Posted inଜାତୀୟ

ପିଏମ୍‌ଏଓ୍ବାଇରେ ବହୁ କୋଟିର ଦୁର୍ନୀତି

ନୂଆଦିଲ୍ଲୀ,୨୫।୩: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ବହୁକୋଟି ଟଙ୍କା ଦୁର୍ନୀତିର ପର୍ଦ୍ଦାଫାସ୍‌ କରିଛି ସିବିଆଇ। ଏହି ଦୁର୍ନୀତିରେ ସମ୍ପୃକ୍ତ ଦଓ୍ବୋନ ହାଉସିଂ ଫାଇନାନ୍ସ ଲିମିଟେଡ୍‌ (ଡିଏଚ୍‌ଏଫ୍‌ଏଲ୍‌)ର ପ୍ରମୋଟର କପିଲ୍‌ ଓ ଧୀରଜ ଓ୍ବାଧଓ୍ବାନଙ୍କ ବିରୋଧରେ ସିବିଆଇ ବୁଧବାର ମାମଲା ରୁଜୁ କରିଛନ୍ତି। ଦୁଇ ଓ୍ବାଧଓ୍ବାନ ଭ୍ରାତା ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ଏବେ ଜେଲ୍‌ରେ ଅଛନ୍ତି। ସିବିଆଇ କହିବା ଅନୁଯାୟୀ କପିଲ୍‌ ଓ ଧୀରଜ ଜାଲ୍‌ ଗୃହଋଣ ଆକାଉଣ୍ଟମାନ ଖୋଲି ଏହା ମାଧ୍ୟମରେ ୧୪,୦୦୦ କୋଟି ଟଙ୍କା ଋଣ ଦେଇଥିବା ଦର୍ଶାଇ ସରକାରଙ୍କଠାରୁ ୧,୮୮୦ କୋଟି ଟଙ୍କା ସୁଧ ସବ୍‌ସିଡି ପାଇଥିଲେ।
ସମସ୍ତଙ୍କୁ ଘର ଯୋଗାଇବା ପାଇଁ କେନ୍ଦ୍ର ସରକାର ୨୦୧୫ ଅକ୍ଟୋବରରେ ପିଏମ୍‌ଏଓ୍ବାଇ ଯୋଜନା ଆରମ୍ଭ କରିଥିଲେ। ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ଏବଂ ନିମ୍ନ ଓ ମଧ୍ୟମ ଆୟକାରୀ ଗୋଷ୍ଠୀର ଲୋକମାନଙ୍କୁ ଏହି ଯୋଜନାରେ ଋଣ ଦିଆଯାଉଛି। ଏହି ଋଣ ଯୋଗାଉଥିବା ଫାଇନାନ୍ସ କମ୍ପାନୀଗୁଡ଼ିକୁ ସରକାର ସୁଧ ସବ୍‌ସିଡି ଦେଇଥାନ୍ତି। ୨୦୧୮ ଡିସେମ୍ବରରେ ଡିଏଚ୍‌ଏଫ୍‌ଏଲ୍‌ ଏହାର ନିବେଶକମାନଙ୍କୁ କହିଥିଲା, କମ୍ପାନୀ ପିଏମ୍‌ଏଓ୍ବାଇରେ ୮୮,୬୫୧ଟି ଋଣ ପ୍ରକ୍ରିୟା କରିଛି ଓ ସବ୍‌ସିଡି ବାବଦରେ ୫୩୯.୪ କୋଟି ଟଙ୍କା ପାଇଥିବାବେଳେ ୧,୩୪୭.୮ କୋଟି ଟଙ୍କା ପାଇବାକୁ ବାକି ଅଛି। ତେବେ ଫୋରେନ୍‌ସିକ ଅଡିଟରୁ ଜଣାପଡ଼ିଥିଲା, କପିଲ୍‌ ଓ ଧୀରଜ ୨.୬ ଲକ୍ଷ ଜାଲ୍‌ ହାଉସିଂ ଲୋନ୍‌ ଆକାଉଣ୍ଟ ଖୋଲି ଏବାବଦରେ ସବ୍‌ସିଡି ନେଇଛନ୍ତି। ୨୦୦୭ରୁ ୨୦୧୯ ମଧ୍ୟରେ ଉକ୍ତ ଜାଲ୍‌ ଆକାଉଣ୍ଟ ନାମରେ ୧୪,୦୪୬ କୋଟି ଟଙ୍କା ମଞ୍ଜୁର ହୋଇଛି। ସେଥିରୁ ୧୧,୭୫୫.୭୯ କୋଟି ଟଙ୍କା ଅନ୍ୟ ଜାଲ୍‌ ଫାର୍ମକୁ ସ୍ଥାନାନ୍ତର କରାଯାଇଥିବା ସିବିଆଇ ଅଭିଯୋଗ କରିଛି। ଡିଏଚ୍‌ଏଫଏଲ୍‌ରେ ନିବେଶ ଲାଗି ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ପରିବାର ଉତ୍କୋଚ ନେବା ମାମଲାରେ ସିବିଆଇ ଗତବର୍ଷ ଜୁନ୍‌ରେ ଓ୍ବାଧଓ୍ବାନ ଭ୍ରାତା ଓ କପୁରଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ୟେସ୍‌ ବ୍ୟାଙ୍କ ଲୋକଙ୍କ ଜମା ରାଶି ୩.୭୦୦ କୋଟି ଟଙ୍କା ଡିଏଚ୍‌ଏଫଏଲ୍‌ର ସ୍ବଳ୍ପକାଳୀନ ଡିବେଞ୍ଚରରେ ଲଗାଇଥିଲେ। ଏଥିପାଇଁ ଓ୍ବାଧଓ୍ବ୍‌ାନ ଭ୍ରାତା କପୁରଙ୍କ ସ୍ତ୍ରୀ ଓ ଝିଅମାନଙ୍କ ନିୟନ୍ତ୍ରଣରେ ଥିବା ଏକ କମ୍ପାନୀକୁ ୬୦୦ କୋଟି ଟଙ୍କା ଋଣ ନାମରେ ସହାୟତା କରିଥିଲେ। କପୁରଙ୍କୁ ଗତବର୍ଷ ମାର୍ଚ୍ଚ ଓ ଓ୍ବାଧଓ୍ବାନ ଭ୍ରାତାଙ୍କୁ ଏପ୍ରିଲରେ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri