ରିପୋର୍ଟ ମାଗିଲେ ଲୋକାୟୁକ୍ତ

ଯାଜପୁର,୪ା୭(ହର୍ଷବର୍ଦ୍ଧନ ବେହେରା): ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବୀକୃତି ମିଳିଥିବା ନିର୍ଦ୍ଦିଷ୍ଟ ବ୍ରାଣ୍ଡେଡ୍‌ କମ୍ପାନୀ ବଦଳରେ ଅତି ନିମ୍ନମାନର କମ୍ପ୍ୟୁଟର ସେଟ୍‌ ଯୋଗାଣ ଯାଜପୁର ଜିଲା ସମଗ୍ର ଶିକ୍ଷା ଅଭିଯାନ ବିଭାଗକୁ ମହଙ୍ଗା ପଡ଼ିଛି। ଟେଣ୍ଡର ଫିକ୍ସିଂ କରି ଏକ ନିର୍ଦ୍ଦିଷ୍ଟ ଯୋଗାଣକାରୀ ସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ଅଭିଯୋଗକୁ ନେଇ ଲୋକାୟୁକ୍ତରେ ୨୧୭/୨୦୨୩ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଏନେଇ ଲୋକାୟୁକ୍ତଙ୍କ ପକ୍ଷରୁ ଜୁଡିସିଆଲ ମେମ୍ବର ପରବର୍ତ୍ତୀ ଶୁଣାଣି ୨୨ା୮ା୨୦୨୩ ସୁଦ୍ଧା ସ୍କୁଲ ଓ ଗଣ ଶିକ୍ଷା ବିଭାଗ କମିଶନରଙ୍କ ସମେତ ଯାଜପୁର ଜିଲାପାଳ, ଜିଲା ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ, ଜିଲା ଶିକ୍ଷାଧିକାରୀ, ସିଲିକନ ଇନ୍‌ଫୋ କେୟାର(ଓପିସି)ର ପରିଚାଳନା ନିର୍ଦ୍ଦେଶକ, ସୁଶ୍ରୀ କମ୍ପ୍ୟୁଟର ଆଣ୍ଡ୍‌ କନସଲଟେନ୍ସି ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଜେଷ୍ଟ ଟେକ୍ନୋଲୋଜି ପରିଚାଳନା ନିର୍ଦ୍ଦେଶକଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି।
ସୂଚନା ଅଧିକାରୀ ଆଇନ ବଳରେ ମିଳିଥିବା ତଥ୍ୟକୁ ଆଧାରକରି ଲୋକାୟୁକ୍ତରେ ହୋଇଥିବା ଅଭିଯୋଗ ଅନୁସାରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଭର୍ନମେଣ୍ଟ ଇ ମାର୍କେଟପ୍ଲେସ୍‌ (ଜିଇଏମ୍‌) ବିଡିଂ ମାଧ୍ୟମରେ ଜିଲାର ବିଭିନ୍ନ ବିଦ୍ୟାଳୟ ପାଇଁ ଡେସ୍କଟପ୍‌ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି। ଖଣି ଲୁଟ୍‌ ଜରିମାନା ଅର୍ଥରେ ପ୍ରଣିତ ଓଡ଼ିଶା ଖଣିଜ ଧାରଣ ଅଞ୍ଚଳ ଉନ୍ନୟନ ନିଗମ(ଓଏମବିଏଡିସି) ପାଣ୍ଠିରୁ ଏଥିପାଇଁ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେଥିରୁ ଅଧିକାଂଶ ପୁରୁଣା ସଂସ୍କରଣର ଡେସ୍କଟପ୍‌ କମ୍ପ୍ୟୁଟର ସହିତ ଆଣ୍ଟି ଭାଇରସ୍‌ ସଫ୍ଟୱେର ଓ ୟୁପିଏସ୍‌ ଚଢ଼ା ଦରରେ କ୍ରୟ କରାଯାଇ ବିପୁଳ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରାଜ୍ୟ ସୂଚନା ଅଧିକାର ଆଇନର ଆବାହକ ପ୍ରଦୀପ ପ୍ରଧାନ ୪ା୫ା୨୦୨୩ରେ ଲୋକାୟୁକ୍ତରେ ମାମଲା ରୁଜୁ କରିବାକୁ ଆବେଦନ କରିଥିଲେ। ଆବେଦନର ସମସ୍ତ କାଗଜପତ୍ରକୁ ସମୀକ୍ଷା ପରେ ଲୋକାୟୁକ୍ତଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି।
ଅଭିଯୋଗରେ ଦର୍ଶାଯାଇଛି ଯେ, ସମ୍ପ୍ରତି ପ୍ରଚଳିତ ସର୍ବାଧୁନିକ ସଂସ୍କରଣ ପରିବର୍ତ୍ତେ ବହୁ ପୁରାତନ ସଂସ୍କରଣର ଡେସ୍କଟପ କମ୍ପ୍ୟୁଟର, ଅନାମଧ୍ୟେୟ ବ୍ରାଣ୍ଡ୍‌ର ୟୁପିଏସ୍‌ ସହିତ ଆଣ୍ଟି ଭାଇରସ୍‌ ସଫ୍ଟୱେର କିଣାଯାଇଛି। ଏହିସବୁ ପୁରୁଣା ସଂସ୍କରଣର ସାମଗ୍ରୀ ଅଳ୍ପ ସମୟ ମଧ୍ୟରେ ଖରାପ ହୋଇଯିବା ସହ ଖୁବ୍‌ଶୀଘ୍ର ସେସବୁ ପରିତ୍ୟକ୍ତ ହୋଇ ପଡ଼ିବା ଆଶଙ୍କା କରାଯାଇଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ଜିଇଏମ୍‌ ବିଡିଂରେ ସାଧାରଣ ନିୟମ ଅନୁଯାୟୀ ପ୍ରାରମ୍ଭିକ ଭାବେ ତନଖି ନିମନ୍ତେ କୌଣସି ସାମଗ୍ରୀର ସାମ୍ପଲ ବିଡରମାନଙ୍କୁ ମଗାଯାଇ ନ ଥିଲା। ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀଠାରୁ ଆବଶ୍ୟକ ପରିମାଣର ସାମଗ୍ରୀ ଯୋଗାଣ ନେଇ ମଧ୍ୟ ସ୍ବୀକୃତି ପତ୍ର ଆହ୍ବାନ କରା ନଯାଇ କେବଳ ବିଡରଙ୍କୁ ଏଥିନେଇ ନିଜର ଏକ ସ୍ବୀକୃତି ପତ୍ର ଦେବାକୁ କୁହାଯାଇଥିଲା। ଇତିମଧ୍ୟରେ ସମ୍ପୃକ୍ତ ଠିକା ସଂସ୍ଥା ତୁରନ୍ତ ଅର୍ଦ୍ଧାଧିକ ଡେସ୍କଟପ୍‌ କମ୍ପ୍ୟୁଟର ସହିତ ଆଣ୍ଟି ଭାଇରସ୍‌ ସଫ୍ଟୱେର ଓ ୟୁପିଏସ୍‌ ଯୋଗାଇ ଦେଇ ତାହା ବାବଦରେ ଅର୍ଥ ରାଶି ନେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବିଲ୍‌ ଦାଖଲ କରିଥିବା ଜଣାପଡ଼ିଛି। ତେବେ ଜିଇଏମ୍‌ ମାର୍ଗଦର୍ଶିକା ଅନୁସାରେ ବିଡିଂର ଅନୁମୋଦନ ସାମଗ୍ରୀ ଭିନ୍ନ ଅନ୍ୟ ସାମଗ୍ରୀ ଯୋଗାଣ ଆଦୌ ଗ୍ରହଣୀୟ ନୁହେଁ। ସମସ୍ତ ସାମଗ୍ରୀ ଯୋଗାଣ ପରେ ତନ୍ମଧ୍ୟରୁ କିଛି ସାମଗ୍ରୀର ଦକ୍ଷତା ଓ ମାନ ଏବଂ ବିଡିଂରେ ଧାର୍ଯ୍ୟ ଦକ୍ଷତା ଓ ମାନ ସହ ସମାନ କି ନାହିଁ ବୈଷୟିକ ଅଧିକାରୀଙ୍କ ଦ୍ୱାରା ତନଖି ହେବା କଥା। ଏହାପରେ ଯାଇ ବିଲ୍‌ ଉପରେ ଅର୍ଥରାଶି ପୈଠ ହେବା ନିୟମ ରହିଛି। କିନ୍ତୁ ନିଜ ସ୍ବାର୍ଥକୁ ଚରିତାର୍ଥ କରିବାକୁ ଯାଇ ଶିକ୍ଷା ବିଭାଗୀୟ ଅଧିକାରୀମାନେ ସମସ୍ତ ନୀତିନିୟମକୁ ଚାପି ଦେଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷାଧିକାରୀ ରଞ୍ଜନ ଗିରିଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ସୋମବାର ସନ୍ଧ୍ୟା ୬ଟା ୪୨ ମିନିଟ୍‌ରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ କଲ୍‌ ଗ୍ରହଣ କରି ନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri