ଇ-ଗେଜେଟ୍‌ ନୋଟିଫିକେଶନରେ ଦୁର୍ନୀତି

ଯାଜପୁର,୨୭ା୧୦(ହର୍ଷବର୍ଦ୍ଧନ ବେହେରା): ମାନବ ହସ୍ତକ୍ଷେପକୁ ଦୂର କରିବା ସହ ସ୍ବଚ୍ଛତା ଓ ସାଧାରଣ ଲୋକଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଇ-ଗେଜେଟ୍‌ ନୋଟିଫିକେଶନ ବ୍ୟବସ୍ଥା କରାଯାଇଛି। ଏଥିରେ ଆଧାର କାର୍ଡ ଓ ଅନ୍ୟାନ୍ୟ ଅଫିସିଆଲ କାର୍ଯ୍ୟରେ ନାମ ସଂଶୋଧନ ବ୍ୟବସ୍ଥା ରହିଛି। ହେଲେ ଏଥିରେ ବ୍ୟାପକ ଦୁର୍ନୀତି ହେଉଛି। ଅସାଧୁ ଓ ଅନୈତିକ ଉପାୟରେ କେତେଜଣ ବ୍ୟକ୍ତିଙ୍କ ୧୫ରୁ ୨୦ ଦିନ ମଧ୍ୟରେ ସମାଧାନ ହେଉଥିବାବେଳେ ଅନ୍ୟ କେତେଜଣଙ୍କ ୭୦ରୁ ଉର୍ଦ୍ଧ୍ୱ ଦିନ ଧରି ଆବେଦନ ପଡ଼ି ରହୁଥିବା ଅଭିଯୋଗ ହୋଇଛି। ଏହିମର୍ମରେ ଗୌରୀଶଙ୍କର ନାୟକ, ସୁଚିତ୍ରା ମହାରଣା ପ୍ରମୁଖ ଅଭିଯୋଗ କରିବା ପରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁସଚିବ ନିର୍ମଳା କୁମାରୀ ବିଶ୍ୱାଳ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନାୟକଙ୍କ ଅଭିଯୋଗ ଅନୁସାରେ ସମ୍ପ୍ରତି ଆଧାର କାର୍ଡ ଓ ଅନ୍ୟାନ୍ୟ କାର୍ଯ୍ୟରେ ନାମ ସଂଶୋଧନ ପାଇଁ ଜଟିଳ ପଦ୍ଧତି ସୃଷ୍ଟି କରାଯାଉଛି। ପୂର୍ବରୁ କୋର୍ଟ ଆଫିଡାଭିଟ ଦ୍ୱାରା ଏହି କାର୍ଯ୍ୟ ହେଉଥିଲାବେଳେ ଏବେ ଏଥିପାଇଁ ଗେଜେଟ ନୋଟିଫିକେଶନ ବାଧ୍ୟତାମୂଳକ କରାଯାଇଛି। ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଇ-ଗେଜେଟ୍‌ ପ୍ରଣୟନ ହୋଇଛି। ତେବେ ଏଥିପାଇଁ ଆହୁରି ହଇରାଣ ହେବାକୁ ପଡ଼ିବା ସହ ବାରମ୍ବାର ଭୁବନେଶ୍ୱର ଦୌଡ଼ିବାକୁ ପଡୁଛି। ଆବେଦନର ୫୦ରୁ ୬୦ ଦିନ ପରେ ମଧ୍ୟ ଅନ୍‌ଲାଇନରେ କୌଣସି ନୋଟିଫିକେଶନ ଦିଆଯାଉନାହିଁ। ଏହାବାଦ ଭୁବନେଶ୍ୱର ଅଫିସକୁ ଏନେଇ ପଚାରିବାକୁ ଗଲେ ଅନ୍‌ଲାଇନରେ ଆବେଦନ କରିଥିବା ଆଫିଡାଭିଟ୍‌ ଓ ଖବରକାଗଜରେ ବାହାରିଥିବା ବିଜ୍ଞାପନ ଠିକ୍‌ ନୁହେଁ, ଆବଶ୍ୟକ କାଗଜପତ୍ର ନାହିଁ ଇତ୍ୟାଦି କୁହାଯାଉଛି। ଭୁବନେଶ୍ୱର ଅଫିସ୍‌କୁ ବାରମ୍ବାର ଦୌଡ଼ିବା ଓ ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କ କଥା ବୁଝିବାରେ କେତେ ଅର୍ଥ ଓ ସମୟ ବ୍ୟୟ ହେଉଛି ତାହା ଅନୁଭବୀ ହିଁ ଜାଣିପାରିବ। ସ୍ବତନ୍ତ୍ର ଯାଞ୍ଚ ଅଧିକାରୀ ଓ ଏଜେନ୍ସି ଦ୍ୱାରା ଏହାର ସମୀକ୍ଷା କରାଗଲେ ଇ-ଗେଜେଟ୍‌ରେ କିଭଳି ମହା ବିଭ୍ରାଟ ହେଉଛି ତାହା ଜାଣିହେବ ବୋଲି ଅଭିଯୋଗକାରୀ ପ୍ରସ୍ତାବ ଦେଇଛନ୍ତି। ଏହି ବ୍ୟବସ୍ଥାର ସରଳୀକରଣ ସହ ୭ ଦିନ ମଧ୍ୟରେ ଅନ୍‌ଲାଇନ ଆବେଦନ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଦାବି ହେଉଛି। ମହାରଣାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅର ନାମ ପରିବର୍ତ୍ତନ କରିବାକୁ ଇ-ଗେଜେଟ୍‌ରେ ସେ ଦୁଇଥର ଆବେଦନ କରିଛନ୍ତି। ଗୋଟିଏ ଆବେଦନ ୩ ମାସ ପରେ ଖାରଜ ହୋଇଥିବାବେଳେ ଅନ୍ୟଟି ୨ ମାସରୁ ଊର୍ଦ୍ଧ୍ୱ ହେବ ପଡ଼ିରହିଛି। ସେ ଯେହେତୁ ଜଣେ ବିଧବା ମହିଳା, ବିଭାଗୀୟ କାର୍ଯ୍ୟାଳୟକୁ ଯାଇପାରିବେ ନାହିଁ। ନାମ ପରିବର୍ତ୍ତନ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ତାଙ୍କ ଝିଅର ଶିକ୍ଷାକ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଝିଅର ନାମ ପରିବର୍ତ୍ତନ ପ୍ରକ୍ରିୟାରେ ଯଦି କୌଣସି ତଦନ୍ତର ଆବଶ୍ୟକତା ରହୁଛି ତେବେ ସେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ। ତେଣୁ ଏହାକୁ ଜରୁରୀ ଭାବେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଇ-ଗେଜେଟ୍‌ ଓଡ଼ିଶା ନିକଟରେ ଆବେଦନ କରିଛନ୍ତି। ତେବେ ଏଭଳି ଶତାଧିକ ଲୋକଙ୍କ ଇ-ଗେଜେଟ୍‌ ଆବେଦନ ଉପରେ ସମାଧାନ କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି। ଏହିକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ୨୩ା୧୦ା୨୦୨୫ରେ ହୋଇଥିବା ତଦନ୍ତ ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହେଉଛି ଏବଂ ଆବେଦନକାରୀଙ୍କ ସମସ୍ୟାର ସମାଧାନ ତ୍ୱରିତ ଭାବେ କେବେ କରାଯାଉଛି ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri