ୍‌ ସଭ୍ୟମାନଙ୍କୁ ହସ୍ତାନ୍ତର କରୁ ନ ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଉପରେ ରାଜ୍ୟ ସେବା ସମବାୟ ସମିତିର ନିବନ୍ଧକଙ୍କ କାର୍ଯ୍ୟାଳୟରୁ ସହକାରୀ ନିବନ୍ଧକ ତୁରନ୍ତ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେବା ସମବାୟ ସମିତି କଟକ-୨ ଡିଭିଜନର ଡେପୁଟି ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଯାଜପୁର ଜିଲାର ବଡ଼ଚଣାରେ ଜାଲ୍‌ ଟୋକନ, ମହିଶରା ପାକ୍ସରେ ଧାନ କିଣାରେ ଅନିୟମିତତା ଭଳି ଅନେକ ଦୁର୍ନୀତି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଡେପୁଟି ରେଜିଷ୍ଟ୍ରାରଙ୍କ ଫାଇଲରେ ବନ୍ଧା ପଡ଼ିଛି। ତେଣୁ ରଣାଗୁଣ୍ଡି ପାକ୍ସ ଦୁର୍ନୀତି ଅଭିଯୋଗ ମଧ୍ୟ ଅନୁରୂପ ଭାବେ ରଫାଦଫା ହେବ ବୋଲି ଅଭିଯୋଗକାରୀ ମାନେ ଆଶଙ୍କା ପ୍ରକଟ କରିଛନ୍ତି।
ଦାନଗଦି ବ୍ଳକର ୯ ନମ୍ବର ଜିଲା ପରିଷଦ ସଭ୍ୟ ଟିନା ହାଇବ୍ରୁ, ରଣାଗୁଣ୍ଡି ପଞ୍ଚାୟତର ସରପଞ୍ଚ ତୁଷାର ରଞ୍ଜନ ଜେନାଙ୍କ ସମେତ ଶତାଧିକ ଚାଷୀ ରଣାଗୁଣ୍ଡି ପାକ୍ସରେ ଏକାଧିକ ଦୁର୍ନୀତି ଓ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି। ଏନେଇ ୨୬ା୫ା୨୦୨୩ରେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ସମବାୟ ମନ୍ତ୍ରୀ, ଯାଜପୁର ଜିଲାପାଳ ପ୍ରମୁଖଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉକ୍ତ ସ୍ମାରକପତ୍ରରେ ବିନା ମଞ୍ଜୁରୀରେ ଋଣୀ ସଭ୍ୟଙ୍କୁ ଋଣ ପ୍ରଦାନ, ସଭ୍ୟମାନଙ୍କୁ କେସିସି ପାସ୍‌ବୁକ ଫେରା ନ ଯିବା, ସମ୍ପାଦକ ନିଜେ ଦସ୍ତଖତ କରି ଋଣ ଉଠାଣ, ଋଣୀ ସଭ୍ୟମାନଙ୍କ ତାଲିକା ପ୍ରକାଶ ନ କରିବା, ଋଣ ପରିମାଣର ୧୦% ଅର୍ଥ କାଟିବା ଓ ଚାର୍ଜ କ୍ରିଏସନ ବାବଦକୁ ୧୦୦୦ରୁ ୧୨୦୦ ଟଙ୍କା ଚାଷୀଙ୍କ ଠାରୁ ଆଦାୟ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ନ ଦେବା, ଯେଉଁ ଚାଷୀଙ୍କ ଜମି କାଗଜପତ୍ର ନାହିଁ ସେମାନଙ୍କଠାରୁ ଟଙ୍କା ନେଇ ଋଣ ପ୍ରଦାନ କରିବା ଆଦି ଦର୍ଶାଯାଇଛି।
ଅନ୍ୟ ଅଭିଯୋଗ ଅନୁଯାୟୀ, କେସିସି ପାସ୍‌ବୁକ୍‌ରେ ପ୍ରତ୍ୟେକ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲ ବୀମାର ଅର୍ଥ ଲେଖାଯାଉଛି, କିନ୍ତୁ ଚାଷୀମାନଙ୍କୁ ରସିଦ ପ୍ରଦାନ କରାଯାଉନାହିଁ। ୨୦୧୮-୧୯ ଓ ୨୦୨୦-୨୧ରେ ଚାଷୀମାନଙ୍କ ଫସଲ ବୀମା ଏବଂ ଇନ୍‌ପୁଟ ସବ୍‌ସିଡି ଅର୍ଥକୁ ପାକ୍ସ ସମ୍ପାଦକ ନିଜେ ଆତ୍ମସାତ୍‌ କରିଛନ୍ତି। ଏହାବାଦ ଜାଲ୍‌ କାଗଜପତ୍ର ବଳରେ ବାହାର ବ୍ଲକର ଲୋକ ହୋଇ ସେ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ରଣାଗୁଣ୍ଡି ଗ୍ରାମର ବିଦ୍ୟାଧର ମଣ୍ଡଳଙ୍କ ୧୫ା୬ା୨୦୨୧ରେ ମୃତ୍ୟୁ ପରେ ବି ତାଙ୍କର ଜାଲ ଦସ୍ତଖତ କରି ଅର୍ଥ ଉଠାଣ ହୋଇଛି। ସେହିପରି ବିହନ, ସାର, କୀଟନାଶକକୁ ବାହାରେ ବିକ୍ରି କରାଯାଉଛି। ଧାନ କିଣାରେ କୁଇଣ୍ଟାଲ ପ୍ରତି ୩ କେଜି ଧାନ କଟନୀଛଟନୀ ନଁାରେ କଟାଯାଉଛି। ଧାନର ଲୋଡିଂ ଓ ଅନ୍‌ଲୋଡିଂ ଖର୍ଚ୍ଚ ଚାଷୀଙ୍କୁ ପ୍ରଦାନ କରାଯାଉନାହିଁ। ଏଭଳି ଏକାଧିକ ଅଭିଯୋଗର ତଦନ୍ତ କରି ସମ୍ପାଦକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଅନ୍ୟପକ୍ଷେ ରଣାଗୁଣ୍ଡି ପାକ୍ସ ସମ୍ପାଦକ ଦିଲୀପ କୁମାର ସାହୁଙ୍କୁ ଏନେଇ ପଚାରିବାରୁ ସବୁ କାର୍ଯ୍ୟକ୍ରମ ଆଇନ ଅନୁସାରେ ସୁଚାରୁ ରୂପେ ଚାଲିଛି। ଯେଉଁ ଅଭିଯୋଗ ହୋଇଛି ତାହା ଭିତ୍ତିହୀନ ଓ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri